ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ପାକିସ୍ତାନ ଆରମ୍ଭ କରିଦେଇଥାନ୍ତା ନ୍ୟୁକ୍ଲିୟର ଓ୍ବାର ? ଆମେରିକାର ଦାବି ଉପରେ ଜାଣନ୍ତୁ କ’ଣ କହିଲେ ଜୟଶଙ୍କର

Published By : Harapriya Biswal | May 26, 2025 7:33 PM

ନୂଆଦିଲ୍ଲୀ,୨୬।୫:  ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ବିରୋଧୀ ଏବେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛି। ଯେଉଁଥିରେ ସେ କହିଥିଲେ  ଆମେରିକା ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଆଣିଛି। ସେହି ସମୟରେ, ସରକାର ବାରମ୍ବାର କହୁଛନ୍ତି ଯେ ଏଥିରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ନାହିଁ। ଏହି କ୍ରମରେ, ପୁଣିଥରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି, ଆମେ ସମସ୍ତ ଦେଶକୁ କହିଛୁ ଯେ ପାକିସ୍ତାନ ବନ୍ଦ କଲେ ହିଁ ଆମେ ବନ୍ଦ କରିବୁ, ନଚେତ୍ ଆମକୁ କଡ଼ା ଜବାବ ମିଳିବ।

ବୈଦେଶିକ ବ୍ୟାପାର ପରାମର୍ଶଦାତା କମିଟି ବୈଠକରେ ଏସ୍. ଜୟଶଙ୍କର ଅଂଶଗ୍ରହଣ କରିଥିଲେ। ସୂତ୍ର ଅନୁଯାୟୀ, ଏହି ସମୟରେ ସେ ବିଦେଶୀ ହସ୍ତକ୍ଷେପ ବିଷୟରେ କହିଥିଲେ, ଯେତେବେଳେ କୌଣସି ଦେଶ ଆମକୁ ପଚାରିଥାଏ, ଆମେ କେବଳ ଏତିକି କହିଥାଉ ଯେ ଯଦି ସେମାନେ ଗୁଳି କରନ୍ତି ତେବେ ଆମେ ଗୁଳି କରିବୁ, ଯଦି ସେମାନେ ବନ୍ଦ କରନ୍ତି ତେବେ ଆମେ   ବନ୍ଦ କରିବୁ। ଏହା ବ୍ୟତୀତ, ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ କହିଥିଲେ, ଯାହା ହେବ ତାହା ଦେଶର ହିତରେ ହେବ ଏବଂ ଭଲ ହେବ।

ଜୟଶଙ୍କର କହିଛନ୍ତି, ଅପରେସନ ସିନ୍ଦୂରର ପ୍ରଥମ ପର୍ଯ୍ୟାୟ ପରେ, ଯେତେବେଳେ ଆମେରିକା ସଚିବ କହିଥିଲେ, ପାକିସ୍ତାନ ଏକ ବଡ଼ ଆକ୍ରମଣ କରିପାରେ, ଆମେ ଉତ୍ତର ଦେଇଥିଲୁ  ଯଦି ପାକିସ୍ତାନ ଏକ ବଡ଼ ଆକ୍ରମଣ କରେ, ତେବେ ଆମେ ଏହାଠାରୁ ବଡ଼ ଆକ୍ରମଣ କରିବାକୁ ମଧ୍ୟ ପ୍ରସ୍ତୁତ। ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ସମ୍ପର୍କିତ ପୋଷ୍ଟ ଉପରେ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଉଭୟ ଡିଜିଏମଓଙ୍କ ମଧ୍ୟରେ ଆଲୋଚନା ଯୋଗୁଁ  ଅସ୍ତ୍ରବିରତି ଘଟିଛି ଏବଂ ଏଥିରେ କୌଣସି ଦେଶର କୌଣସି ଭୂମିକା ନାହିଁ। 

ତାଙ୍କ ବୟାନ ଉପରେ ହୋଇଥିବା ହଙ୍ଗାମା ଉପରେ, ଜୟଶଙ୍କର ପୁଣି ଥରେ ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ଦିଆଯାଇଥିବା ସୂଚନା ଉପରେ ସ୍ଥିତି ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ‘ଅପରେସନ ସିନ୍ଦୂର’ ସମାପ୍ତ ହେବାର କିଛି ସମୟ ପରେ, ପାକିସ୍ତାନକୁ ସୂଚନା ଦିଆଯାଇଥିଲା ଯେ ଆମେ କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରିଛୁ। ଏହା ସହିତ, ବୈଦେଶିକ ମନ୍ତ୍ରୀ କମିଟିର ସଦସ୍ୟମାନଙ୍କୁ ନିବେଦନ କରିଛନ୍ତି, ଯଦି ଆପଣଙ୍କୁ କୌଣସି ସୂଚନାର ଆବଶ୍ୟକତା ଅଛି, ତେବେ ଆପଣ ସିଧାସଳଖ ସରକାରଙ୍କ ସହ କଥା ହୁଅନ୍ତୁ। ଗଣମାଧ୍ୟମକୁ ଯାଇ ‘ଅପରେସନ ସିନ୍ଦୂର’ ଉପରେ ପ୍ରଶ୍ନ ଉଠାନ୍ତୁ ନାହିଁ କାରଣ ଏହା ପରିବେଶକୁ ଖରାପ କରିବ, ପାକିସ୍ତାନକୁ ସୁଯୋଗ ମିଳିବ ଏବଂ ‘ଅପରେସନ ସିନ୍ଦୂର’ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.