ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଋଷରୁ ତୈଳ ନେଇ ଭାରତ ଆସୁଥିବା ଜାହାଜ ଉପରେ ମିସାଇଲ୍‌ ମାଡ଼ କଲେ ହୁତି ବିଦ୍ରୋହୀ

ନୂଆଦିଲ୍ଲୀ: କିଛି ଦିନର ଶାନ୍ତି ପରେ ପୁଣି ଅଶାନ୍ତ ହୋଇଉଠିଛି ଲୋହିତ ସାଗର ।  ୟେମେନର ବିଦ୍ରୋହୀ ଗୋଷ୍ଠୀ ହୁତି ପକ୍ଷରୁ ଲୋହିତ ସାଗରରେ ପୁଣି ଥରେ ଜାହାଜ ଉପରେ ଆକ୍ରମଣ ହୋଇଛି । ଶୁକ୍ରବାର ଦିନ ହୋଇଥିବା ଏହି ଆକ୍ରମଣରେ ଏକ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଗାଜା ଉପରେ ଇସ୍ରାଏଲର ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ଗତ ନଭେମ୍ବରରୁ ଲୋହିତ ସାଗରରେ ଅନବରତ ଆକ୍ରମଣ ଜାରି ରଖିଛି ।

ଏକ ଘରୋଇ ସୁରକ୍ଷା ସଂସ୍ଥା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଲୋହିତ ସାଗରରେ ୩ଟି ମିଶାଇଲ ମାଡ କରାଯାଇଥିବା ଦେଖିବାକୁ ମିଳିଛି । ଏହି ମିଶାଇଲଗୁଡିକ ଏକ ବାଣିଜ୍ୟିକ ଜାହାଜ(ଅଏଲ ଟ୍ୟାଙ୍କର) ନିକଟରେ ପଡିଥିଲା । ଏହି ଜାହାଜରେ ପାନାମା ପତାକା ଲାଗିଥିବା ବେଳେ ଋଷ ବାଣିଜ୍ୟିକ ଜାହାଜ ଆଣ୍ଡ୍ରୋମେଡା ଷ୍ଟାର ବୋଲି ଜଣାପଡିଛି । ଯାହା ରୁଷର ପ୍ରିମୋର୍ସ୍କରୁ ଭାରତ ଆସୁଥିବା ଜଣାପଡିଛି । ତେବେ ସିପ୍ ଟ୍ରାକିଙ୍ଗ ଡାଟା ଅନୁଯାୟୀ, ହୁତି ଆକ୍ରମଣରୁ ବର୍ତ୍ତିବା ପାଇଁ ଏହି ଜାହାଜ ନିଜର ଲୋକେସନ ବନ୍ଦ ରଖିଥିଲା । ଏହି ଆକ୍ରମଣ କରିଥିବା ନେଇ ହୁତି ପ୍ରବକ୍ତା ବ୍ରିଗେଡିୟର ଜେନେରାଲ ୟାହା ସାରି ଶନିବାର ସ୍ପଷ୍ଟ କରିଛନ୍ତି । ଜାହାଜକୁ ହୁତି ବିଦ୍ରୋହୀ ଗୋଷ୍ଠୀ ସିଧାସଳଖ ମିସାଇଲ୍‌ ମାଡ଼ କରିଛି ବୋଲି ସେ କହିଛନ୍ତି । ଏହି ସମୟରେ ବାର୍ବାଡସ ପତାକା ଥିବା ଅନ୍ୟ ଏକ ଜାହାଜ ମଧ୍ୟ ପାଖରେ ଥିଲା ବୋଲି ଆମେରିକା ପକ୍ଷରୁ ସୂଚନା ଦିଆଯାଇଛି । 

ସୂଚନାଯୋଗ୍ୟ, ଅକ୍ଟୋବରରେ ଇସ୍ରାଏଲ- ଗାଜା ଆକ୍ରମଣକୁ ନେଇ ହୁତି ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇଉଠିଛି । ଇସ୍ରାଏଲ ଆକ୍ରମଣକୁ ବିରୋଧ କରି ଇରାନ ସମର୍ଥିତ ହୁତି ବିଦ୍ରୋହୀ ଗୋଷ୍ଠୀ ୟେମେନରୁ ଲୋହିତ ସାଗରରେ ବାଣିଜ୍ୟିକ ଜାହାଜଗୁଡିକୁ ଟାର୍ଗେଟ କରୁଛି । ନଭେମ୍ବରରୁ ଏବେସୁଦ୍ଧା ହୁତି ଗୋଷ୍ଠୀ ୫୦ରୁ ଉର୍ଦ୍ଧ୍ୱ ଜାହାଜକୁ ଟାର୍ଗେଟ କରିବା ସହ ଗୋଟିଏ ଜାହାଜୁ ସିଜ୍‌ କରିନେବା ସହ ଡୁବାଇ ଦେଇଛି ବୋଲି ଆମେରିକା ନୌବାହିନୀ ପ୍ରଶାସନ ପକ୍ଷରୁ କୁହାଯାଇଛି  । ଆମେରିକା ନେତୃତ୍ବରେ ୟେମେନରୁ ପରିଚାଳିତ ହୁତି ଗୋଷ୍ଠୀ ଉପରେ ଏୟାର ଷ୍ଟ୍ରାଇକ୍‌ ହେବା ପରେ ଲୋହିତ ସାଗରରେ ଶାନ୍ତି ଫେରିଥିଲା । ହେଲେ ଏବେ ପୁଣି ଥରେ ହୁତି ଗୋଷ୍ଠୀ ସକ୍ରିୟ ହୋଇଛି ।  

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.