ପ୍ରମୂଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

କମେଡିଆନ କପିଲ ଶର୍ମାଙ୍କ କାଫେ ଉପରକୁ ୨୫ ରାଉଣ୍ଡ ଗୁଳିମାଡ଼,ତଦନ୍ତ କରୁଛି ପୁଲିସ

Published By : Anindita Ratha | August 8, 2025 10:16 AM

ମୁମ୍ବାଇ,୦୮/୦୮:  ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କାଫେକୁ ପୁଣି ଗୁଳିମାଡ଼। କାନାଡ଼ାର ସରେ ସହରରେ ଥିବା କପିଲଙ୍କ କାଫେ ଉପରକୁ ୨୫ ରାଉଣ୍ଡ ଫାୟାରିଂ କରିଛନ୍ତି ଦୁର୍ବୃତ୍ତ। ଏହି ଗୁଳିକାଣ୍ଡ ଲାଗି ଗୋଲ୍ଡି ଧୀଲନ ଓ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ନିଜକୁ ଦାୟୀ କରିଛି।  ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। 

ଯେଉଁଥିରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଗୋଟିଏ କାରରେ ଆସୁଛନ୍ତି ଓ କାଫେ ଉପରେ  ଗୁଳିମାଡ଼ କରୁଛନ୍ତି। ଏଥିପାଇଁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ନିଜକୁ ଦାୟୀ କରିଛି ଗୋଲଡିଂ ଧୀଲନ ଓ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ। ଯେଉଁଥିରେ ସେମାନେ ଲେଖିଛନ୍ତି, କପିଲଙ୍କୁ ଫୋନ୍ କଲୁ। ସେ ଉଠାଇଲେନି। ଏଥିପାଇଁ ଏଭଳି ଆକ୍ସନ ନେବାକୁ ପଡ଼ିଲା। ଜବାବ ନ ମିଳିଲେ ଆଗକୁ ଆକ୍ସନ ମୁମ୍ବାଇରୁ ହେବ।ସ୍ଥାନୀୟ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ ଗୁଳିକାଣ୍ଡରେ କେହି ଆହତ ହେବାର କୌଣସି ଖବର ଆସିନାହିଁ।ଏନେଇ କପିଲ ଶର୍ମାଙ୍କ ପକ୍ଷରୁ ବି କୌଣସି ପ୍ରତିକ୍ରିୟା ମିଳିନାହିଁ। ପ୍ରକାଶ ଥାଉକି, ଜୁଲାଇ ୧୦ ତାରିଖରେ ମଧ୍ୟ କାଫେ ଉପରେ ଏକାଧିକ ରାଉଣ୍ଡ ଗୁଳିମାଡ଼ ହୋଇଥିଲା। ଦୁର୍ବୃତ୍ତ ୯ରାଉଣ୍ଡ ଗୁଳିମାଡ଼ କରିଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.