ଭୁବନେଶ୍ୱର,୨୨/୦୮: ଓଡ଼ିଶା ଯାତ୍ରା କମିଟି ସୁରକ୍ଷା ମଞ୍ଚ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାର ଅପେରା କମିଟିକୁ ନେଇ ଆସନ୍ତା ୨୪  ତାରିଖରେ ଖଣ୍ଡଗିରି ଛକ ନିକଟ ହୋଟେଲ  ସନ୍‌ରାଇଜ୍‌ରେ ବୈଠକ ଦିନ ୧୦ଟାରେ  ଅନୁଷ୍ଠିତ ହେବ । ଖୋର୍ଦ୍ଧାରେ ବିଭିନ୍ନ ସ୍ଥାନରେ  ଯାତ୍ରା ଆୟୋଜନ କରୁଥିବା ଯାତ୍ରା କମିଟିର  ନେତୃବୃନ୍ଦ ଏହି ବୈଠକରେ ସାମିଲ ହୋଇ  ନିଜର ସମସ୍ୟା ଉପସ୍ଥାପନ କରିବେ ।  କମିଟିର ନେତୃବୃନ୍ଦ ଏହି ବୈଠକରେ  ଯୋଗଦେବାକୁ ଖୋର୍ଦ୍ଧା ଜିଲ୍ଲା ଯାତ୍ରା କମିଟି  ସୁରକ୍ଷା ମଞ୍ଚର ସମ୍ପାଦକ ନୃସିଂହ ସୁନ୍ଦରାୟ ଓ  କୃଷ୍ଣଚନ୍ଦ୍ର ଜେନା ନିବେଦନ କରିଛନ୍ତି।