ପ୍ରମୂଖ ଖବର
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବୌଦ୍ଧ ପୋଲିସର ବଡ଼ ଆକ୍ସନ, ୮ କୋଟିର ଗଞ୍ଜେଇ ନଷ୍ଟ

Published By : Harapriya Sethi | November 7, 2024 9:24 AM

ବୌଦ୍ଧ,୦୭/୧୧: ବୌଦ୍ଧ ପୋଲିସ ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଜାରି କରାଯାଇଛି । ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁନାଝରି ଏବଂ ଆମ୍ବଝରି ଗ୍ରାମ୍ୟ ଜଙ୍ଗଲରୁ ୮୭ ହଜାର ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ । ଏହାର ମୂଲ୍ୟ ୮ କୋଟି ୭୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । 

ବୌଦ୍ଧ ଅଞ୍ଚଳରେ ନିୟମିତ ଭବରେ ଗଞ୍ଜେଇ ଚାଲାଣ ହେଉଥିବା କାରଣରୁ ପୋଲିସ ଏଭଳି ପଦକ୍ଷେପ ନେଇଛି । ଦୁଇଟି ସ୍ଥାନରେ ଆଦର୍ଶ ଥାନା ପକ୍ଷରୁ ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ କରାଯାଇଥିଲା । ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁନାଝରି ଏବଂ ଆମ୍ବଝରି ଗ୍ରାମ୍ୟ ଜଙ୍ଗଲର ୮୭ ଏକର ଜଙ୍ଗଲ ଜମିର ୮୭ ହଜାରରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ । ଏହି ଗଞ୍ଜେଇ ଗଛର ମୁଲ୍ୟ ୮ କୋଟି ୭୦ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ସମସ୍ତ ଗଞ୍ଜେଇ ଗଛ ମାଜିଷ୍ଟ୍ରେଟ ରଜାଏ ରସୁଲଙ୍କ ଉପସ୍ଥିତିରେ ପୋଡ଼ା ଯାଇଥିଲା । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.