ପ୍ରମୁଖ ଖବର
  • ଫିରିଙ୍ଗିଆ ପୋଲିସ ଦ୍ୱାରା ପୁଣି ୧୦ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ପୁଣି ପୋଲିସକୁ ଚକମା ଦେଇ ଖସିଗଲେ ମାଫିଆ
  • ||
  • ଆଗପଛ ହୋଇ ଚାଲିଗଲେ ମା’-ପୁଅ, ପୁଅର ସାପ କାମୁଡ଼ାରେ ମା’ର ହୃତଘାତରେ ମୃତ୍ୟୁ
  • ||
  • କେନ୍ଦୁଝର ପୋଲିସକୁ ବଡ଼ ସଫଳତା, ଅନ୍ତଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଗିରଫ
  • ||
  • ଜଳୁଛି ସାରକୁଣ୍ଡା ରିଜର୍ଭ ଫରେଷ୍ଟ, ବିପଦରେ ଜୀବଜନ୍ତୁ, ମୂଲ୍ୟବାନ ଗଛ
  • ||
  • ଅନୁଗୁଳରେ ଟ୍ରକ୍ ଧକ୍କାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ
  • ||
  • IPL 2024: ଏକାନ୍ନା ଷ୍ଟାଡ଼ିୟମ୍‌ରେ ସୁପରଜାଏଣ୍ଟ୍‌ଙ୍କୁ ଭେଟିବ ରୟାଲ, ପ୍ରତିଶୋଧ ଲକ୍ଷ୍ୟରେ ଲକ୍ଷ୍ନୌ
  • ||
  • ପଞ୍ଚ ମହଲା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ୩ ମୃତ
  • ||
  • ଶାହଙ୍କ ପରେ ଓଡ଼ିଶା ଆସୁଛନ୍ତି ଜେପି ନଡ୍ଡା, ରବିବାର ଆମ୍ବପୁଆରେ ବିଶାଳ ସଭାକୁ ସମ୍ବୋଧିତ କରିବେ
  • ||
  • IPL ୨୦୨୪: ଆଜି ଦିଲ୍ଲୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ ଫାଇଟ୍, କୁଲଦୀପ-ରୋହିତ ଲଢ଼େଇ
  • ||
  • ଆହୁରି ଭୀଷଣ ହେବ ସୂର୍ଯ୍ୟଙ୍କ ପ୍ରକୋପ: ରାଜ୍ୟରେ ୩୦ ଯାଏ ରେଡ୍‌ ୱାର୍ଣ୍ଣିଂ, ଉପକୂଳ ଓ ପଶ୍ଚିମରେ ଅସମ୍ଭାଳ ତାତି
  • ||

ସଂସଦ ଅଧିବେଶନରେ ମାତ୍ର ୨ ସାଂସଦଙ୍କ ଉପସ୍ଥାନ ଶତ ପ୍ରତିଶତ, ଶୀର୍ଷ ୨୦ ଭିତରେ କିଏ ?

Image Courtesy: indiatv

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ଲାଗି ପ୍ରସ୍ତୁତି ଜୋରଦାର ଚାଲିଛି । ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ପ୍ରାର୍ଥୀମାନେ ନିଜ ନିଜ କ୍ଷେତ୍ରରେ ପ୍ରଚାର ଚଳାଇଛନ୍ତି । ଏପ୍ରିଲ ୧୯ରୁ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ଜୁନ୍‌ ୪ରେ ଆସିବ ଫଳାଫଳ । ଏହା ପରେ ନୂଆ ସାଂସଦ ଆସିବେ ସଂସଦ ଭବନ । ପୁଣି ଚାଲିବ ସଂସଦର ଅଧିବେଶନ । ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମରେ ଭାଗ ନେବେ ନବନିର୍ବାଚିତ ସାଂସଦ । 

 ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗ ଉପରେ ହେବ ଆଲୋଚନା । ହେଲେ ସଂସଦରେ ହେଉଥିବା ଅଧିବେଶନରେ ସାଂସଦଙ୍କ ଉପସ୍ଥାନ ବି ଜରୁରି ।  ୧୭ ତମ ଲୋକସଭାରେ ମାତ୍ର ୨ ଜଣ ସାଂସଦଙ୍କ ଶତପ୍ରତିଶତ ଉପସ୍ଥାନ ରହିଛି ।  

ଏହା ବ୍ୟତୀତ ୯୦ ପ୍ରତିଶତ ଉପସ୍ଥାନ ଥିବା ସାଂସଦଙ୍କ ସଂପର୍କରେ ମଧ୍ୟ ଜାଣିବା । ଗତ ଲୋକସଭାରେ ଆଦାନୀ-ହିଣ୍ଡେନବର୍ଗ ବିବାଦ, ମଣିପୁର ହିଂସା ଭଳି ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହି ସମୟରେ ସଂସଦ ଭିତରେ ଏବଂ ବାହରେ ବହୁ ଡ୍ରାମା ମଧ୍ୟ ଦେଖିବାକୁ ମିଳିଛି । 

ଏସବୁ ସତ୍ତ୍ବେ ଦୁଇ ଜଣ ସାଂସଦ ଗୋଟିଏ ବି ଦିନ ସଂସଦରେ ଅନୁପସ୍ଥିତ ନଥିଲେ । ସେମାନେ ହେଉଛନ୍ତି ବିଜେପିର ଆଜମେର ସାଂସଦ ଭାଗୀରଥ ଚୌଧୁରୀ ଏବଂ କାଂକେର ସାଂସଦ ମୋହନ ମଣ୍ଡାଭୀ । ସେମାନଙ୍କ ବ୍ୟତୀତ ୧୨୦ ସାଂସଦ ୯୦ ପ୍ରତିଶତରୁ ଅଧିକ ଉପସ୍ଥାନ ସହ ସଂସଦରେ ଉପସ୍ଥିତ ଥିଲେ । ୧୭ତମ ଲୋକସଭାରେ ମୋଟ ୨୭୩ଟି କାର୍ଯ୍ୟଦିବସ ରହିଥିଲା । 

  • parliament
  • Parliament
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.