ପ୍ରମୂଖ ଖବର
  • ଏମ୍ସରେ ନର୍ସଙ୍କୁ ଅସଦାଚାରଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ଠିକା କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
  • ||
  • ସାକ୍ଷୀଗୋପାଳ ମାଳତିପାଟପୁର ଷ୍ଟେସନ ନିକଟରେ ପୁରୀ-ବଦ୍ରୀନାଥ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଟ୍ରାକ୍ଟର ଚୁରମାର
  • ||
  • ଭାରତକୁ ହରାଇ ଭାରତ ଚାମ୍ପିଅନ; ଚେସ୍ ବିଶ୍ବକପରେ ଇତିହାସ, ଦିବ୍ୟା ଦେଶମୁଖ ଜିତିଲେ ଟାଇଟଲ୍
  • ||
  • ଜାମ୍ମୁ-କାଶ୍ମୀରରେ ସେନାର ଅପରେସନ୍ ମହାଦେବକୁ ବଡ଼ ସଫଳତା, ଯବାନଙ୍କ ଗୁଳିରେ ୩ ଆତଙ୍କୀ ସଫା
  • ||
  • ଭୁବନେଶ୍ବର: ସତ୍ୟବିହାର ଅଞ୍ଚଳରେ ମହିଳା ହଷ୍ଟେଲରେ ଅଗ୍ନିକାଣ୍ଡ,ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ରାଉରକେଲା : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କେନ୍ଦ୍ରାପଡ଼ା: ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ; ବିଜ୍ଞାନ ଶିକ୍ଷକକୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ
  • ||
  • ବଳଙ୍ଗା ନାବାଳିକା ପୋଡ଼ି ମାମଲା: ବଢ଼ିଲା ସୁରକ୍ଷା, ପୀଡ଼ିତାଙ୍କ ଘରେ ପୁଲିସ ମୁତୟନ
  • ||
  • ବାଲେଶ୍ୱର : ଧାମରାରେ ମିସାଇଲ୍‌ ପ୍ରଳୟ-୬ର ସଫଳ ପରୀକ୍ଷଣ, ୧୫୦ ରୁ ୫୦୦ କିମି ଯାଏଁ କରିପାରିବ ଲକ୍ଷ୍ୟଭେଦ
  • ||
  • ନାଇଜେରିଆର ଡଙ୍ଗା ବୁଡ଼ି ୨୫ ମୃତ; ଅନେକ ନିଖୋଜ, ଡଙ୍ଗାରେ ଥିଲେ ମୋଟ୍ ୧୦୦ ଯାତ୍ରୀ
  • ||
  • ଭଦ୍ରକରେ ବନ୍ୟା ବିତ୍ପାତ; ୪ ପଞ୍ଚାୟତରେ ୨ ଦିନ ସ୍କୁଲ୍‌ ଛୁଟି
  • ||
  • ଜର୍ମାନୀରେ ଲାଇନଚ୍ୟୁତ ହେଲା ଟ୍ରେନ; ୩ ମୃତ, ୩୪ ଆହତ
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା: ୬ ଜିଲ୍ଲାରେ ୧୧ ହଜାର ଲୋକ ପ୍ରଭାବିତ, ପାଣିଘେରରେ ଯାଜପୁରର ୧୧ ପଞ୍ଚାୟତ
  • ||
  • ଜଗତସିଂହପୁର : ବାଇକ୍‌କୁ ପିଟିଲା ବସ୍‌; ଜଣେ ମୃତ, ଜଣେ ଗୁରୁତର
  • ||
  • ବାରାବାଙ୍କୀ ଅବସାନେଶ୍ୱର ଶିବ ମନ୍ଦିରରେ ଦଳାଚକଟା, ୨ ଶ୍ରଦ୍ଧାଳୁ ମୃତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ଆଜି ଅପରାହ୍ନ ୬ଟାରୁ ରାତି ୧୦ ଦର୍ଶନ ମନା
  • ||
  • ଶ୍ରାବଣ ମାସର ତୃତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

'ଲଡ଼କୀ ବେହନ୍‌' ଯୋଜନାରେ ଗଡ଼ବଡ଼, ୧୪ ହଜାରରୁ ଅଧିକ ପୁରୁଷଙ୍କୁ ମିଳିଛି ଟଙ୍କା

Published By : Ankita S | July 28, 2025 3:15 PM

ମୁମ୍ବାଇ,୨୮/୦୭: ଜାଲିଆତିର ସୀମା ପାର । ଯୋଜନା ଜଣଙ୍କ ପାଇଁ ଲାଭ ପାଇଲେ ଆଉ ଜଣେ । ମହିଳାଙ୍କ ପାଇଁ ଥିବା ଯୋଜନାର ଲାଭ ପାଇଲେ ପୁରୁଷ । ହଜାର କି ଦୁଇ ହଜାର ନୁହେଁ ପ୍ରାୟ ୧୪ ହଜାର ପୁରୁଷ ମହିଳାଙ୍କ ପାଇଁ ଯୋଜନାରେ ପଞ୍ଜୀକରଣ କରିଛନ୍ତି । ମହାରାଷ୍ଟ୍ରରେ 'ଲଡକୀ ବହିନ୍' ଯୋଜନାରେ ଏପରି ଦୁର୍ନୀତି ହୋଇଥିବା ଖବର ଆସିଛି ।

ମହାରାଷ୍ଟ୍ରରେ ଆର୍ଥିକ ଅନଗ୍ରସର ମହିଳାଙ୍କ ପାଇଁ ହୋଇଥିବା 'ଲଡକୀ ବେହନ୍‌' ଯୋଜନାରେ ବ୍ୟାପକ ଦର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ଏହି ଯୋଜନା ଅଧୀନରେ ୧୪ ହଜାରରୁ ଅଧିକ ପୁରୁଷ ଜାଲିଆତି କରି ଆର୍ଥିକ ଲାଭ ପାଇଥିବା ଖବର ସାମ୍ନାକୁ ଆସିଛି । ଗତବର୍ଷ ଆରମ୍ଭ ହୋଇଥିବା ଏହି ଯୋଜନାରେ  ୨୧ରୁ ୬୫ ବର୍ଷ ବୟସର ଯେଉଁ ମହିଳାଙ୍କ ପରିବାର ବାର୍ଷିକ ୨.୫ ଲକ୍ଷ ଟଙ୍କାରୁ କମ୍ ରୋଜଗାର କରନ୍ତି ସେମାନଙ୍କୁ ମାସିକ ୧୫୦୦୦ ଟଙ୍କା ଦିଆଯାଉଛି । ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରିବା ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟ ପାଇଁ ବଡ଼ ସଫଳତାର କାରଣ ହୋଇଥିଲା ।

ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ହୋଇଥିବା ଏକ ଅଡିଟ୍‌ରୁ ଜଣାପଡିଛି ଯେ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥାରେ ହେରଫେର୍ କରି ମହିଳା ହିତାଧିକାରୀ ଭାବେ ୧୪ ହଜାରରୁ ଅଧିକ ପୁରୁଷ ନିଜ ନାମ ପଞ୍ଜୀକୃତ କରିଛନ୍ତି । ୧୪, ୨୯୮ ପୁରୁଷଙ୍କୁ ୨୧.୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ଯୋଜନାର ୧୦ ମାସ ପରେ ଏହି ଜାଳିଆତି ପଦାରେ ପଡିଛି । ପୁରୁଷମାନେ ଏହି ଯୋଜନାର ହିତାଧିକାରୀ ହେବାର କୌଣସି କାରଣ ନାହିଁ । ସେମାନଙ୍କୁ ଦିଆଯାଇଥିବା ଟଙ୍କା ଆଦୟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ।

ଡିସେମ୍ବର ୨୦୨୪ରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ଯୋଜନାର ବ୍ୟାପକ ସମୀକ୍ଷା କରିବାକୁ ନିର୍ଦ୍ଦେସ ଦେଇଥିଲେ । ଚଳିତ ବର୍ଷ ଜାନୁଆରୀରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଆଦିତି ତଟ୍‌କରେ ସଂଶୋଧନମୂଳକ ପଦକ୍ଷେପ ନେବାକୁ ସାର୍ବଜନୀନ ଭାବେ ପ୍ରତିଶ୍ରୁତି ଦେଇଥିଲେ । ଫେବୃଆରୀ ସୁଦ୍ଧା ୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କ ନାମ ବ୍ୟବସ୍ଥାରୁ ହଟାଇ ଦିଆଯାଇଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.