ଭୁବନେଶ୍ବର, ୧୦/୦୩: ଯାତ୍ରା ଜାରି ରଖିବେ ବ୍ୟାଡ୍ ବୟ । ପିୟୂଷ ତ୍ରିପାଠୀଙ୍କ ଅଭିନୟ ଉପରେ ଲାଗିବନି ରୋକ୍ । ଏଣିକି ବିନା ବାଧାରେ ଯାତ୍ରା ପେଣ୍ଡାଲରେ ଅଭିନୟ ଜାରି ରଖିବେ ଭଇରାଲ୍ ବୟ । ଅପେରା ସୂର୍ଯ୍ୟମନ୍ଦିର ଚ୍ୟାରେଞ୍ଜ ଆବେଦନକୁ ଖାରଜ କରିଛନ୍ତି ଜିଲ୍ଲା ଅଦାଲତ । ଏହା ସହିତ ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ଭୁବନେଶ୍ବର ଜିଲ୍ଲା କୋର୍ଟ ।
ସୂଚନା ଅନୁଯାୟୀ, ଯାତ୍ରା ଭେଟେରାନ୍ ପୀୟୂଷ ତ୍ରିପାଠୀ ଚୁକ୍ତି ଖିଲାପ କରିଥିବା ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅପେରା ସୂର୍ଯ୍ୟମନ୍ଦିର ମାଲିକ । ତଳ କୋର୍ଟ ଏହି ମାମଲାର ଶୁଣାଣି କରି ପୀୟୂଷ ସପକ୍ଷରେ ରାୟ ଶୁଣାଇଥିଲେ । ମାତ୍ର ଅପେରା ସୂର୍ଯ୍ୟମନ୍ଦିର ମାଲିକ ଏହାକୁ ଭୁବନେଶ୍ବର ଜିଲ୍ଲା କୋର୍ଟ ଚ୍ୟାଲେଞ୍ଜ କରିଥିଲେ । ଅଦାଲତ ଚ୍ୟାଲେଞ୍ଜ ଆବେଦନକୁ ଖାରଜ କରିବା ସହିତ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଛନ୍ତି । ଯାହା ଫଳରେ ପୀୟୂଷଙ୍କ ମିଳିଛି ଅଶ୍ବସ୍ତି । ଏବେ ବ୍ୟାଡ୍ ବୟ ବିନା ବାଧାରେ ଯାତ୍ରା ମଞ୍ଚରେ ଅଭିନୟ କରିପାରିବେ । କୋର୍ଟଙ୍କ ଏହି ରାୟ ଆସିବା ପରେ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।