ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଅନ୍ଧାରରେ ପଦ୍ମଶ୍ରୀ ସ୍ୱର୍ଗତା କମଳାଙ୍କ ପରିବାର, ବିଲ୍‌ ପୈଠ ହୋଇନଥିବାରୁ କାଟି ଦିଆଗଲା ବିଜୁଳି ସଂଯୋଗ

Published By : Prameya | April 10, 2025 12:47 PM

ଜୟପୁର,୧୦/୦୪: ୧୫ ଦିନ ହେବ ଅନ୍ଧାରରେ ରହିଛନ୍ତି  ପଦ୍ମଶ୍ରୀ ସ୍ୱର୍ଗତ କମଳା ପୂଜାରୀଙ୍କ ପରିବାର । ଡଙ୍ଗରଛିଞ୍ଚି  ପଞ୍ଚାୟତର ପାତ୍ରପୁଟରେ କମଳାଙ୍କ ପୁଅ ଟଙ୍କଧର ରହୁଥିବା ଘରୁ କାଟି ଦିଆଯାଇଛି ବିଜୁଳି ସଂଯୋଗ । ବକେୟା ବିଲ୍‌ ପୈଠ କରାଯାଇନଥିବାରୁ ଏଭଳି ପଦକ୍ଷେପ ନେଇଛନ୍ତି ଟାଟା ପାୱାର ବିତରଣ କମ୍ପାନି କର୍ତ୍ତୃପକ୍ଷ । ଏହାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଏହା କମଳାଙ୍କ ପରିବାର ପ୍ରତି ଘୋର ଅପମାନଜନକ ବୋଲି କହିଛନ୍ତି ବିଧାୟକ ତାରାପ୍ରସାଦ  ବାହିନୀପତି ଏବଂ ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ । 

ଟଙ୍କଧର କହିଛନ୍ତି, ତାଙ୍କ ପରିବାରକୁ ସରକାର ମାଗଣାରେ ସଂଯୋଗ ଦେଇଥିଲେ । ଏବେ ୧୨ ହଜାର ଟଙ୍କାର ବିଲ୍‌ ଆସିଲା କେମିତି । ତଥାପି କିସ୍ତିରେ ଟଙ୍କା ଜମା କରିବେ ବୋଲି ଅନୁରୋଧ କରିଥିଲେ । ତାଙ୍କର କୌଣସି କଥା ଶୁଣିନଥିଲେ ଟାଟା ପାୱାର  କର୍ମଚାରୀ । ଏବେ ଗ୍ରୀଷ୍ମ ପ୍ରବାହ ବେଳେ ଦୀପ ଲଗାଇ ରାତି କାଟୁଛନ୍ତି । 

ଟାଟା ପାୱାରର ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଧାୟକ ଶ୍ରୀ ବାହିନୀପତି । କହିଛନ୍ତି, ଦେଶର ଶ୍ରେଷ୍ଠ ଉପାଧି ପାଇଥିବା  ମହିଳାଙ୍କ ଘରୁ ବିଦ୍ୟୁତ ସଂଯୋଗ କଟାଯିବା କଥା ନୁହେଁ । ଟାଟା  ପାୱାରର ଏଭଳି କାର୍ଯ୍ୟକୁ ଯେତେ ନିନ୍ଦା କଲେବି କମ୍‌ ହେବ ।  ସରକାର ତାଙ୍କ ପରିବାରର ବିଦ୍ୟୁତ ବିଲ୍‌  ଦେବାର ବ୍ୟବସ୍ଥା କରନ୍ତୁ । 

ପୂର୍ବତନ ମନ୍ତ୍ରୀ ଶ୍ରୀ  ନନ୍ଦ କହିଛନ୍ତି, ଟାଟା ପାୱାରର ଦାଦାଗିରିକୁ  ବରଦାସ୍ତ କରାଯିବ ନାହିଁ । ସ୍ୱର୍ଗତ କମଳାଙ୍କ ଘର ଏକ ସ୍ମାରକୀ  ଭାବେ ପରିଚିତ । ସେହି ଘରେ ଶତାଧିକ ଦେଶୀବିହନ ସଂରକ୍ଷିତ  ରହିଛି । କମଳା ପାଇଥିବା ସ୍ମାରକୀ, ଫଳକ, ପ୍ରମାଣପତ୍ର ଏବଂ  ମାନପତ୍ର ସେଠାରେ ରଖାଯାଇଛି । ଏଭଳି ସ୍ଥିତିରେ ଉକ୍ତ ଘରୁ  ବିଜୁଳି ସଂଯୋଗ କଟାଯିବା ଦୁର୍ଭାଗ୍ୟଜନକ । ତୁରନ୍ତ ସଂଯୋଗ  ଦିଆନଗଲେ ବିଜେଡି ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.