କଟକ ୧୨/୦୨: ପ୍ରକାଶ ପାଇଲା ଓଟିଇଟି-୨୦୨୫ ରେଜଲ୍ଟ। ଡିସେମ୍ବର ୧୭ରେ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ମୋଟ୍ ୬୮.୯୭ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ୍ ହାର ପେପର-୧ରେ ୭୧.୧୬ ପ୍ରତିଶତ ଓ ପେପର-୨ ରେ ୬୮.୦୬ ପ୍ରତିଶତ ରହିଛି। ମୋଟ ୧,୬୦,୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧,୦୬,୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାର ମାଧ୍ୟମିକ ଶିକ୍ଷା ପରିଷଦ (BSE) ୱେବ୍ ସାଇଟ୍ ଓଟିଇଟି ରେଜଲ୍ଟ ଉପଲବ୍ଧ ହେବ। www.bscodisha.ac.inରେ ଲଗ୍ ଇନ୍ କରି ପରୀକ୍ଷାର୍ଥୀ ନିଜ ରେଜଲ୍ଟ ଦେଖି ପାରିବେ।
ସେହି ଆସନ୍ତା ମେ’ ମାସରେ ପରବର୍ତ୍ତୀ OTET 2026 ପରୀକ୍ଷା ଅନୁଷ୍ଠିିତ ହେବ। ମେ ମାସ ତୃତୀୟ ସପ୍ତାହରେ ପରୀକ୍ଷା ହେବ । ଓଟିଇଟି ଆବେଦନ ପାଇଁ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ବୋଲି ସୂଚନା ମିଳିଛି।