ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ନିର୍ବାଚନ ପୂର୍ବରୁ ସନ୍ଦେଶଖାଲିରେ ସିବିଆଇ ଓ ଏନ୍‌ଏସ୍‌ଜିର ବଡ଼ ଆକ୍ସନ, ମମତା ସରକାର ଦେଲେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୨୬।୪:  ପଶ୍ଚିମବଙ୍ଗର ସନ୍ଦେଶଖାଲି ପୁଣିଥ‌ରେ ଚର୍ଚ୍ଚାର ପରିସରକୁ ଆସିଛି। କାରଣ ନିର୍ବାଚନର ଠିକ୍ ସମୟରେ ସେଠାରେ ସିବିଆଇ ଶୁକ୍ରବାର ତଦନ୍ତ ଆରମ୍ଭ କରି ଚଢାଉ କରିଛି। ସିବିଆଇ ଯାଞ୍ଚ ବେଳେ ଟିଏମ୍‌ସି ନେତାଙ୍କ ସମ୍ପର୍କୀୟଙ୍କ ଘରୁ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳା-ବାରୁଦ ଜବତ ହୋଇଛି। ଏହାପରେ ଘଟଣାସ୍ଥଳରେ ଏନ୍‌ଏସ୍‌ଜିର ବମ୍   ସ୍କ୍ବାର୍ଡ ଟିମ୍ ପହଁଞ୍ଚି ଯାଇଥିଲେ। 

ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ପହଁଞ୍ଚିଛନ୍ତି। ମମତା ସରକାର ହାଇକୋର୍ଟର ସେହି ନିର୍ଦେଶକୁ ଚ୍ୟାଲେଞ୍ଜଦେଇଛନ୍ତି, ଯେଉଁଥିରେ ସିବିଆଇକୁ ଚଢାଉ ଅନୁମତି ଦିଆଯାଇଥିଲା। ସୁପ୍ରିମକୋର୍ଟରେ ଜଷ୍ଟିସ୍ ବିଆର ଗଭଇଙ୍କ ବେଞ୍ଚ ଏହି ଆବେଦନ ଉପରେ ୨୯ ଏପ୍ରିଲରେ ଶୁଣାଣି କରିବେ।

ସନ୍ଦେଶଖାଲି ବଶିରହାଟ ଲୋକସଭା କ୍ଷେତ୍ର ଅନ୍ତର୍ଗତରେ ଆସିଥାଏ। ଯେଉଁଠି ୧ ଜୁନ୍‌ରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏହି ବସନରୁ ବିଜେପି ସନ୍ଦେଶଖାଲ ପୀଢିତା ରେଖା ପାତ୍ରଙ୍କୁ ପ୍ରାର୍ଥୀ କରିଛି। ସେ ସନ୍ଦେଶଖାଲି କାଣ୍ଡର ମାଷ୍ଟରମାଇଣ୍ଡ ଓ ନିଲମ୍ବିତ ଟିଏମ୍‌ସି ନେତା ଶାହାଜାହାଁ ଶେଖ୍ ଓ ତା’ର ଗୁଣ୍ଡାଙ୍କ ଦ୍ବାରା ପୀଡିତ। ତିନି ଅଭିଯୁକ୍ତ ଶାହାଜାହଁ ଶେଖ୍, ଶିବୁ ହାଜରା ଓ ଉତ୍ତମ ସରର୍ଦ୍ଦାର ଏବେ ଜେଲରେ ଅଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.