ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମାଙ୍କଡ଼ ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ୱ ଆହତ, ସ୍ଥାନୀୟ ଲୋକେ ଆତଙ୍କିତ

Published By : Rasmita Pradhan | January 21, 2025 12:13 PM

ପଟ୍ଟାମୁଣ୍ଡାଇ, ୨୧/୦୧ : ପଟ୍ଟାମୁଣ୍ଡାଇ ଥାନା ଆନ୍ତର୍ଗତ ସାନମାଣତିଆ ପଞ୍ଚାୟତରେ ମାଙ୍କଡ଼ ଉପଦ୍ରବ। ଏହି ଅଞ୍ଚଳରେ ସପ୍ତାହେ ହେବ ମାଙ୍କଡ଼ମାନେ ଆତଙ୍କ ଖେଳାଇଛନ୍ତି। ମାଙ୍କଡ଼ଙ୍କ ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ଫଳରେ ସ୍ଥାନୀୟ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଛୋଟ ପିଲାମାନଙ୍କୁ ଏକା ବାହାରକୁ ଛାଡ଼ିବାକୁ ଘରଲୋକ ଡରୁଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ସୂଚନାନୁଯାୟୀ, ସୋମବାର ଗୋଟିଏ ଦିନରେ ମାଙ୍କଡ଼ଙ୍କ ଆକ୍ରମଣରେ ସାନମାଣତିଆ ପଞ୍ଚାୟତର ବଡମାଣତିଆ ଗ୍ରାମର କାଳନ୍ଦୀ ସାମଲ, ରବୀନ୍ଦ୍ର ସାହୁ, ପୁରସ୍ତମ ମଲ୍ଲିକ, ଧନିଆ ମଲ୍ଲିକ ଓ ଶୁଭଶ୍ରୀ ଦାସ ପ୍ରମୁଖ ୫ଜଣ ଆହତ ହୋଇଛନ୍ତି। ପରିବାର ଲୋକେ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମାଙ୍କଡ଼ଙ୍କ ଉପଦ୍ରବ ଯୋଗୁଁ ମହିଳା, ଛୋଟ ପିଲା ବାହାରକୁ ବାହାରିବା ଅସୁରକ୍ଷିତ ମଣୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ବନବିଭାଗ ମାଙ୍କଡ଼ଙ୍କୁ ଧରିବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.