ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ବ୍ରିଜ ଭୂଷଣ ସିଂଙ୍କୁ ଝଟକା, ମହିଳା ରେସଲରଙ୍କୁ ଯୌନ ନିର୍ଯାତନା ମାମଲାରେ ଅଧିକ ଅନୁସନ୍ଧାନ କରାଯିବା ନେଇ ଦାଖଲ ଆବେଦନକୁ କୋର୍ଟଙ୍କ ପ୍ରତ୍ୟାଖ୍ୟାନ...

ନୂଆଦିଲ୍ଲୀ: ମହିଳା ରେସଲରଙ୍କ ଉପରେ କଥିତ ଯୌନ ନିର୍ଯାତନା ମାମଲାରେ ଭାରତୀୟ କୁସ୍ତି ସଂଘ ବା ରେସଲିଂ ଆସୋସିଏସନର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । ଏହି ମାମଲାରେ ଏକ ନୂତନ ଅନୁସନ୍ଧାନ କରାଯାଉ ବୋଲି ସାଂସଦ ବ୍ରିଜ ଭୂଷଣ ଦାବି କରିଥିଲେ । ସେ ଦାବି କରିଥିଲେ ଯେ, ଏହି ଘଟଣା ସମୟରେ ସେ ଦେଶରେ ନଥିଲେ । ତେବେ ରାଉସ୍ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ପ୍ରିୟଙ୍କା ରାଜପୁତଙ୍କ କୋର୍ଟରୁ ତାଙ୍କୁ ଏହି ଝଟକା ଲାଗିଛି । ଏବେ କୋର୍ଟ କଥିତ ଯୌନ ଶୋଷଣ ମାମଲାରେ ଆସନ୍ତା  ରେ ଶୁଣାଣି କରିବାକୁ ଯାଉଛନ୍ତି । 

ଭିଡିଓ କନଫରେନ୍ସିଂ ମାଧ୍ୟମରେ ବ୍ରିଜଭୂଷଣ ଶରଣ ସିଂ କୋର୍ଟରେ ହାଜର ହୋଇଥିଲେ । ରାଉସ୍ ଆଭେନ୍ୟୁ କୋର୍ଟର ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ପ୍ରିୟଙ୍କା ରାଜପୁତ ଏହି ପିଟିସନର ଶୁଣାଣି କରିଛନ୍ତି । ଏହି ଘଟଣାର ଅନୁସନ୍ଧାନ କରୁଥିବା ଅଧିକାରୀଙ୍କୁ କୋର୍ଟ ପଚାରିଛନ୍ତି ଯେ, ଅଭିଯୁକ୍ତଙ୍କ CDR ଏକ ବାସ୍ତବ ନା ଅବାସ୍ତବ ଡକ୍ୟୁମେଣ୍ଟଏହା ଅବାସ୍ତବ ବୋଲି ତଦନ୍ତ ଅଧିକାରୀ କହିଛନ୍ତି । କୋର୍ଟ କହିଛନ୍ତି ତେବେ ଆପଣ ଚାର୍ଜସିଟରେ କାହିଁକି ଲେଖିଛନ୍ତି ?

କୋର୍ଟ କହିଛନ୍ତି ଯେ ଜଣେ ଅଭିଯୋଗକାରୀ ଅଭିଯୋଗ କରିଛନ୍ତି ଯେ ଏକ ଅନ୍ତର୍ଜାତୀୟ ଇଭେଣ୍ଟରୁ ଫେରିବା ପରେ ତାଙ୍କୁ ଡବ୍ଲୁଏଫଆଇ ଦିଲ୍ଲୀ କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଦିଆଯାଇଥିଲା । ସେହି ଦିନ ଓକିଲ ସିଡିଏର କପି ଦାଖଲ କରିନଥିଲେ। ଏହି ପ୍ରସଙ୍ଗ ଉଠାଇ ବ୍ରିଜ ଭୂଷଣଙ୍କ ଓକିଲ କହିଛନ୍ତି ଯେ ଯଦି ଅଭିଯୁକ୍ତ ଦଳର ସିଡିଏ ରିପୋର୍ଟ ଅଛିତେବେ ତାଙ୍କୁ ବର୍ତ୍ତମାନ ଦିଆଯିବା ଉଚିତ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.