ପ୍ରମୁଖ ଖବର
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ବ୍ରହ୍ମପୁର ଲୋକସଭା ନିର୍ବାଚନରେ ଘମାଘୋଟ ଲଢ଼େଇ: ଭୃଗୁ ବକ୍ସିପାତ୍ରଙ୍କୁ ଟକ୍କର ଦେବେ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର,୨୭/୦୪: ୨୦୧୯ରେ  ଭୃଗୁ ବକ୍ସିପାତ୍ର ଥିଲେ ବିଜେପି ଲୋକସଭା ପ୍ରାର୍ଥୀ । ବିଜେଡିର ଚନ୍ଦ୍ରଶେଖର ସାହୁଙ୍କଠାରୁ ପରାସ୍ତ ହୋଇଥିଲେ । ଏଥର ଭୃଗୁ କିନ୍ତୁ ଦଳ ବଦଳାଇ ଚନ୍ଦ୍ରଶେଖରଙ୍କ ସ୍ଥାନରେ ବିଜେଡିରୁ ଲୋକସଭା ଲଢ଼ୁଛନ୍ତି । 

ପ୍ରଦୀପ ପାଣିଗ୍ରାହୀ ୨୦୧୯ରେ ବିଜେଡି ଟିକଟରେ ଗୋପାଳପୁରରୁ ବିଧାୟକ ହୋଇଥିଲେ । ଏବେ କିନ୍ତୁ ଦଳ ବଦଳାଇ ବ୍ରହ୍ମପୁର ଲୋକସଭାରୁ ବିଜେପି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସ ନୂଆ ମୁହଁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି । ଗତଥର କଂଗ୍ରେସ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ  ଟିକଟ ନ ପାଇ ସ୍ୱାଧୀନ ଭାବେ ମଇଦାନରେ  ଅଛନ୍ତି । ମେ ୧୩ ତାରିଖରେ ପ୍ରଥମ  ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର  ଭୋଟ୍‌ ହେବ । ତିନି ଦଳ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଲାଣି । 

୨୦୧୯ ନିର୍ବାଚନରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ବିଜେଡି ଓ ବିଜେପି ମଧ୍ୟରେ  ହୋଇଥିଲା । କଂଗ୍ରେସ ପ୍ରାର୍ଥୀ ବହୁ ପଛରେ ରହିଥିଲେ । ୨୦୧୯ରେ ବିଜେଡି ପ୍ରାର୍ଥୀ  ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ଆସନରେ  ଲିଡ୍‌ କରିଥିବା ବେଳେ ବିଜେପି ଗଜପତି  ଜିଲ୍ଲାର ୨ଟି ଆସନରେ ଆଗୁଆ ରହିଥିଲା ।  କଂଗ୍ରେସର ଚନ୍ଦ୍ରଶେଖର ସାହୁ ୪ ଲକ୍ଷ ୪୩  ହଜାର ୮୪୩ ଭୋଟ ପାଇଥିଲେ । ନିକଟତମ  ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଭୃଗୁ ବକ୍ସିପାତ୍ର ୩ ଲକ୍ଷ  ୪୮ ହଜାର ୯୯୯ ଓ କଂଗ୍ରେସ ପ୍ରାର୍ଥୀ ଭି.  ଚନ୍ଦ୍ରଶେଖର ନାଇଡ଼ୁ ୧ ଲକ୍ଷ ୪୨ ହଜାର  ୬୩୨ ଭୋଟ ପାଇଥିଲେ । କଂଗ୍ରେସକୁ  ୫୭,୨୪୯ ଭୋଟ କେବଳ ମୋହନା  ବିଧାନସଭା ଆସନରୁ ମିଳିଥିଲା ।  

ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଭୁକ୍ତ  ଗଞ୍ଜାମ ଜିଲ୍ଲାର ୫ଟି ଆସନ ବିଜେଡି  ଦଖଲକୁ ଆସିଥିଲା । ଗଜପତି ଜିଲ୍ଲାର  ପାରଳାଖେମୁଣ୍ଡି ବିଜେପି ଓ ମୋହନା  ଆସନ କଂଗ୍ରେସ ଅକ୍ତିଆର କରିଥିଲା ।  ବ୍ରହ୍ମପୁର ବିଧାନସଭା ଆସନରେ ବିଜେଡି  ବିଧାୟକ ପ୍ରାର୍ଥୀ ୬୮,୧୧୩ ଭୋଟ ପାଇଥିବା  ବେଳେ ସାଂସଦ ପ୍ରାର୍ଥୀ ୬୪, ୮୫୦ ଭୋଟ  ପାଇଥିଲେ । ସେହିପରି ବିଜେପି ସାଂସଦ  ପ୍ରାର୍ଥୀ ୪୨, ୮୪୦ ଭୋଟ ପାଇଥିବା  ବେଳେ ବିଧାୟକ ପ୍ରାର୍ଥୀ ୩୨, ୬୨୯ ଭୋଟ  ପାଇଥିଲେ । ଛତ୍ରପୁର ବିଧାନସଭା ଆସନରେ  ବିଜେଡି ୭୪, ୫୯୪ ଭୋଟ୍‌ ପାଇଥିବା  ବେଳେ ସାଂସଦ ପ୍ରାର୍ଥୀ ୭୭, ୭୨୫ ଭୋଟ  ପାଇଛନ୍ତି । ସେହିପରି ବିଜେପି ବିଧାୟକ  ପ୍ରାର୍ଥୀ ୫୩, ୫୪୩ ଓ ସାଂସଦ ପ୍ରାର୍ଥୀ ୫୩,  ୯୬୮ ଭୋଟ ପାଇଥିଲେ । ଗୋପାଳପୁର  ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ ୬୧,  ୬୨୮ ଭୋଟ୍‌ ପାଇଥିବା ବେଳେ ସାଂସଦ ପ୍ରାର୍ଥୀ ୬୨, ୬୯୦ ଭୋଟ ପାଇଛନ୍ତି । ବିଜେପି  ବିଧାୟକ ପ୍ରାର୍ଥୀ ୫୮,୯୫୫ ଓ ସାଂସଦ ପ୍ରାର୍ଥୀ  ୫୬,୯୧୧ ଭୋଟ୍‌ ପାଇଥିଲେ । 

ଚିକିଟିରେ ବିଜେଡି ବିଧାୟକ ପ୍ରାର୍ଥୀ  ୭୩, ୩୫୩ ଭୋଟ ପାଇଥିବା ବେଳେ  ସାଂସଦ ପ୍ରାର୍ଥୀ ୭୨, ୨୯୨ ଭୋଟ ପାଇଛନ୍ତି ।  ସେହିପରି ବିଜେପି ବିଧାୟକ ପ୍ରାର୍ଥୀ  ୫୨,୭୧୮ ଓ ସାଂସଦ ପ୍ରାର୍ଥୀ ୫୩,୦୫୨  ଭୋଟ ପାଇଥିଲେ । ଦିଗପହଣ୍ଡି ଆସନରେ  ବିଜେଡି ବିଧାୟକ ପ୍ରାର୍ଥୀ ୭୫, ୦୧୬ ଭୋଟ  ପାଇଥିବା ବେଳେ ସାଂସଦ ପ୍ରାର୍ଥୀ ୮୦,  ୫୧୯ ଭୋଟ ପାଇଛନ୍ତି । ସେହିପରି ବିଜେପି  ବିଧାୟକ ପ୍ରାର୍ଥୀ ୩୪,୫୬୪ ଓ ସାଂସଦ ପ୍ରାର୍ଥୀ  ୩୬,୦୫୨ ଭୋଟ ପାଇଥିଲେ ।  

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି  ଆସନରେ ବିଜେଡି ପ୍ରାର୍ଥୀ ୨୬, ୬୪୫ ଭୋଟ୍‌  ପାଇଥିବା ବେଳେ ସାଂସଦ ପ୍ରାର୍ଥୀ ୩୭, ୭୮୯  ଭୋଟ ପାଇଥିଲେ । ସେହିପରି ବିଜେପି  ବିଧାୟକ ପ୍ରାର୍ଥୀ ୫୨, ୪୧୫ ଓ ସାଂସଦ  ପ୍ରାର୍ଥୀ ୫୬,୮୮୩ ଭୋଟ ପାଇଥିଲେ ।  ମୋହନା ଆସନରେ ବିଜେଡି ବିଧାୟକ ପ୍ରାର୍ଥୀ  ୫୧,୩୫୧ ଓ ସାଂସଦ ପ୍ରାର୍ଥୀ ୪୭,୨୩୦  ଭୋଟ ପାଇଛନ୍ତି । ସେହିପରି ବିଜେପି  ବିଧାୟକ ପ୍ରାର୍ଥୀ ୪୬,୧୬୭ ଓ ସାଂସଦ  ପ୍ରାର୍ଥୀ ୪୭,୬୯୬ ଭୋଟ ପାଇଥିଲେ ।  ଏହି ଆସନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ  ୫୩,୭୦୫ ଓ ସାଂସଦ ପ୍ରାର୍ଥୀ ୫୭,୨୪୯  ଭୋଟ ପାଇଥିଲେ ।  

ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଏହି  ଲଢ଼େଇ ହୋଇଛି ମର୍ଯ୍ୟାଦାର ପ୍ରଶ୍ନ ।  ବିଜେଡିରୁ ବହିଷ୍କୃତ ହେବା ପରେ  ବିଜେପିରେ ତାଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ  ବ୍ରହ୍ମପୁର ଲୋକସଭା କ୍ଷେତ୍ରର ଟିକଟ ।  ଏଣୁ ନିଜ ରାଜନୈତିକ କ୍ୟାରିଅର  ପୁନରୁତ୍ଥାନ ପାଇଁ ସେ ଆରମ୍ଭ କରିଦେଇଛନ୍ତି ଜୋରଦାର କସରତ । ନାମାଙ୍କନ ପୂର୍ବରୁ  ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ  ଗଜପତିର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀକୁ ଏକାଧିକବାର ଗସ୍ତ କରି  ସେଠାରେ ପ୍ରଚାର ଆରମ୍ଭ କରିଦେଇଛନ୍ତି ।  ମୋଦିଙ୍କ ଗ୍ୟାରେଣ୍ଟି ସହ ନିଜ ଚିରାଚରିତ ଭାଷଣ ‘ଲେଖା ଛିଡ଼ାଇବା’ ହୋଇଛି ତାଙ୍କ  ପ୍ରଚାର । 

ସୂଚନାଯୋଗ୍ୟ ଯେ, ୨୦୧୯ରେ  ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ରରେ  ବିଜେପି ଦ୍ୱିତୀୟ ସ୍ଥାନରେ ଥିବାବେଳେ  ପାରଳାଖେମୁଣ୍ଡି ଅକ୍ତିଆର କରିଥିଲା ।  ଗଞ୍ଜାମ ଜିଲ୍ଲାର ୫ ବିଧାନସଭା କ୍ଷେତ୍ରରେ  ବିଜେଡିର ଦବ୍‌ଦବା ରହିଥିବାବେଳେ ଭୃଗୁ  ବକ୍ସିପାତ୍ର ଅପେକ୍ଷାକୃତ ସୁବିଧାଜନକ  ସ୍ଥିତିରେ ଥିବା କୁହାଯାଇପାରେ । ଗତଥର  ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିରେ  ବିଜେପି ଓ ମୋହନାରେ କଂଗ୍ରେସ ଅଧିକ  ଭୋଟ ନେଇଥିଲା । ସ୍ୱାଭାବିକ ଭାବେ ଭୃଗୁ  ଗଜପତିକୁ ଫୋକସ୍‌ ଦେଇଛନ୍ତି । ପ୍ରାର୍ଥୀପତ୍ର  ଦାଖଲ ପୂର୍ବରୁ ସେ ପାରଳାଖେମୁଣ୍ଡି,  ମୋହନା, ରା. ଉଦୟଗିରି ଅଞ୍ଚଳ ଗସ୍ତ କରି  ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପ୍ରଦୀପ  ପାଣିଗ୍ରାହୀ ମୋଦିଙ୍କ ଗ୍ୟାରେଣ୍ଟି ଆଧାରରେ  ପ୍ରଚାର ଚଳାଇଥିବାବେଳେ ‘ନବୀନ କ୍ରେଜ୍‌’  ଭରସାରେ ଭୃଗୁ ନିର୍ବାଚନ ବୈତରଣୀ  ପାର କରିବାକୁ ଉଦ୍ୟମ ଚଳାଇଛନ୍ତି ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.