ନୂଆଦିଲ୍ଲୀ, ୧୩/୦୫ : ଆଦମପୁର ଏୟାରବେସ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯବାନଙ୍କ ଭିତରେ ଉତ୍ସାହ ଜୋରଦାର୍। ପଣ୍ଡ ହୋଇଗଲା ପାକ୍ ପ୍ରୋପାଗଣ୍ଡା। ପଦାରେ ପଡ଼ିଲା ପାକିସ୍ତାନର ମିଛ। ଭାରତ ସୈନ୍ୟ ଆଡ୍ଡା ଧ୍ଵଂସ ଖବରକୁ ଭୁଲ୍ ପ୍ରମାଣିତ କଲେ ମୋଦି। 

ଅପରେସନ ସିନ୍ଦୂରରେ ସାରା ବିଶ୍ଵ ଭାରତୀୟ ଯବାନଙ୍କ ପରାକ୍ରମ ଦେଖିଲା। ଭାରତୀୟ ସେନାଙ୍କ ଅଦମ୍ୟ ସାହସ ଆଗରେ ପାକିସ୍ତାନୀ ସେନା ମୁଣ୍ଡ ନୁଆଁଇଲେ। ଏହାରି ଭିତରେ ଯବାନଙ୍କୁ ଉତ୍ସାହିତ କରିବାକୁ ମଙ୍ଗଳବାର ସକାଳେ ପଞ୍ଜାବ ସ୍ଥିତ ଆଦମପୁର ଏୟାରବେସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ବର୍ତ୍ତମାନର ସ୍ଥିତି ନେଇ ବାୟୁସେନାର ବାହାଦୂର ଯବାନଙ୍କ ସହ ଆଲୋଚନା କରିଛନ୍ତି। ନଜ ଗହଣରେ ପିଏମଙ୍କୁ ପାଇ ଯବାନମାନେ ଉତ୍ସାହିତ ହୋଇଛନ୍ତି। ସେପଟେ ମୋଦି ଆଦମପୁର ଏୟାରବେସ୍‌ରେ ପହଞ୍ଚିବା ପରେ ପାକିସ୍ତାନର ମିଛ ପଦାରେ ପଡିଛି। କାରଣ ଭାରତର ସୈନ୍ୟ ଆଡ୍ଡା ଧ୍ଵଂସ କରିଦେଇଥିବା ପାକିସ୍ତାନ ମିଛ ପ୍ରଚାର କରିଥିଲା। 

ସେପଟେ ସାଉଥ୍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ଵପୂର୍ଣ୍ଣ ବୈଠକ କରିଛନ୍ତି। ସିଡିଏସ୍‌ଙ୍କ ସମେତ ୩ ସେନା ମୁଖ୍ୟ ଆଲୋଚନାରେ ସାମିଲ ହୋଇଛନ୍ତି। ଅସ୍ତ୍ରବିରତି ପରେ ରାଜନାଥ ସିଂଙ୍କ ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ମିଟିଂ ହେବ ବୋଲି ସୂଚନା ମିଳିଛି।

ଏହି ଖବରଟିକୁ ପଢନ୍ତୁ-କାଶ୍ମୀରରେ ଲୁଚିଛନ୍ତି ପହଲଗାମ ଆତଙ୍କୀ; ଲାଗିଲା ୩ ମୋଷ୍ଟୱାଣ୍ଟେଡଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର