ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସିରିଆରେ ଦୁଇ ଦିନରେ ୧୦୦୦ ଲୋକଙ୍କ ମୃତ୍ୟୁ, ଅସଦଙ୍କ ସମର୍ଥକ ଏବଂ ସୁରକ୍ଷାବାହିନୀ ମଧ୍ୟରେ ଚାଲିଛି ସଂଘର୍ଷ...

Published By : Ladu Kishor | March 9, 2025 7:52 PM

ନୂଆଦିଲ୍ଲୀ: ସିରିଆର ପଦଚ୍ୟୁତ ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କ ଅନୁଗତ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଦୁଇ ଦିନ ଧରି ସଂଘର୍ଷ ଜାରି ରହିଛି। ଏହି ପ୍ରତିଶୋଧମୂଳକ ହିଂସାରେ ମୃତ୍ୟୁ ସଂଖ୍ୟା ୧ ହଜାରରୁ ଅଧିକ ହୋଇଛି । ଏମାନଙ୍କ ମଧ୍ୟରେ ପ୍ରାୟ ୭୫୦ ସାଧାରଣ ନାଗରିକ ଅଛନ୍ତି। ଶନିବାର ମାନବାଧିକାର ସଂଗଠନ ଏହି ସୂଚନା ଦେଇଛି। ୧୪ ବର୍ଷ ପୂର୍ବେ ସିରିଆରେ ସଂଘର୍ଷ ଆରମ୍ଭ ହେବା ପରଠାରୁ ଏହା ସବୁଠାରୁ ମାରାତ୍ମକ ହିଂସା ଘଟଣା ମଧ୍ୟରୁ ଗୋଟିଏ। ବ୍ରିଟିଶ ସ୍ଥିତ ସିରିଆନ୍ ଅବଜରଭେଟୋରୀ ଫର ହ୍ୟୁମାନ୍ ରାଇଟ୍ସ କହିଛି ଯେ ୭୪୫ ଜଣ ସାଧାରଣ ନାଗରିକଙ୍କ ବ୍ୟତୀତ ସରକାରୀ ସୁରକ୍ଷା ବାହିନୀର ୧୨୫ ଜଣ ସଦସ୍ୟ ଏବଂ ପଦଚ୍ୟୁତ ରାଷ୍ଟ୍ରପତି ବଶର ଅଲ-ଆସାଦଙ୍କ ସହ ଜଡିତ ସଶସ୍ତ୍ର ଗୋଷ୍ଠୀର ୧୪୮ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି।

ମାନବାଧିକାର ଗୋଷ୍ଠୀ ଏହା ମଧ୍ୟ ରିପୋର୍ଟ କରିଛି ଯେ, ଉପକୂଳବର୍ତ୍ତୀ ସହର ଲାଟାକିଆ ଆଖପାଖରେ ଥିବା ବଡ଼ ଅଞ୍ଚଳରେ ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି ଏବଂ ଅନେକ ବେକରି ବନ୍ଦ ରହିଛି। ସିରିଆରେ ବିଦ୍ରୋହୀମାନେ ଅସଦଙ୍କୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାର ତିନି ମାସ ପରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ସଂଘର୍ଷ ଦମିସ୍କର ନୂତନ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଉଭା ହୋଇଛି। ସରକାର କହିଛନ୍ତି ଯେ ଏହା ଅସଦଙ୍କ ସମର୍ଥକ ମାନଙ୍କ ଦ୍ୱାରା କରାଯାଉଥିବା ଆକ୍ରମଣ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛି। ସେ ବଡ଼ ଧରଣର ହିଂସା ପାଇଁ "ବ୍ୟକ୍ତିଗତ କାର୍ଯ୍ୟକଳାପ"କୁ ଦାୟୀ କରିଥିଲେ। ଗୁରୁବାର ଦିନ ସିରିଆର  ଉପକୂଳବର୍ତ୍ତୀ ସହର ଜାବଲେହ ନିକଟରେ ସୁରକ୍ଷା ବାହିନୀ ଜଣେ ୱାଣ୍ଟେଡ୍ ବ୍ୟକ୍ତିଙ୍କୁ ଅଟକ ରଖିବାକୁ ଚେଷ୍ଟା କରିବା ପରେ ସିରିଆରେ ଏହି ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ସମୟରେ, ଅସଦଙ୍କ ବିଶ୍ୱସ୍ତମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.