ପ୍ରମୁଖ ଖବର
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

‘ତାରକ ମେହତା କା ଉଲଟା ଚଷ୍‌ମା’ କମେଡି ଅଭିନେତା ଗୁରୁଚରଣ ସିଂ ନିଖୋଜ, ଥାନାରେ ଏତଲା ଦେଲେ ବାପା

ନୂଆଦିଲ୍ଲୀ,୨୭/୦୪: ‘ତାରକ ମେହତା କା ଉଲଟା ଚଷ୍‌ମା’ କମେଡି ସିରିଏଲର ଅଭିନେତା ଗୁରୁଚରଣ  ସିଂ(୫୦) ୪ ଦିନ ହେଲା ନିଖୋଜ ଅଛନ୍ତି । ଏହି  ସିରିଏଲରେ ସେ ରୋଶନ ସିଂ  ସୋଢ଼ି ଭୂମିକାରେ ଅଭିନୟ କରି  ବେଶ୍‌ ଲୋକପ୍ରିୟ ହୋଇଥିଲେ ।  ଏ ନେଇ ତାଙ୍କ ବାପା ହରଜିତ୍‌  ସିଂ ଦିଲ୍ଲୀ ପୁଲିସରେ ଏତଲା  ଦେଇଛନ୍ତି । 

ଅଭିଯୋଗରେ  ଦର୍ଶାଯାଇଛି, ଗୁରୁଚରଣ ଗତ  ୨୨ ତାରିଖରେ ଦିଲ୍ଲୀରୁ ମୁମ୍ବାଇ  ଅଭିମୁଖେ ବାହାରି ଥିଲେ । କିନ୍ତୁ  ସେ ମୁମ୍ବାଇ ପହଞ୍ଚି ନାହାନ୍ତି କିମ୍ବା ଘରକୁ ଫେରିନାହାନ୍ତି । ତେଣୁ ସେ ଦିଲ୍ଲୀ ବିମାନବନ୍ଦରରୁ ନିଖୋଜ ହୋଇଛନ୍ତି ।  ତାଙ୍କ ଫୋନ୍‌ ମଧ୍ୟ ଲାଗୁ ନ ଥିବା ଏତଲାରେ ଦର୍ଶାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.