ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର; କଂଗ୍ରେସର ଜୋରଦାର୍ ବିରୋଧ, ଜାଣନ୍ତୁ କାରଣ

Published By : Ankita S | February 18, 2025 10:06 AM

ନୂଆଦିଲ୍ଲୀ,୧୮/୦୨: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । ତାଙ୍କ ସ୍ଥାନରେ ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ ଆୟୁକ୍ତ ହେବେ ଜ୍ଞାନେଶ କୁମାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକରେ ତାଙ୍କ ନାମରେ ମୋହର ବାଜିଛି । ଜ୍ଞାନେଶ କୁମାର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଆସନ୍ତାକାଲି (ବୁଧବାର) ଦାୟିତ୍ବ ନେବେ ।  ନୂଆ ସିଇସି ନିଯୁକ୍ତକୁ ନେଇ କଂଗ୍ରେସ ଜୋରଦାର ବିରୋଧ କରିଛି । ଚୟନ କମିଟିରେ ସାମିଲ ହୋଇଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରକ୍ରିୟାକୁ ବିରୋଧ କରିଥିଲେ ।

କଂଗ୍ରେସର ଆପତ୍ତି- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ବୈଠକରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାମିଲ ହୋଇଥିଲେ ।  କେରଳ କ୍ୟାଡରର ପୂର୍ବତନ ଆଇଏଏସ ଅଫିସରଙ୍କୁ ପରବର୍ତ୍ତୀ ସିଇସି ନିଯୁକ୍ତ ନେଇ ପ୍ୟାନେଲ ତାଙ୍କ ନାମରେ ମୋହର ମାରିଥିଲେ । ମାତ୍ର ରାହୁଲ ଗାନ୍ଧୀ ଏଥିରେ ଅସହମତି ପ୍ରକାଶ କରିଥିଲେ । ସେ କହିଥିଲେ ଏହି ନିଯୁକ୍ତି ପ୍ରକ୍ରିୟା ସର୍ବୋଚ୍ଚ ନ୍ୟାୟଳୟଙ୍କ ଆଦେଶ ବିରୋଧ । ନୂଆ ସିଇସି ନିଯୁକ୍ତକୁ ବିରୋଧ କରି ଏକ ପତ୍ର ମଧ୍ୟ ଦେଇଛନ୍ତି ରାହୁଲ ଗାନ୍ଧୀ । ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତି ପ୍ୟାନେଲରୁ ସୁପ୍ରିମକୋର୍ଟ ସିଜେଆଇଙ୍କୁ ବାଦ୍ ଦିଆଯାଇଛି । ଏହାକୁ ଚ୍ୟାଲେଞ୍ଜ କରି ଏକ ଯାଚିକା ପ୍ରଦାନ କରାଯାଇଛି ଯାହାର ଶୁଣାଣି ୧୯ ତାରିଖରେ ହେବ । ତେଣୁ ନୂଆ ସିଇସି ଚୟନ ଶୀର୍ଷ ଅଦାଲତଙ୍କ ନିଷ୍ପତ୍ତି ଆସିବା ପରେ ନିଆଯାଉ ବୋଲି କଂଗ୍ରେସ ଦାବି କରିଛି ।

ଅଧିକ ପଢନ୍ତୁ...ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ, ସୂଚନା ଦେଲା ଆଇନ୍‌ ମନ୍ତ୍ରାଳୟ

ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପର୍ଯ୍ୟନ୍ତ ଚୟନ ପ୍ରକ୍ରିୟା ସ୍ଥଗିତ ରଖାଯିବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ଓ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ସିଇସି ନିଯୁକ୍ତି ସଂକ୍ରାନ୍ତରେ ଆସନ୍ତା ୧୯ ତାରିଖରେ ଶୁଣାଣି କରିବେ । ମୁଖ୍ୟ ନିର୍ବାଚନ କମିଶନର (ନିଯୁକ୍ତି ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ ୨୦୨୩ରେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି କମିଟିରୁ ବାଦ ଦିଆଯାଇଥିଲା । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ପ୍ରଧାନବିଚାରପତିଙ୍କୁ ନିଯୁକ୍ତି କମିଟିରୁ ଦୂରେଇ ରଖିବାକୁ ଚେଷ୍ଟା କରି ସରକାର ସ୍ପଷ୍ଟ କରିଛନ୍ତି ଯେ ସେମାନେ ନିର୍ବାଚନ କମିଶନଙ୍କ ଉପରେ ନିୟନ୍ତ୍ରଣ ଚାହୁଁଥିବା କହିଛନ୍ତି କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.