ଭୁବନେଶ୍ୱର, ୧୯/୧୦: ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ । ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଦୁଇ ଦିନ ଭିତରେ ଗାଇଡ଼ ଲାଇନ ଆଣିବେ ସରକାର । ଏଥିରେ ପଲ୍ଲୀସଭା ଏବଂ ଗ୍ରାମସଭାକୁ ବିଶେଷ ଗୁରୁତ୍ତ୍ୱ ଦିଆଯିବ । ଏହା ସହ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ଦିଆଯିବ କ୍ଷମତା । ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ ।
ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ । ଏହା ସହ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ । କେବଳ ସେତିକି ନୁହେଁ ପଞ୍ଚାୟତର ପ୍ରତିନିଧି ମାନଙ୍କୁ ସଶକ୍ତ ମଧ୍ୟ କରାଯିବ । ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ଏବଂ ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡ଼ ଲାଇନ ଆଣିବେ ସରକାର ।