ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଉଚ୍ଚ-ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ୍‌ଡ ପିଇବା ପାଣି, ଘୋଷଣା କଲା ଏଫ୍‌ଏସ୍‌ଏସ୍‌ଏଆଇ

Published By : Krishna Priya | December 3, 2024 8:53 AM

ନୂଆଦିଲ୍ଲୀ ୦୩/୧୨: ଉଚ୍ଚ ବିପଦପୂର୍ଣ୍ଣ ଖାଦ୍ୟ ବିଭାଗ ବା ‘ହାଇ-ରିସ୍କ ଫୁଡ୍‌ କାଟେଗୋରୀ’ରେ ବର୍ଗୀକୃତ ହୋଇଛି ପ୍ୟାକେଜ୍‌ଡ ପିଇବା ପାଣି ଓ ମିନେରାଲ ୱାଟର । ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଏସ୍‌ଏଆଇ) ବଜାରରେ ମିଳୁଥିବା ପ୍ୟାକେଜ୍‌ଡ ପିଇବା ପାଣି ଓ ମିନେରାଲ ୱାଟରକୁ ଏହି ବିଭାଗରେ ସାମିଲ କରିବାକୁ ଘୋଷଣା କରିଛି । ଏହାର ଅର୍ଥ ଏହି ଉତ୍ପାଦଗୁଡ଼ିକୁ ଏଣିକି ବାଧ୍ୟତାମୂଳକ ଯାଞ୍ଚ୍‌ ଓ ଥାର୍ଡ-ପାର୍ଟି ଅଡିଟ୍‌ର ସମ୍ମୁଖୀନ ହେବାକୁ ପଡ଼ିବ । ସରକାରଙ୍କ ଦ୍ୱାରା ଗତ ଅକ୍ଟୋବରରେ ଏ ଉତ୍ପାଦଗୁଡ଼ିକ ପାଇଁ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ୍‌ (ବିଆଇଏସ୍‌)ରୁ ପ୍ରମାଣପତ୍ର ନିମନ୍ତେ ଆବଶ୍ୟକତାକୁ ହଟାଇବାର ନିଷ୍ପତ୍ତି ପରେ ଏହି ପରିବର୍ତ୍ତନ କରାଯାଇଛି । ଲାଇସେନ୍ସ କିମ୍ବା ପଞ୍ଜିକରଣ ଅନୁମତି ପୂର୍ବରୁ ଏହି ଯାଞ୍ଚ୍‌ କରାଯିବ । ଏହି ପଦକ୍ଷେପ ଉଚ୍ଚ-ବିପଦପୂର୍ଣ୍ଣ ବିଭାଗ ଅଧୀନସ୍ଥ ଉତ୍ପାଦଗୁଡ଼ିକ ପାଇଁ କଠୋର ସୁରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନକୁ ସୁନିଶ୍ଚିତ କରିଛି । 

ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦେଶ ଅନୁସାରେ, ପ୍ୟାକେଜ୍‌ଡ ପିଇବା ପାଣି ଭଳି ଉଚ୍ଚ-ବିପଦପୂର୍ଣ୍ଣ ଖାଦ୍ୟ ବିଭାଗରେ ଥିବା ଉଦ୍ୟୋଗଗୁଡ଼ିକୁ ଏଫ୍‌ଏସ୍‌ଏସ୍‌ଏଆଇ ମାନ୍ୟତାପ୍ରାପ୍ତ ଥାର୍ଡ-ପାର୍ଟି ଫୁଡ୍‌ ସେଫ୍ଟି ଏଜେନ୍ସିଙ୍କ ଦ୍ୱାରା ବାର୍ଷିକ ଅଡିଟ୍‌ର ଆବଶ୍ୟକତା ରହିଛି । ଗ୍ରାହକଙ୍କ ପାଇଁ ଏ ସମସ୍ତ ଉତ୍ପାଦର ସୁରକ୍ଷା ଓ ଗୁଣବତ୍ତା ମାନକରେ ସୁଧାର ଏହାର ଲକ୍ଷ୍ୟ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.