ପ୍ରମୂଖ ଖବର
  • କୋଣାର୍କରୁ ବରମୁଣ୍ଡା ଆମ ବସ୍‌ ବନ୍ଦ, ଯାତ୍ରୀ ହନ୍ତସନ୍ତ
  • ||
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

Published By : Harapriya Sethi | February 5, 2025 11:52 AM

ଭୁବନେଶ୍ୱର,୦୫/୦୨: ଠାକୁରମୁଣ୍ଡା ଥାନା ବୁରୁସାହି ଠାରେ ଅଫିମ ଚାଷ ଘଟଣା । ୨ ବେଆଇନ୍ ଅଫିମ ଚାଷୀଙ୍କୁ ଗିରଫ କଲା ଠାକୁରମୁଣ୍ଡା ପୋଲିସ । ୨ ଅଭିଯୁକ୍ତ ହେଉଛନ୍ତି ଯଶିପୁର ଥାନା ଯୋଜଡ଼ିହି ଗାଁର ସୂପାଏ ଟୁଟି ଓ ସାଉ ଆଲେୟା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ମାମ୍ନାକୁ ଆସିଛି । 

ସୂଚନା ମୁତାବକ, ଗତ ବର୍ଷ ଶିମିଳିପାଳରେ ଅଫିମ ଚାଷ ଉପରେ ପୋଲିସର ଜୋରଦାର ରେଡ୍‌ ହୋଇଥିଲା । ସେଥିପାଇଁ ଡରରେ ଚଳିତ ବର୍ଷ ଠାକୁରମୁଣ୍ଡା ଥାନା ସାଲେଇବେଡା ମହାଦେବସାହି ଛକ ନିକଟରେ ଭଡ଼ାରେ ରହି ଲିଜ୍ ଜରିଆରେ ଲୋକଙ୍କ ଠାରୁ ଜମି ନେଇ ଅଫିମ ଚାଷ କରୁଥିଲେ ୨ ଜଣ ଯୁବକ । ଏନେଇ ଖବର ପାଇବା ପରେ ଠାକୁରମୁଣ୍ଡା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ଠାକୁରମୁଣ୍ଡା ଥାନା ଅଧିକାରୀଣି ସାବିତ୍ରୀ ଦଳେଇ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.