ପ୍ରମୁଖ ଖବର
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

‘ଅରବିନ୍ଦ କେଜ୍ରିୱାଲଙ୍କୁ କେବଳ କ୍ଷମତା ଦରକାର’: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ ରହି ମଧ୍ୟ ସେ ସରକାର ଚଳାଉଛନ୍ତି । ଜେଲ୍‌ ଯିବା ପରେ ନୈତିକତା ଦୃଷ୍ଟିରୁ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ ବୋଲି ବିରୋଧୀ ଦାବି କରିଆସିଛନ୍ତି । ହେଲେ ଆମ ଆଦମୀ ପାର୍ଟି (ଆପ୍‌) ଦାବି କରୁଛି ଯେ, ଜେଲ୍‌ରେ ରହି ବି ଶାସନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ନିଜ ପଦ ଛାଡ଼ିବାର ପ୍ରଶ୍ନ ଉଠୁନି। ଆପ୍‌ ପକ୍ଷରୁ ହେଉଥିବା ଏପରି ଦାବିକୁ ଭର୍ତ୍ସନା କରିଛନ୍ତି ଦିଲ୍ଲୀ ହାଇକୋର୍ଟ। 

ମୁଖ୍ୟମନ୍ତ୍ରୀ ଜେଲ୍‌ରେ ବନ୍ଦ ଥିବା ବେଳେ ବିଭିନ୍ନ ସରକାରୀ କାର୍ଯ୍ୟ ଅଟକି ରହୁଥିବାରୁ ଏହାକୁ କଡ଼ା ସମାଲୋଚନା କରିଛନ୍ତି ବିଚାରପତି। ଏପରିକି ରାଷ୍ଟ୍ର ହିତଠୁ କେଜ୍ରିୱାଲ ବ୍ୟକ୍ତିଗତ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି କୋର୍ଟ। କେତେ କ୍ଷମତା ହେଲେ ସେ ଖୁସି ହୋଇ ପାରିବେ ବୋଲି ବି ପଚାରିଛନ୍ତି କୋର୍ଟ । କେଜ୍ରିୱାଲ ଜେଲ୍‌ରେ ବନ୍ଦ ଥିବାରୁ ଦିଲ୍ଲୀ ନଗର ନିଗମ ଅଧୀନ(ଏମସିଡି) ସ୍କୁଲମାନଙ୍କରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହେଲାଣି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଫାଇଲ୍‌ ଅନୁମୋଦିତ ହୋଇ ପାରୁ ନ ଥିବାରୁ ପିଲାମାନଙ୍କୁ ବହି, ଖାତା, ସ୍କୁଲ ଡ୍ରେସ୍‌ ଆଦି ଆବଶ୍ୟକୀୟ ଜିନିଷ ମିଳି ପାରୁନି। ଫଳରେ ସେମାନଙ୍କ ପାଠପଢ଼ା ବ୍ୟାହତ ହେଉଛି।

୫ କୋଟିରୁ ଅଧିକ ଟଙ୍କାର ଟେଣ୍ଡର ପାରିତ ହୋଇପାରି ନାହିଁ । ସ୍ଥାୟୀ ସମିତି ଗଠିତ ହୋଇ ନ ପାରିବା ଯୋଗୁଁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି । ସ୍ଥାୟୀ ସମିତି ଗଠନ ହୋଇ ନ ପାରିଲେ ଏହି ଦାୟିତ୍ୱ ତୁରନ୍ତ ଏକ ଉପଯୁକ୍ତ ଅଥରିଟିକୁ ହସ୍ତାନ୍ତର କରିବାକୁ କହିଛନ୍ତି କୋର୍ଟ। ମାତ୍ର ଅଥରିଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆବଶ୍ୟକ ବୋଲି ଓକିଲ କହିବାରୁ ବର୍ଷିଛନ୍ତି ଦିଲ୍ଲୀ ହାଇକୋର୍ଟ। ଗିରଫଦାରୀ ପରେ ବି କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁ ନାହାନ୍ତି। ଏହା ଦର୍ଶାଉଛି ଯେ, ସେ ରାଷ୍ଟ୍ର ହିତଠୁ ନିଜ ରାଜନୈତିକ ହିତକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି । ଆପଣ ଆମକୁ ଅଧିକ କଠୋର ହେବାକୁ ବାଧ୍ୟ କରୁଛନ୍ତି ବୋଲି ବିଚାରପତି ମନମୋହନ ଓ ମନମିତ ପି.ଏସ୍‌ ଅରୋରା କହିଛନ୍ତି ।

ହାଇକୋର୍ଟ ଆହୁରି କହିଛନ୍ତି ଯେ, ଆପଣ ନିଜ ସ୍ୱାର୍ଥ ପାଇଁ ଛାତ୍ରଛାତ୍ରୀଙ୍କ ଅଧିକାରକୁ ବଳି ପକାଉଛନ୍ତି। ସେମାନଙ୍କୁ ପାଠପଢ଼ା ଅଧିକାରରୁ ବଞ୍ଚିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ। ଆସନ୍ତା ସୋମବାର ଏହି ମାମଲାର ରାୟ ପ୍ରକାଶ ପାଇବ । ଆପଣ କ୍ଷମତାକୁ ଜାବୁଡ଼ି ଧରିବାକୁ ଚେଷ୍ଟା କରୁଛନ୍ତି। ପ୍ରଶାସନ ପଙ୍ଗୁ ହୋଇଯାଉ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି। ଆପଣଙ୍କ ମହକିଲଙ୍କୁ କେବଳ କ୍ଷମତା ଦରକାର। କେତେ କ୍ଷମତା ହେଲେ ସେ ଖୁସି ହୋଇ ପାରିବେ ବୋଲି ଆପ୍‌ ସରକାରଙ୍କ ଓକିଲଙ୍କୁ ପଚାରିଛନ୍ତି କୋର୍ଟ । ସେପଟେ ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କୁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା ଉଚିତ । କେବଳ ଜଣେ ବ୍ୟକ୍ତିଙ୍କ ମନମାନୀକୁ ବରଦାସ୍ତ କରାଯାଇ ପାରିବନି ବୋଲି ହାଇକୋର୍ଟ କହିଛନ୍ତି।

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.