ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସରିଲା ସର୍ବଦଳୀୟ ବୈଠକ ; ସରିନି 'ଅପରେସନ ସିନ୍ଦୂର', ଫିଲ୍ମ ଏବେ ବାକି ଅଛି...

Published By : Ankita S | May 8, 2025 2:12 PM

ନୂଆଦିଲ୍ଲୀ,୦୮/୦୫: ସଂସଦ ଭବନରେ ଆଜି ପୂର୍ବାହ୍ନ ୧୧ଟାରେ ସର୍ବଦଳୀୟ ବୈଠକ ବସିଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଏଥିରେ ସବୁ ରାଜନୈତିକ ଦଳ ଯୋଗ ଦେଇଥିଲେ । 'ଅପରେସନ ସିନ୍ଦୂର' ସରିନାହିଁ । ଏଥିରେ ୧୦୦ ଆତଙ୍କବାଦୀ ନିପାତ ହୋଇଥିବା ରାଜନୈତିକ ଦଳକୁ ଅବଗତ କରାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଡକା ଯାଇଥିବା ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ 'ଅପରେସନ୍ ସିନ୍ଦୂର' ଜାରି ରହିଛି । ଏହି ଅପରେସନରେ ୧୦୦ ଆତଙ୍କୀ ନିପାତ ହୋଇଛନ୍ତି । ପାକିସ୍ତାନ ଓ ପିଓକେରେ ୯ ଆତଙ୍କୀ ଠିକଣାରେ ହମଲା ହୋଇଥିଲା । ଅତିକମ୍‌ରେ ଆହୁରି ୧୨ ଆତଙ୍କୀ ଆଡ୍ଡା ରହିଛି ।

ଅଧିକ ପଢନ୍ତୁ...Operation Sindoor: ଅଚାନକ ପିଏମ୍‌ଙ୍କୁ କାହିଁକି ଭେଟିଲେ NSA ଅଜିତ୍, ୫୦ ମିନିଟ୍ କ'ଣ ହେଲା ଆଲୋଚନା ?

'ଆମେ ଏକାଠୀ'- ସର୍ବଦଳୀୟ ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି, ଲୋକତନ୍ତ୍ରରେ ସବୁ ରାଜନୈତିକ ଦଳକୁ କିପରି ଏକାଠୀ ହୋଇ କାମ କରିବା କଥା ବିଶେଷ କରି ସଂସଦୀୟ ପରମ୍ପରାରେ ରାଜନୈତିକ ଦଳ ଓ ସାଂସଦମାନେ ଲୋକଙ୍କ ସ୍ୱର ହୋଇଥାନ୍ତି । ଏମିତି ସମୟରେ ସଂସଦଙ୍କ ସ୍ୱର ଏକାଠୀ ଉଠିଲେ ତାହା ଭାରତର ସଫଳତା ହେବ । ଅପରେସନ ସିନ୍ଦୂୀର ସରିନାହିଁ ପିଲ୍ମ ଏବେ ବାକି ଅଛି  । ସମସ୍ତ ରାଜନୈତିକ ଦଳକୁ ଧନ୍ୟବାଦ ।''

କିରନ ରିଜିଜୁ ଆହୁରି କହିଛନ୍ତି, ''ଏମିତି ସମୟରେ କିଛି ମିଥ୍ୟା ଖବର ପ୍ରସାରିତ କରନ୍ତୁ ନାହିଁ । ଦେଶରେ ହେଉ କିମ୍ବା ବାହାରେ ପ୍ରସାରିତ ହେଉଥିଛି । ଦେଶର ଏକତାକୁ ଭାଙ୍ଗିବାକୁ ମିଥ୍ୟା ଖବର ପ୍ରଚାର ହେଉଛି । ତାହା ଉପରେ ବିଶ୍ୱାସ କରନ୍ତୁ ନାହିଁ ।''

କ'ଣ କହିଲା କଂଗ୍ରେସ ? ସର୍ବଦଳୀୟ ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, '' ସୀମାରେ ଆମ ଲୋକଙ୍କ ସୁରକ୍ଷା ମୁଦ୍ଦା ଉଠାଇଥିଲୁ । ଏହା ସହିତ ପୁଞ୍ଚରେ ଯେଉଁ ଲୋକଙ୍କର ମୃତ୍ୟୁ ହୋଇଛି ସେ ଦିଗରେ କିଛି ପଦକ୍ଷେପ ନେବା ଦରକାର । ସରକାର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି । ସଙ୍କଟ ଘଡିରେ କିଛି କହିବା ଠିକ୍ ହେବ ନାହିଁ ତେଣୁ ଆମେ ସରକାରଙ୍କୁ ସମର୍ଥନ କରିଛୁ । ସମସ୍ତେ ସମସ୍ତଙ୍କ ମତ ରଖିଥିଲେ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.