ପ୍ରମୂଖ ଖବର
  • ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ, ପୋର୍ଟ ପ୍ରଶାସନ ବିଲ୍ଡିଂରେ ୪ ଜିଣିଆ ଟିମ୍‌ର ଖୋଳତାଡ
  • ||
  • କଟକ : ମହାନଦୀ ପଠାରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ର ବିଜାପୁରରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ୨୨ ନକ୍ସଲ ସଫା, ଜଣେ ଯବାନ ସହିଦ୍
  • ||
  • ନୟାଗଡ଼ରେ ଅଭାବନୀୟ ଘଟଣା, ଶୌଚାଳୟରେ ପ୍ରସବ କଲେ ଯୁକ୍ତ ୩ ଛାତ୍ରୀ
  • ||
  • ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହାଲ୍ଲା, ୧୨ଟା ଯାଏଁ ଗୃହ ମୁଲତବୀ
  • ||
  • ଗଜପତି: ଦୁଇ ବ୍ୟବସାୟୀଙ୍କ ଭାଇଙ୍କ ଘରେ ଆଇଟି ଚଢ଼ାଊ, ଆୟକର ବିଭାଗ ୧୨ ଅଧିକାରୀ ସାମିଲ୍
  • ||
  • ସମ୍ବଲପୁର: ପିଲାଙ୍କ ଭବିଷ୍ୟତ ସହିତ ସାଙ୍ଘାତିକ ଖେଳ, ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୂରି ବୁଲୁଛି ୭ମ ଏବଂ ୮ମ ପ୍ରଶ୍ନପତ୍ର
  • ||
  • ବୌଦ୍ଧ : ୧୨ କ୍ଵିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲା : ରାଜା ଚକ୍ରଙ୍କ ସହଯୋଗୀ ସମୀର ଜେନା
  • ||
  • ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍‌ ଇଣ୍ଡିଆର ଏଟିଏମ୍‌ ତାଡି ନେଲେ ଦୁର୍ବୃତ୍ତ, ଜେସିବି ମାଲିକ ଅଟକ
  • ||
  • ତାତିରେ ବ୍ରେକ୍ ଲଗାଇବ କାଳବୈଶାଖୀ, ଆଜି ୬ ଜିଲ୍ଲାରେ ବର୍ଷା, ପବନ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି
  • ||

ଚାଷୀଙ୍କ ରାସ୍ତାରୋକ ଆନ୍ଦୋଳନ ପରେ ମଣ୍ଡିରେ କିଣା ହେଲା ଧାନ

Published By : Prameya | March 11, 2025 9:13 PM

କାଶୀପୁର, ୧୧।୩ :   ଚାଷୀ ମାନେ ମଙ୍ଗଳବାର ଟିକିରି ମୁଖ୍ୟରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିବା ପରେ ମଣ୍ଡିରେ ଧାନ କିଣା ସ୍ୱାଭାବିକ ହୋଇଛି ।  ଆବଶ୍ୟକ ଟାର୍ଗେଟ ଆସି ନ ଥିବାରୁ ଗତ ବୁଧବାର ଟିକିରି ମଣ୍ଡିରେ ଚାଷୀଙ୍କ ଧାନ କିଣା ଯାଇ ପାରି ନ ଥିଲା । ଚାଷୀମାନେ ବିକ୍ରି କରିବାକୁ ଆଣିଥିବା ୧୫ଶହ କୁଇଣ୍ଟାଲ ଧାନକୁ  ମଣ୍ଡି ଆଗରେ ରଖି ଟାର୍ଗେଟ ଅପେକ୍ଷାରେ ରହିଥିଲେ ।କିନ୍ତୁ ମଙ୍ଗଳବାର ସକାଳ ଏଗାର ସୁଦ୍ଧା ଟାର୍ଗେଟ ପହଞ୍ଚି ନ ଥିବାରୁ ସ୍ଥାନୀୟକଂଗ୍ରେସ ନେତୃବୃନ୍ଦଙ୍କ ସହ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ରୋକ ଆନ୍ଦୋଳନ କରିଥିଲେ । ଟିକିରି ଥାନା ଅଧିକାରୀ ବିଶ୍ୱ ବନ୍ଦିନୀ ବାଗସହିତ ବିଭାଗୀୟ ଅଧିକାରୀ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ଧାନ କିଣା ନେଇ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଥିଲା  ।

 ସୂଚନାଯୋଗ୍ୟ, ଗତ ବୁଧବାର  କେବଳ ଛଅ ଶହ କୁଇଣ୍ଟାଲ କିଣିବା ପାଇଁ ଟିକିରି ଲ୍ୟାମ୍ପସକୁ ଟାର୍ଗେଟ ଦିଆ ଯାଇଥିଲା । କିନ୍ତୁ ଚାଷୀ ମାନେ ମଣ୍ଡିକୁ ଆଣିଥିବା ସମସ୍ତ ୧୫ଶହ କୁଇଣ୍ଟାଲ ଧାନ କିଣିବା ପାଇଁ  ଦାବି କରି ମଣ୍ଡି ଆଗରେ ଗଦା କରିଥିଲେ।ସେହିପରି ଶନିବାରସୁଦ୍ଧା ଚାଷୀଙ୍କ ସମସ୍ତ ଧାନ କିଣିବା ପାଇଁ ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଥିଲେ।  କିନ୍ତୁ ଚାଷୀଙ୍କ ଆନ୍ଦୋଳନ ଚେତାବନୀକୁ ପ୍ରଶାସନ  ଗୁରୁତ୍ୱ ଦେଇ ନ ଥିବାରୁ ଶେଷରେ ଚାଷୀମାନେ ମଙ୍ଗଳବାର  ରାସ୍ତାରେ ଧାନ ବସ୍ତା ରଖିପ୍ରାୟ ଦୁଇ ଘଣ୍ଟାଧରି ରାସ୍ତା ଅବରୋଧ କରିବା ପରେ ପ୍ରଶାସନର ଚେତା ପଶିଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.