ଭୁବନେଶ୍ବର, ୨୩।୫ : ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍ (OPTCL) କଡ଼ା ପଦକ୍ଷେପ ନେଇଛି। OPTCL ପକ୍ଷରୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ସର୍କୁଲାର ଅନୁସାରେ, ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କୌଣସି କର୍ମଚାରୀ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ। ଏଥିସହ ସମସ୍ତ ପ୍ରକାର ଅନୁମୋଦିତ ଛୁଟିକୁ ବାତିଲ କରାଯାଇଛି।
OPTCLର ମାନବ ସମ୍ପଦ ବିଭାଗ ପକ୍ଷରୁ ୨୩ ମେ ତାରିଖରେ ଏହି ସର୍କୁଲାର ଜାରି କରାଯାଇଛି। ଚିଫ୍ ଜେନେରାଲ୍ ମ୍ୟାନେଜର (HRD)ଙ୍କ ଅନୁମୋଦନରେ ଜାରି ଆଦେଶରେ କୁହାଯାଇଛି ଯେ, ରାଜ୍ୟରେ ଅତ୍ୟଧିକ ବିଦ୍ୟୁତ ଚାହିଦା ଯୋଗୁଁ ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ ସରବରାହକୁ ନିରବିଛିନ୍ନ ରଖିବା ଏବଂ ସମସ୍ତ ଅପରେସନାଲ୍ ବ୍ୟବସ୍ଥାକୁ ସଚଳ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।
ଆହୁରି ପଢନ୍ତୁ : ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ଆସନ୍ତାକାଲି ଠାରୁ ହେବନି ରତ୍ନଭଣ୍ଡାର ଗଣତିମଣତି