ସିଂଘିଯୁବା :  ୨୮/୦୫   ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଅନ୍ତର୍ଗତ ସୁଲେଇ ଗ୍ରାମରେ  ଧାନ କଟା ଗାଡିକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ଏ ନେଇ ସୁଲେଇ ଗ୍ରାମର ଗୁଲେଖ ବିଶ୍ବାଳ ଥାନାରେ ଅଭିଯୋଗ କରିଛନ୍ତି। 

ଗ୍ରାମର  ଗୁଲେଖ ବିଶ୍ଵାଳ ଲିଜରେ ଏକ ଧାନ କଟା ମେସିନ ଆଣି ନିଜ ବାଡିରେ ରଖିଥିଲେ।  ମଙ୍ଗଳବାର ରାତିରେ କେହିଁ ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ଦେଇଥିଲେ।   ସ୍ଥାନୀୟ ଲୋକ ଦେଖି ନିଆଁକୁ ଆୟତ୍ତ କରିଥିଲେ।  ଏ ନେଇ ଗୁଲେଖ ରାମପୁର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।