ପ୍ରମୂଖ ଖବର
  • ପୁରୀ : ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ଅର୍ଥ ପ୍ରଲୋଭନ: ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ||
  • Operation Sindoor: ଅର୍ଦ୍ଧ ସାମରିକ ବାହିନୀର ଛୁଟି ରଦ୍ଦ, ଆଲର୍ଟରେ ଗୃହ ମନ୍ତ୍ରାଳୟ
  • ||
  • ଭୁବନେଶ୍ୱର : ଯୁଦ୍ଧ ଛାନିଆରେ ପରିବା ଦୋକାନରେ ଖଚାଖଚ୍ ଭିଡ଼, ଅତ୍ୟାବଶ୍ୟକ ସାମଗ୍ରୀ କିଣି ନେଉଛନ୍ତି ଲୋକେ
  • ||
  • Operation Sindoor: ପାକିସ୍ତାନ ଛାତିରେ ଏୟାରଷ୍ଟ୍ରାଇକ୍, ଦେଖନ୍ତୁ ୯ ଆତଙ୍କୀ ଆଡ୍ଡାର ଲିଷ୍ଟ
  • ||
  • Operation Sindoor: ଭାରତୀୟ ସେନାର ତିନି ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଆଜି ଦିନ ୧୦ଟାରେ ହେବ ପ୍ରେସ କନଫରେନ୍ସ
  • ||
  • ଆଇସିଏଆର୍‌ରେ ପିଜି ଏବଂ ପିଏଚ୍‌ଡି ନାମଲେଖା ପ୍ରକ୍ରିୟା ଆରମ୍ଭ, ଜୁନ୍‌ ୫ ଯାଏ ଆବେଦନ
  • ||
  • ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ତଦାରଖ କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ବୌଦ୍ଧ : ନଦୀକୁ ଶୌଚ ହେବାକୁ ଯାଇ ନିଖୋଜ ହୋଇଥିଲେ ଯୁବକ, ଉଦ୍ଧାର ହେଲା ମୃତଦେହ
  • ||

Operation Sindoor: ସେନାବାହିନୀ ପାଇଁ ଗର୍ବିତ କହିଲେ ରାହୁଲ... 'ଏକତାର ସମୟ' କହିଲା କଂଗ୍ରେସ

Published By : Ankita S | May 7, 2025 10:26 AM

ନୂଆଦିଲ୍ଲୀ,୦୭/୦୫: ଭାରତ କେବେ ବି ନିଜ ସୁରକ୍ଷା, ନାଗରିକଙ୍କ ସୁରକ୍ଷା ପାଇଁ ସାଲିସ କରିନାହିଁ, ନଇଁ ନାହିଁ । ଭାରତର ଏହି ବେସାଲିସ ଆଭିମୁଖ୍ୟର କଥା ଉଲ୍ଲେଖ କରି ଅପରେସନ ସିନ୍ଦୂରକୁ ସମର୍ଥନ କରିଛି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ । ସମସ୍ତ ବିରୋଧୀ ଦଳ ମଧ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ଦେଇଛନ୍ତି  ସମର୍ଥନ ଏବଂ ଭାରତ ଗର୍ବିତ ବୋଲି ଦୃଢତାର ସହ କହିଛନ୍ତି । 

ପହଲଗାମ ଆକ୍ରମଣର ପ୍ରତିଶୋଧ ଅପରେସନ ସିନ୍ଦୂର । ରାତି ଅଧରେ ବେଶ୍ ସଫଳତା ଏବଂ ଟାର୍ଗେଟ ଭିତ୍ତିକ କ୍ଷେପଣାସ୍ତ୍ର ଆକ୍ରମଣ କରି ଭାରତୀୟ ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ତିନି ଅତଙ୍କବାଦୀ ସଂଗଠନର ୯ଟି ଠିକଣା ଉପରେ କରିଛି ଆକ୍ରମଣ । ଜୈଶ- ଇ- ମହମ୍ମଦ, ଲସ୍କର-ଇ-ତଇବା ଏବଂ ହିଜ୍ବୁଲ ମୁଜାହିଦ୍ଦିନର ଆଡ୍ଡା- କାର୍ଯ୍ୟାଳୟ ହୋଇଛି ଧ୍ୱଂସ । ମୃତ୍ୟୁସଂଖ୍ୟା ଅସ୍ପଷ୍ଟ ହେଲେବି ଶତାଧିକ ନିଶ୍ଚିତ । 

ଭାରତୀୟ ସେନାର ଏହି ସଫଳ ଆକ୍ରମଣରେ ଆଶ୍ୱସ୍ତି ସହ ଖୁସି ଜାହିର କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ସେନାର ଉଚ୍ଚ ପ୍ରଶଂସା କରିଛନ୍ତି । ସେ X ଆକାଉଣ୍ଟରେ ଲେଖିଛନ୍ତି, “ସେନାବାହିନୀ ପାଇଁ ଗର୍ବିତ- ଜୟହିନ୍ଦ୍ “।

ସେ ଆହୁରି ଲେଖିଛନ୍ତି, “ପାକିସ୍ତାନ ଏବଂ ପିଓକେରୁ ସମସ୍ତ ପ୍ରକାର ଆତଙ୍କବାଦୀଙ୍କୁ ନିପାତ ଏବଂ ନିଶ୍ଚିହ୍ନ କରିବା ହେଉଛି ଭାରତର ଏକ ଦୃଢ, ଅପରିବର୍ତ୍ତୀତ ଜାତୀୟ ନୀତି । ଆମେ ଆମ ସୁରକ୍ଷା ବାହିନୀ ପାଇଁ ବହୁତ ଗର୍ବିତ, ଯେଉଁମାନେ ପାକିସ୍ତାନ ଏବଂ ପିଓକେର ଆତଙ୍କୀ ଶିବିର ଉପରେ କରିଛନ୍ତି ସଫଳ ଆକ୍ରମଣ । ପହଲଗାମ ହମଲା ପରଠୁ କଂଗ୍ରେସ ସବୁ ସମୟରେ ଭାରତୀୟ ସେନା ଏବଂ ସରକାର ପଛରେ ଛିଡ଼ା ହୋଇଛି ଏବଂ ସମର୍ଥନ ଦେଇଛି । ସରକାର ସୀମାପାର ଆତଙ୍କବାଦର ମୂଳୋତ୍ପାଟନ କରନ୍ତୁ । “ ଜାତୀୟ ସୁରକ୍ଷା ଆମର ପ୍ରଥମ ଏବଂ ପ୍ରଧାନ ଲକ୍ଷ୍ୟ ବୋଲି କହିଥିବା କଂଗ୍ରେସ ସଭାପତି ଖଡଗେଙ୍କ ବକ୍ତବ୍ୟକୁ ସମାନ ସ୍ୱରରେ ଦୋହରାଇଛନ୍ତି ସମାଜବାଦୀ ପାର୍ଟି  ମୁଖ୍ୟ ଅଖିଳେଶ ପ୍ରସାଦ ଯାଦବ । ଦେଶ କେବେବି ଆତଙ୍କବାଦକୁ ସମର୍ଥନ କରେ ନାହିଁ ବୋଲି କହିବା ବେଳେ ଶ୍ରୀ ଯାଦବ କହିଛନ୍ତି, “ପରାକ୍ରମ ବିଜୟେତେ ।“ ଭାରତୀୟ ସେନା ସର୍ବଦା ଭାରତ ମାତାର ସୁରକ୍ଷା କରି ଆସିଛି । ସେମାନଙ୍କ ପାଇଁ ଆମେ ଗର୍ବିତ । ଆମେ ଭାରତୀୟମାନେ ସତ୍ୟ, ଶାନ୍ତି ଏବଂ ଅହିଂସାରେ ବିଶ୍ୱାସ କରୁ । କାହାରି ଅନିଷ୍ଟ  କରୁନା । କିନ୍ତୁ ଭାରତ ବିରୋଧୀ ହିଂସା, ଆତଙ୍କକୁ କିପରି  ଏକତାର  ସହ ମୁକାବିଲା କରାଯାଏ ତାହା  ବୁଝନ୍ତି, କରନ୍ତି ସବୁ ଭାରତୀୟ ।  ୧୪୦ କୋଟି ଭାରତୀୟ ଆମ ସେନା ସହ ଅଛନ୍ତି ବୋଲି କହିଛନ୍ତି ଏସପି ସୁପ୍ରିମୋ ଅଖିଳେଶ ।  

ଅଲ ଇଣ୍ଡିଆ ମଜଲିସ୍ -ଇ-ଇତେହାଦୁଲ ମୁସଲିମି (AIMIM) ନେତା ଅସାଦୁଦ୍ଦିନ୍ ଓୱିସି ମଧ୍ୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ୱାଗତ କରିଛନ୍ତି । “ମୁଁ ପାକିସ୍ତାନର ଆତଙ୍କୀ ଶିବିର ଉପରେ ଆମ ପ୍ରତିରକ୍ଷା ବାହିନୀର ସର୍ଜିକାଲ ଷ୍ଟ୍ରାଇକ୍କୁ ସ୍ୱାଗତ କରୁଛି । ଏହା  ଆତଙ୍କବାଦର ପ୍ରତ୍ସାହକ ପାକିସ୍ତାନକୁ ଉଚିତ ଶିକ୍ଷା ଦେବ । ଯେପରିକି ପହଲଗାମ ଭଳି ଘଟଣା ଆଉ କେବେବି ଘଟିବ ନାହିଁ । ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ସବୁକୁ ନିଶ୍ଚିତ ନିଶ୍ଚିହ୍ନ କରାଯିବା ଦରକାର ।“ ଏହା କହି ‘ଜୟ ହିନ୍ଦ୍’ରେ ମତ ସାରିଛନ୍ତି ଓୱିସି ।

ସୂଚନାଯୋଗ୍ୟ ଯେ, ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଆକ୍ରମଣ ପରେ ବିବୃତ୍ତିରେ କହିଛି ଯେ, ଏପ୍ରିଲ ୨୨ ପହଲଗାମ ଆକ୍ରମଣର ପ୍ରତିଜବାବ ଦିଆଯାଇଛି । ୨୫ ଭାରତୀୟ ଓ ଜଣେ ନେପାଳୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଭାରତୀୟ ବୟୁସେନା କରିଛି “ଅପରେସନ ସିନ୍ଦୂର ।“

ଅଧିକ ପଢନ୍ତୁ...ଯୁଦ୍ଧ ଭୂମି ଯିବାକୁ ସେନା ପ୍ରମୁଖଙ୍କୁ ଅବସରପ୍ରାପ୍ତ କ୍ୟାପ୍ଟେନ୍‌ଙ୍କ ଚିଠି, ୧୯୭୧ ଯୁଦ୍ଧରେ ଲଢ଼ିଥିଲେ ୭୫ ବର୍ଷୀୟ ଅମରଜିତ କୁମାର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.