କାଠମାଣ୍ଡୁ,୫।୩: ପଡୋଶୀ ଦେଶ ନେପାଳରେ ଗୁରୁବାର ସାଧାରଣ ନିର୍ବାଚନ ପାଇଁ ହୋଇଛି ମତଦାନ। ଆଜି ରାତିରୁ ଭୋଟିଂ କାଉଣ୍ଟ କରାଯିବ। ୧୬୫ ଆସନର ରେଜଲ୍ଟ ଆଗାମୀ ୩ରୁ ୪ଦିନ ଓ ଫାଇନାଲ ରେଜଲ୍ଟ ଆସିବାକୁ ପ୍ରାୟ୧୫ଦିନ ଲାଗିବ ବୋଲି କୁହାଯାଉଛି। ପୂର୍ବରୁ ନେପାଳର କାର୍ଯ୍ୟକାରୀ ମୁଖ୍ୟ ନିର୍ବାଚନ କମିଶନ୍ ରାମ ପ୍ରସାଦ ଭଣ୍ଡାରୀ କହିଥିଲେ,ଭୋଟିଂର ୨୪ ଘଣ୍ଟାରେ ରେଜଲ୍ଟ ଆସିବ। କିନ୍ତୁ ଏଥିରେ ବିଳମ୍ବ ହେବାର କୁହାଯାଉଛି। ​‌

ନିର୍ବାଚନରେ ୧୬୫ ସଦସ୍ୟ ପ୍ରତ୍ୟକ୍ଷ ମତଦାନ ଅର୍ଥାତ ‘ଫାଷ୍ଟ ଦ ପୋଷ୍ଟ’ ପ୍ରଣାଳୀରେ ଚୟନ ହେବେ। ସେଭଳି ୧୧୦ ସଦସ୍ୟ ଆନୁପାତିକ ପ୍ରତିନିଧିତ୍ବ ପ୍ରଣାଳୀରେ ଚୟନ ହେବେ। ପ୍ରତ୍ୟକ୍ଷ ନିର୍ବାଚନ ଅନୁସାରେ ୧୬୫ ଆସନ ପାଇଁ ୩୪୦୦ ପ୍ରାର୍ଥୀ ମୈଦାନରେ ଅଛନ୍ତି। ସେଭଳି ଆନୁପାତିକ ପ୍ରଣାଳୀ ୧୧୦ଆସନ ପାଇଁ ୩୧୩୫ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି। ବହୁମତ ପାଇଁ୧୩୮ ଟି ଆସନରେ ଜିତିବା ଦରକାର। ଯେଉଁ ପାର୍ଟି ପାଖରେ ୫୦% ସାଂସଦ ହେବେ,ସେମାନେ ସରକାର ଗଠନ କରିବେ।

୨୦୨୫ରେ ଜେନ୍ ଜି ବିରୋଧ ପ୍ରଦର୍ଶନ ପରେ ନେପାଳର ତତ୍କାଳୀନ କେପି ଶର୍ମା ଓଲି ସରକାର କ୍ଷମତାଚ୍ୟୁତ ହୋଇଥିଲେ। ୨୭୫ ଆସନ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟିଂ ଚାଲିଥିଲା। ନେପାଳର ନିର୍ବାଚନ କମିଶନର ସଗୁନ୍ ସମସେର ରାଣା କହିଛନ୍ତି ସାରା ଦେଶରେ ମତଦାନ ଶାନ୍ତିପୂର୍ବକ ହେଉଛି। କିଛି ସ୍ଥାନରେ ମାମୁଲି ଘଟଣାକୁ ଛାଡି ବଡ ସମସ୍ୟା ସାମନାକୁ ଆସି ନାହିଁ। ଦୂରଦରାନ୍ତ ଅଞ୍ଚଳରେ ମଧ୍ୟ ଭୋଟିଂ ହୋଇଛି।

ନିର୍ବାଚନ ପାଇଁ ନେପାଳରେ ବୁଧବାରଠାରୁ ତିନି ଦନ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ନିର୍ବାଚନ କମିଶନଙ୍କ କହିବା ଅନୁସାରେ ସାରାଦେଶରେ ୧୦,୯୬୭ ମତଦାନ ବୁଥ୍ ରେ୨୩,୧୧୨ ମତଦାନ ତିଆରି କରାଯାଇଥିଲା। ଏହି ନିର୍ବାଚନରେ ମୋଟ ୬୫ ରାଜନୈତିକ ଦଳ ଭାଗ ନେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ନିର୍ବାଚନ କମିଶନ୍ ରାମ ପ୍ରସାଦ ଭଣ୍ଡାରୀ ମତଦାନ ପରେ ସାମ୍ବାଦିକଙ୍କୁ କହିଛନ୍ତି, ଏଥର ମତଦାନ ୬୫%ରୁ ଅଧିକ ରହିବାର ଆଶା ରହିଛି। ସେ କହିଛନ୍ତି,ସକାଳରୁ ହିଁ ସେମାନେ ପାହାଡି ଅଞ୍ଚଳରେ ଏକ ଡର୍ଜନରୁ ଅଧିକ ଜିଲ୍ଲା ପ୍ରତିନିଧିଙ୍କ ସହ କଥା ହୋଇଛୁ ଓ ସେଠାରେ ମଧ୍ୟ ମତଦାନ ଜାରି ରହିଛି। ପାଣିପାଗ ମଧ୍ୟ ଅନୁକୂଳ ରହିଛି। ତେବେ ଏଭଳି ଲାଗୁଛି ଯେ, ଗତ ନିର୍ବାଚନର ପ୍ରାୟ ୫% ଭୋଟ ଏଥର ଅମାନ୍ୟ ହୋଇଛି। ନେପାଳର ଖବର କାଗଜ ‘ହିମାଳୟନ’ ନିଜ ରିପୋର୍ଟରେ ଏହି ସୂଚନା ଦେଇଛନ୍ତି।