ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଘୁଞ୍ଚିଲା ଓସ୍କାର ନୋମିନେସନ ତାରିଖ

Published By : Anindita Ratha | January 14, 2025 1:23 PM

ନୂଆଦିଲ୍ଲୀ,୧୪/୦୧: ହୁ ହୁ ହୋଇ ଜଳୁଛି ଜଙ୍ଗଲ । ନିଆଁ ଆଁରେ ଘରଦ୍ବାର। ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାଣି । ଜନବସତି ଆଡକୁ ମାଡ଼ି ଆସିଲାଣି ନିଆଁ । କାଲିଫର୍ଣ୍ଣିଆ ଜଙ୍ଗଲରୁ ନିଆଁ ବ୍ୟାପି ଶତାଧିକ ଘର ଜଳି ଛାରଖାର ହୋଇଯାଇଛି। ତେବେ ଏହାରି ମଧ୍ୟରେ କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ ଓସ୍କାର ଆଓ୍ବାର୍ଡ଼ ଉପରେ ପ୍ରଭାବ ପଡିଛି । ପୁଣି ଥରେ ଘୁଞ୍ଚିଛି ଚଳିତ ବର୍ଷର ଓସ୍କାର ନୋମିନେସନ ତାରିଖ  । 

ତେବେ ଏକାଡେମୀ ଅଫ୍ ମୋସନ୍ ପିକଚର୍ ଆର୍ଟସ୍ ଆଣ୍ଡ୍ ସାଇନ୍ସେସ୍ ଏନେଇ କହିଛି ଯେ,ଓସ୍କାର ମନୋନୟନକୁ ସ୍ଥଗିତ ରଖିବା ଏବଂ ନୂତନ ତାରିଖ ଘୋଷଣା କରିଛି  । ଏବେ ନାମାଙ୍କନଗୁଡ଼ିକ ଜାନୁଆରୀ  ୨୩ରେ ଘୋଷଣା କରାଯିବ । ପୂର୍ବରୁ ଏହି ତାରିଖ ୧୯ ଜାନୁଆରୀରେ ହେବାର ଥିଲା ।ସେହିପରି ଏକାଡେମୀର ସିଇଓ ବିଲ୍ କ୍ରାମର ଏବଂ ଏକାଡେମୀର ସଭାପତି ଜେନେଟ୍ ୟଙ୍ଗ ବିବୃତ୍ତିରେ କହିଛନ୍ତି, " ଅଗ୍ନିକାଣ୍ଡର ପ୍ରଭାବ ଯୋଗୁଁ ଆମ ସମ୍ପ୍ରଦାୟର ଅନେକ ଲୋକଙ୍କ ହୋଇଥିବା ଗଭୀର କ୍ଷତିରେ ଆମେ ସମସ୍ତେ ସ୍ତବ୍ଧ ।" ଚଳଚ୍ଚିତ୍ର ଶିଳ୍ପ ମଧ୍ୟରେ ଏକତାର ଏକ ଶକ୍ତି ରହିଛି ଏବଂ ଆମେ ଅସୁବିଧାର ସମ୍ମୁଖୀନ ହେଲେ ଏକାଠି ଠିଆ ହେବାକୁ ପ୍ରତିବଦ୍ଧ । 

ଅଗ୍ନିକାଣ୍ଡ ଯୋଗୁଁ ଲସ୍ ଆଞ୍ଜେଲସ୍ ଅଞ୍ଚଳରେ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏକାଡେମୀ ନାମାଙ୍କନ ଭୋଟିଂ ଅବଧି ବୃଦ୍ଧି ହୋଇଛି । ଓସ୍କାର ନୋମିନେସନ ପାଇଁ ଭୋଟିଂ ତାରିଖ ୧୭ ଜାନୁଆରୀ ୨୦୨୫ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ଓସ୍କାର ନାମାଙ୍କନ ଘୋଷଣା ତାରିଖ  ଜାନୁଆରୀ ୨୩ ସକାଳ ୫.୩୦ରେ ଭର୍ଚୁଆଲ୍ ଭାବରେ ଅନୁଷ୍ଠିତ ହେବ। କୌଣସି ବ୍ୟକ୍ତିଗତ ଗଣମାଧ୍ୟମ କଭରେଜ୍ ହେବନି । ଏହା ବ୍ୟତୀତ, ଏକାଡେମୀ ବାର୍ଷିକ ନାମାଙ୍କନ ମଧ୍ୟାହ୍ନ ଭୋଜନକୁ ମଧ୍ୟ ବାତିଲ କରିଛି । ୯୭ତମ ଅସ୍କାର ପୁରସ୍କାର ୨ ମାର୍ଚ୍ଚରେ ଡଲବି ଥିଏଟରରେ ଅନୁଷ୍ଠିତ ହେବ, ଯାହାର ସିଧା ପ୍ରସାରଣ ସନ୍ଧ୍ୟା ୭ଟା ET ରେ ହେବ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.