ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧୀନ ଚଉଦକୁଲାଟ ପାଳରେ ଜନୈକ ନାବାଳକର ମୃତଦେହ ଉଦ୍ଧାର
  • ||
  • ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ୧୪ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ
  • ||
  • ବାଲେଶ୍ୱର : ଗେମ୍‌ ଖେଳିବାକୁ ବାରଣ କଲେ ମାଆ; ଗଛରେ ରଶି ଲଗାଇ ଝୁଲିପଡ଼ିଲେ ଯୁବକ
  • ||
  • ବାଙ୍ଗିରିପୋଷି : ଦ୍ୱାରଶୁଣି ଘାଟିରେ ୫୦ ଫୁଟ ଖାଲକୁ ଖସିଲା ଟ୍ରକ୍, ଚାଳକ ମୃତ
  • ||
  • ଗ୍ରୀସ୍‌ରେ ପୁଣି ଶକ୍ତିଶାଳୀ ଭୂକମ୍ପ ଝଟକା ; ତୀବ୍ରତା ୬.୧ ରେକର୍ଡ, ସୁନାମି ଆଲର୍ଟ ଜାରି
  • ||
  • ୫୦୦୦ ଲାଞ୍ଚ ନେଇ ଧରାପଡ଼ିଲେ ତିଗିରିଆ ଥାନା ASI, ଏକକାଳୀନ ୩ ଟି ସ୍ଥାନରେ ଚଢାଉ
  • ||
  • ୱାଶିଂଟନ ଡିସିରେ ୨ ଇସ୍ରାଏଲ ଦୂତାବାସ ଅଧିକାରୀଙ୍କୁ ଗୁଳି କରି ହତ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ବ୍ରାଉନ ସୁଗର ବେପାରୀ ଗିରଫ; ୩୫ ଲକ୍ଷ ଟଙ୍କାର ଧଳାଜହର ଜବତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସ ପାଇଁ ପ୍ରସ୍ତୁତ ଟାଇଟନ୍ସ, ଲକ୍ଷ୍ୟ ଶ୍ରେଷ୍ଠ ୨ରେ ସ୍ଥାନ
  • ||
  • ରାଜଗାଙ୍ଗପୁର : ଅବକାରୀ ବିଭାଗ ଚଢଉ ବେଳେ ଭାଟି କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, ୫ ଆହତ
  • ||
  • ରାହାଡ଼ପୁର ପାହାଡ଼ରୁ ଖସିଲା କମ୍ପ୍ରେସର: ଜଣେ ମୃତ, ଜଣେ ଆହତ
  • ||
  • ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ଓଡ଼ିଶାକୁ ଫେରିଲା କରୋନା: ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ
  • ||
  • ଯାଜପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୪ ପ୍ରକଳ୍ପର ଉଦ୍‌ଘାଟନ ସହ ୧୨ ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • କଟକ : ଗୋଡିସାହି ପୁରୀ ମେନ୍ କେନାଲ ବନ୍ଧ ରାସ୍ତାରେ ଦୁର୍ଘଟଣା, ହାଇୱା ଧକ୍କାରେ ୨ ମୃତ
  • ||
  • ରାଜ୍ୟରେ ପ୍ରଚଣ୍ଡ ତାତି ସାଙ୍ଗକୁ ଗୁଳୁଗୁଳି, ଆଜି ୧୧ ଜିଲ୍ଲାକୁ ଆଲର୍ଟ ଜାରି: ୨୩ରୁ କାଳବୈଶାଖୀ ଆଶଙ୍କା
  • ||

୬୦ ମିନିଟ୍‌ର ଅପରେସନ୍, ହେଲେ ଗଣିବାକୁ ଲାଗିଗଲା ୬ ଘଣ୍ଟା

Published By : Prameya | May 22, 2025 7:39 PM

ନୂଆଦିଲ୍ଲୀ,୨୨।୫:  ଦିଲ୍ଲୀ-ଏନ୍‌ସିଆରରେ ସର୍ଜରୀକୁ ନେଇ ଆସିଛି  ଏକ ଦୁର୍ଲଭ ମାମଲା । ୭୦ ବର୍ଷର ଜଣେ ବୟସ୍କ ବ୍ୟକ୍ତିଙ୍କର ୬୦ ମିନିଟ୍ ପର୍ଯ୍ୟନ୍ତ  ଅପରେସନ୍‌ରେ ଚାଲିଥିଲା ,ହେଲେ ତାଙ୍କର ପିତ୍ତକୋଷରୁ ବାହାରିଥିବା ପଥରକୁ ଗଣିବାକୁ ଲାଗିଥିଲା ୬ ଘଣ୍ଟା। ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ,ଏପର୍ଯ୍ୟନ୍ତ ଦିଲ୍ଲୀ-ଏନ୍‌ସିଆରରେ ସର୍ଜରୀ କରି ବାହାର କରାଯାଇଥିବା ପିତ୍ତକୋଷ ଷ୍ଟୋନ୍‌ର ଏହା ହିଁ  ହେଉଛି ସବୁଠାରୁ ଅଧିକ ସଂଖ୍ୟା। 

ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଚାଲିଥିବା ଏହି ସର୍ଜରୀରେ ବ୍ୟକ୍ତିଙ୍କର ପେଟରୁ ୮,୧୨୫ ଷ୍ଟୋନ୍ ବାହାର କରାଯାଇଥିଲା। ଗୁରଗ୍ରାମ୍ ଫୋର୍ଟିସ୍ ମେମୋରିଆଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଏହି ସର୍ଜରୀ ହୋଇଥିଲା। ୬୦ ମନିଟ୍‌ ସର୍ଜରୀରେ ବାହାର ହୋଇଥିବା ଷ୍ଟୋନ୍ ଗଣିବାକୁ ୬ ଘଣ୍ଟା ଲାଗିଯାଇଥିଲା।  

ଗୁରୁବାର ହସ୍ପିଟାଲ ପକ୍ଷରୁ କୁହାଯାଇଛି, ରୋଗୀ ଜଣକ ବହୁ ବର୍ଷ ହେବ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ମଝିରେ ମଝିରେ ଜ୍ବର, ଭୋକ ନଲାଗିବା ଓ ଛାତି ଏବଂ ପିଠିରେ ଭାରିପଣ ଅନୁଭବ କରୁଥିଲେ। ପ୍ରାୟତଃ କୋଲୋଷ୍ଟେ୍ରାଲ୍ ଅସନ୍ତୁଳନ କାରଣରୁ ପିତ୍ତକୋଷରେ ପଥର ହୋଇଥାଏ। ଏହା ସମୟ ସହ ବଢିପାରେ। ରୋଗୀଙ୍କର ୧୨ ମଇରେ ପିତ୍ତକୋଷରୁ ପଥର ବାହାର କରିବାକୁ ସର୍ଜରୀ ହୋଇଥିଲା। ସର୍ଜରୀ କରିଥିବା ଟିମ୍‌ରେ ସାମିଲ ଡାକ୍ତରଙ୍କ କହିବା ଅନୁସାରେ, ଏହା ଏକ ଅଦ୍ଭୁତ ଘଟଣା। ବହୁ ବର୍ଷ ଧରି ଷ୍ଟୋନ୍ ରହିଥିଲା। ଯଦି ଚିକିତ୍ସାରେ ଆହୁରି ବିଳମ୍ବ ହୁଏ ହୋଇଥାନ୍ତା ତେବେ ସ୍ଥିତି ଆହୁରୀ ଗୁରୁତର ହୋଇପଡିଥାନ୍ତା। ଦୁଇ ଦିନ ପରେ ତାଙ୍କର ସ୍ଥିତି ସୁଧୁରିଥିବାର ଦେଖି ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.