ଭୁବନେଶ୍ଵର,୫/୮ : OTET ପ୍ରଶ୍ନ ପତ୍ର କେଳେଙ୍କାରୀରେ ଗିରଫ ହୋଇଥିବା ବୋର୍ଡ଼ ଉପସଭାପତି ନିହାର ରଞ୍ଜନ ମହାନ୍ତି ସସ୍‌ପେଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ପଦରୁ ନିହାରଙ୍କୁ ସସ୍‌ପେଣ୍ଡ କରିଛନ୍ତି ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ । 

OTET  ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଗତ ରବିବାର ନିହାର ମହାନ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ନିହାରଙ୍କ ଆର୍ଥିକ କାରବାର ଖୋଳତାଡ଼ ଆରମ୍ଭ ହୋଇଥିବାବେଳେ ତାଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।