ପ୍ରମୂଖ ଖବର
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି

Published By : Manoj | August 6, 2025 8:28 AM

କଟକ,୦୬/୦୮: ସ୍ପେସାଲ୍‌ ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀରେ ଛନ୍ଦି ହୋଇଥିବା ମାଧ୍ୟମିକ  ଶିକ୍ଷା ପରିଷଦ (ବୋର୍ଡ) କାର୍ଯ୍ୟାଳୟ ଉପରେ ଏବେ  କ୍ରାଇମ୍‌ବ୍ରାଞ୍ଚ୍‌ର ତୀକ୍ଷ୍‌ଣ ନଜର । ବୋର୍ଡର ଉପସଭାପତି  ଡ. ନିହାର ରଞ୍ଜନ ମହାନ୍ତି ଓ ଡାଟା ଏଣ୍ଟ୍ରି ଅପରେଟର୍‌  ଜିତନ ମହାରଣା ଗିରଫ ହୋଇ ଜେଲ୍‌ ଯାଇ ସାରିଛନ୍ତି ।  ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ ପ୍ରତିଦିନ ଜେରାକୁ ସାମ୍ନା କରୁଛନ୍ତି । ଏବେ ଧିରେ ଧିରେ ବୋର୍ଡର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଆଡ଼କୁ ଅଙ୍ଗୁଳି ଉଠିଲାଣି । ବିଶେଷକରି ଉପସଭାପତି ନିହାରଙ୍କୁ ସବୁ  ପରୀକ୍ଷାର ପ୍ରଶ୍ନପତ୍ର ସେଟିଂ ଓ ପ୍ରସ୍ତୁତି ଦାୟିତ୍ୱ ଦିଆଯିବା  ଓ କ୍ଷମତାଶାଳୀ କରାଯିବା ସନ୍ଦେହଜନକ ବ୍ୟାପାର ମନେ ହେଉଥିବାରୁ ବୋର୍ଡର ସଭାପତି ଶ୍ରୀକାନ୍ତ ତରାଇ ବିବାଦ ଘେରକୁ ଆସିଲେଣି । ଏତେ ବଡ଼ ଘୋଟାଲାରେ ବୋର୍ଡ ସଭାପତି, ସମ୍ପାଦକ ବା ପରୀକ୍ଷା ନିୟନ୍ତ୍ରକ  କିପରି ଉତ୍ତରଦାୟିତ୍ୱରୁ ମୁକ୍ତ ହୋଇ ରହିପାରିବେ ବୋଲି ପ୍ରଶ୍ନ ବି ଉଠିଲାଣି । ଅନ୍ୟପକ୍ଷରେ ଗିରଫ  ହୋଇ ଚୌଦ୍ୱାର ଜେଲ୍‌ରେ ଥିବା ବୋର୍ଡ଼ ଉପସଭାପତି  ନିହାର ରଞ୍ଜନ ମହାନ୍ତିଙ୍କୁ ସରକାର ନିଲମ୍ବନ କରିଛନ୍ତି । 

ପ୍ରଶ୍ନ ଲିକ୍‌ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ୍‌ରେ ଅଭିଯୋଗ  ହେବା ଦିନଠୁ କ୍ରାଇମବ୍ରାଞ୍ଚ୍‌ ଡିଆଇଜି ବାତୁଲା ଗଙ୍ଗାଧର  ଓ ତଦନ୍ତକାରୀ ଅନ୍ୟ ଅଧିକାରୀମାନେ ବୋର୍ଡ ସଭାପତି  ଶ୍ରୀକାନ୍ତ ତରାଇଙ୍କୁ ଏକାଧିକ ଥର ପଚରାଉଚରା  କରି ବୟାନ ରେକର୍ଡ କରିଛନ୍ତି । ସୋମବାର ଲୋକସେବା ଭବନରେ ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗରେ ବୋର୍ଡ ସଭାପତି ହାଜର ହୋଇ ପ୍ରଶ୍ନ  ଲିକ୍‌ ଘଟଣା ସମ୍ପର୍କରେ ମନ୍ତ୍ରୀ, ସଚିବଙ୍କୁ କୈଫିୟତ  ଦେଇଥିବା ବେଳେ ମଙ୍ଗଳବାର ମଧ୍ୟ ବିଭାଗରେ  ହାଜର ହୋଇ କୈଫିୟତ ରଖିଥିବା ସୂଚନା ମିଳିଛି । 

ଏ ପୂରା କେଳେଙ୍କାରୀ ପ୍ରସଙ୍ଗରେ ବୋର୍ଡର  ସଭାପତି-ଉପସଭାପତିଙ୍କ ଯୋଡ଼ି ଆଡ଼କୁ ଏବେ  ସନ୍ଦେହର ଆଙ୍ଗୁଳି ଉଠିଲାଣି । ଉଭୟ ଶ୍ରୀକାନ୍ତ- ନିହାର ଯୋଡ଼ି ଅନେକ ଦିନରୁ ବୋର୍ଡରେ ରହିଛନ୍ତି ।  ନିହାର ପରୀକ୍ଷା କଣ୍ଟ୍ରୋଲ୍‌ର ଦାୟିତ୍ୱରେ ଥିବାବେଳେ  ଶ୍ରୀକାନ୍ତ ସମ୍ପାଦକ ଦାୟିତ୍ୱରେ ଥିଲେ । ଶ୍ରୀ ତରାଇ  ବଦଳି ହୋଇ ଅନ୍ୟ ବିଭାଗକୁ ଯାଇଥିଲେ ହେଁ  ନିହାର ଏଠାରେ ପଦୋନ୍ନତି ପାଇ ଉପସଭାପତି  ହୋଇଥିଲେ । ଗତବର୍ଷ ଶ୍ରୀ ତରାଇ ବୋର୍ଡକୁ ସଭାପତି  ଭାବେ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ । ଶ୍ରୀ ତରାଇ  ଫେରିବା ପରେ ଉପସଭାପତି ନିହାରଙ୍କୁ ପରୀକ୍ଷା  ପରିଚାଳନା, ପ୍ରଶ୍ନ ପ୍ରସ୍ତୁତି ସମ୍ପର୍କିତ ସବୁ ଦାୟିତ୍ୱ ଧରାଇ  ଦେଇଥିଲେ । ନିହାରଙ୍କ ମୁଣ୍ଡ ଉପରେ ସଭାପତିଙ୍କ  ହାତ ଥିବାରୁ ସେ ସବୁକିଛି ନିଜ ନିୟନ୍ତ୍ରଣରେ ରଖି  ମନ୍‌ମାନିରେ ଚଳାଇଥିଲେ ବୋଲି ଅଭିଯୋଗ ହେଉଛି । 

 ପ୍ରଶ୍ନପତ୍ର ପ୍ରସ୍ତୁତି, ଛପାଯିବା ଆଦି କାରବାରର  ତଦନ୍ତ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ୍‌ ଡିଆଇଜି ପ୍ରତିକ୍ରିୟା  ଦେଇ କହିଛନ୍ତି କି’ ବୋର୍ଡ ପକ୍ଷରୁ ଜାରି  ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ (ଏସ୍‌ଓପି) ଅନୁସାରେ  ଏକ୍ସପର୍ଟଙ୍କଠାରୁ ପ୍ରଶ୍ନ ସଂଗ୍ରହ ପରେ ଉପସଭାପତି  ତାହାକୁ ସେଟିଂ କରିଥିଲେ । ପ୍ରଶ୍ନକୁ ଫାର୍ମକୁ  ଛପାଇବା ପାଇଁ ପଠାଇବାକୁ ଉପସଭାପତିଙ୍କୁ  ଦାୟିତ୍ୱ ଦିଆଯାଇଥିଲା । ୨୦୨୪ରେ ଜାରି ଏସ୍‌ଓପି  ଅନୁସାରେ ପ୍ରଶ୍ନ ପ୍ରସ୍ତୁତି କରାଯାଇଥିଲେ ହେଁ ସୁରକ୍ଷା  ଦିଗ ପ୍ରତି ଅବହେଳା ହୋଇଥିବା ସ୍ପଷ୍ଟ ବୋଲି  କ୍ରାଇମ୍‌ବ୍ରାଞ୍ଚ୍‌ ଡିଆଇଜି ବାତୁଲା ଗଙ୍ଗାଧର କହିଛନ୍ତି ।  

ସେହିପରି ନିହାର ଓ ଜିତନଙ୍କ ଆର୍ଥିକ ସାମ୍ରାଜ୍ୟ  ଉପରେ କ୍ରାଇମ୍‌ବ୍ରାଞ୍ଚ ଛାନ୍‌ଭିନ୍‌ ଚଳାଇଛି । ମଙ୍ଗଳବାର  ଦୁଇ ଜଣ ଶିକ୍ଷକଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା  କରିଥିବାବେଳେ ସନ୍ଦିଗ୍ଧ ତାଲିକାରେ ଥିବା ଆଉ କିଛି  ଶିକ୍ଷକ, ଶିକ୍ଷକ ସଂଘ ନେତା ଏବେ ତଦନ୍ତକାରୀ  ଅଧିକାରୀଙ୍କୁ ଧରାଛୁଆଁ ଦେଉ ନଥିବା ଖବର ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.