ନୂଆଦିଲ୍ଲୀ,୨୬/୦୧: ବାଣିଜ୍ୟ ଏବଂ ଶିଳ୍ପରେ ଉଲ୍ଲେଖନୀୟ ଅବଦାନ ପାଇଁ TTK ପ୍ରେଷ୍ଟିଜ୍ ଗ୍ପୁପର Prstige ଗ୍ରୁପର ଟିଟି ଜଗନ୍ନାଥନଙ୍କୁ ମରଣୋତ୍ତର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଜଗନ୍ନାଥନଙ୍କର ଗତ ବର୍ଷ ଅକ୍ଟୋବରରେ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଶିଳ୍ପରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇଛି । ସେ ପ୍ରେସର କୁକର୍ ପାଇଁ GRS ସୁରକ୍ଷା ପ୍ରଣାଳୀ ଉଦ୍ଭାବନ କରିଥିଲେ, ଯାହା ଭାରତୀୟ ରୋଷେଇ ସାମଗ୍ରୀକୁ ବିଶ୍ୱସ୍ତରୀୟ ମାନ୍ୟତା ଦେଇଥିଲା । ଜିଆରଏସ ସିଷ୍ଟମ ହେଉଛି ପ୍ରେସର କୁକର୍ର ଏକ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଯାହା ଅତ୍ୟଧିକ ଚାପ ପ୍ରୟୋଗ କଲେ ରବର ରିମ୍ ମାଧ୍ୟମରେ ବାଷ୍ପ ଛାଡ଼ି କୁକର୍କୁ ବିସ୍ଫୋରଣ ହେବାରୁ ରୋକିଥାଏ । ସେ ସ୍ୱାସ୍ଥ୍ୟସେବା, ପରିମଳ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ ।
ଘରେ ଘରେ ପହଞ୍ଚିଛି ପ୍ରେଷ୍ଟିଜ୍ ପ୍ରେସର କୁକର୍- ବିୟୋଗ ସମୟରେ ସେ ଟିଟିକେ ପ୍ରେଷ୍ଟିଜର ଅଧ୍ୟକ୍ଷ ଥିଲେ । ୫୦ ବର୍ଷ ଧରି କମ୍ପାନୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିବା ଜଗନ୍ନାଥନ ଭାରତରେ ପ୍ରେଷ୍ଟିଜକୁ ପରିଚିତ ନାମ କରିଥିଲେ । ସେ TTK ଗ୍ରୁପର ଆର୍ଥିକ ସ୍ଥିତି ସୁଧାରିବା ସହ ଏହାକୁ ଋଣମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ, ପ୍ରେଷ୍ଟିଜ୍ ଏକ ପ୍ରେସର କୁକର ନିର୍ମାତାରୁ ଏକ ପୂର୍ଣ୍ଣାଙ୍ଗ ରୋଷେଇ ଘର ସମାଧାନ ବ୍ରାଣ୍ଡରେ ପରିଣତ ହୋଇଥିଲା । ଯେଉଁଥିରେ ବୈଦ୍ୟୁତିକ ଉପକରଣ ଏବଂ ଅନ୍ୟାନ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ । ସେ "ଡିସର୍ଟ ଆଣ୍ଡ କଙ୍କର୍ - ହାଓ ଟିଟିକେ ପ୍ରେଷ୍ଟିଜ୍ ବିକେମ୍ ଏ ବିଲିୟନ ଡଲାର କମ୍ପାନୀ" ନାମକ ଲୋକପ୍ରିୟ ପୁସ୍ତକ ମଧ୍ୟ ଲେଖିଥିଲେ ।
ଆଇଆଇଟିରୁ ସ୍ୱର୍ଣ୍ଣ ପଦକ, ଆମେରିକାରୁ ପିଏଚଡିତାଙ୍କ କାର୍ଯ୍ୟକାଳ ମଧ୍ୟରେ, ପ୍ରେଷ୍ଟିଜ୍ ଆମେରିକା ଏବଂ ୟୁକେ ଭଳି ଆନ୍ତର୍ଜାତୀୟ ବଜାରରେ ମଧ୍ୟ ବିସ୍ତାର କରିଥିଲେ । ଆଇଆଇଟି ମାଡ୍ରାସରୁ ସ୍ୱର୍ଣ୍ଣ ପଦକ ବିଜେତା ଏବଂ ଆମେରିକାର କର୍ଣ୍ଣେଲ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିଥିବା ଜଗନ୍ନାଥମ୍ ନିଜେ ରୋଷେଇ କରିବାକୁ ଭଲ ପାଉଥିଲେ। ସେ ଥରେ କହିଥିଲେ ଯେ, ତାଙ୍କ ନୂତନତ୍ୱର ଆବଶ୍ୟକତା ସର୍ବଦା ତାଙ୍କ ନିଜସ୍ୱ ରୋଷେଇ ଘରରୁ ଆରମ୍ଭ ହୋଇଥିଲା ।
କେନ୍ଦ୍ର ସରକାର ଗଣତନ୍ତ୍ର ଦିବସ ପୂର୍ବସନ୍ଧ୍ୟାରେ ରବିବାର ପଦ୍ମ ପୁରସ୍କାର-୨୦୨୬ର ଘୋଷଣା କରିଛନ୍ତି । ପଦ୍ମ ପୁରସ୍କାର ପାଇବାକୁ ଥିବା ବିଜେତାଙ୍କ ନାମ ତାଲିକା ମଧ୍ୟ ଜାରି ହୋଇଛି । ଏଥିରେ ସାହିତ୍ୟ, ଶିକ୍ଷା, ସମାଜସେବା, ଚିକିତ୍ସା, କଳା, ଜନକଲ୍ୟାଣ ଆଦି କ୍ଷେତ୍ରରେ ଦୀର୍ଘବର୍ଷରୁ ଯୋଗଦାନ କରିଥିବା ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନାଁ ସାମିଲ ଅଛି । ପଦ୍ମ ପୁରସ୍କାର ପାଇଁ ମନୋନୀତ ୧୩୧ ବିଜେତାଙ୍କ ମଧ୍ୟରେ ୧୯ ଜଣ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ବିଦେଶୀ/ ଏନ୍ଆର୍ଆଇ/ପିଆଇଓ/ଓସିଆଇ ବର୍ଗର ବ୍ୟକ୍ତି ରହିଛନ୍ତି । ୧୬ ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ସମ୍ମାନ ପ୍ରଦାନ କରାଯିବ । ଗଣତନ୍ତ୍ର ଦିବସ ପୂର୍ବରୁ ପଦ୍ମ ପୁରସ୍କାର ଘୋଷଣା କରାଯାଏ । ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ବିଜେତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ।