ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ହମଲା ପୂରା ଦେଶକୁ ଦୋହଲାଇ ଦେଇଛି। ୨୨ଅପ୍ରେଲରେ ହୋଇଥିବା ଏହି ହମଲାରେ ଯେଉଁ ଆତଙ୍କୀ ମଡ୍ୟୁଲ୍ର ପ୍ରମାଣ ମିଳିଛି, ସେହି ମଡ୍ୟୁଲ ଭାବେ ୨୦୨୪ରେ ଜମ୍ମୁ କାଶ୍ମୀରର ଗନ୍ଦେରବଲ ଜିଲ୍ଲାରେ ଅଣ-କାଶ୍ମୀରଙ୍କ ଉପରେ ହୋଇଥିବା ଏକ ଆତଙ୍କୀ ହମଲା ସହ ଜଡ଼ିତ। ଏହି ହମଲାରେ ଆତଙ୍କୀମାନେ ସୋନମାର୍ଗରେ ସୁଡ଼ଙ୍ଗ ପ୍ରକଳ୍ପରେ କାମ କରୁଥିବା ୬ଜଣ ଶ୍ରମିକ ଓ ଜଣେ ଡାକ୍ତରଙ୍କ ହତ୍ୟା କରି ଦେଇ ଥିଲେ।
ସୂତ୍ର ମୁତାବିକ, ଏହି ଦିନ ଆତଙ୍କୀ ହମଲାକୁ ଲଶ୍କର-ଏ-ତୈୟବା ଦ୍ୱାରା ସମର୍ଥିତ ଆତଙ୍କୀ ୟୁନିଟ୍ ହିଁ କାଣ୍ଡ ଘଟାଇ ଥିଲା। ପହଲଗାମ ହମଲାରେ ସାମିଲ ଅନେକ ଆତଙ୍କୀମାନେ ଏହା ପୂର୍ବରୁ ସୁଡ଼ଙ୍ଗର ଶ୍ରମିକଙ୍କ ଉପରେ କରାଯାଇ ଥିବା ହମଲାରେ ଭାଗ ନେଇଥିଲେ।
୨୦୨୪ରେ ହୋଇଥିବା ଏହି ହମଲାରେ ସାମିଲ ଜଣେ ଆତଙ୍କବାଦୀଙ୍କର ପରିଚୟ ଜୁନୈଦ ଭଟ୍ଟ ଭାବେ ହୋଇଥିଲା। ହେଲେ ଗତ ବର୍ଷ ଡିସେମ୍ୱରରେ ହିଁ ସୁରକ୍ଷା ବାହିନୀ ତାକୁ ଏନକାଉଣ୍ଟରରେ ମାରି ଦେଇଥିଲେ। ଏହାପରେ ତାଙ୍କ ସହ କାମ କରୁଥିବା ଆଉ ଦୁଇ ଆତଙ୍କୀଙ୍କୁ ମାରି ଦେଇ ଥିଲେ। ଏନଡିଟିଭିର ରିପୋର୍ଟ ମୁତାବିକ, ଏହି ପହଲଗାମ ହମଲାରେ ଯେଉଁ ହାସିମ ମୁସାଙ୍କ ନାଁ ସାମନାକୁ ଆସୁଛି, ସେ ବି ସୁଢଙ୍ଗ ଉପରେ ହୋଇଥିବା ହମଲାରେ ଭାଗ ନେଇ ଥିଲେ।
ସୋନମର୍ଗ ସୁଡ଼ଙ୍ଗ ନାମରେ ଜଣାଶୁଣା ଜେଡ୍ ମୋଡ ସୁଡ଼ଙ୍ଗ ଉପରେ ଅକ୍ଟୋବର ୨୦୨୪ରେ ହମଲା ହୋଇଥିଲା। ଏଠାରେ ଘରୋଇ କମ୍ପାନୀ ପାଇଁ ବାହାରୁ କାମ କରିବାକୁ ଆସୁଥିବା ଶ୍ରମିକଙ୍କ ଏକ କାମ୍ପ ଉପରେ ଆତଙ୍କୀମାନେ ଫାୟାରିଂ ଆରମ୍ଭ କରି ଦେଇ ଥିଲେ। ଏହି ଆତଙ୍କୀ ହମଲାରେ ୬ଜଣ ଶ୍ରମିକ ଓ ଜଣେ ଡାକ୍ତରଙ୍କ ସମେତ ୭ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇ ଥିଲା। ମୃତକଙ୍କ ମଧ୍ୟରେ ଅନେକ ଲୋକ କାଶ୍ମୀରର ବାହାରୁ ଥିଲେ। ହମଲା କରିବା ପରେ ଆତଙ୍କୀ ଘଟଣାସ୍ଥଳରେ ଏକ ବନ୍ଧୁକ ଛାଡ଼ି ଫେରାର ହୋଇ ଯାଇ ଥିଲା।
ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ କେନ୍ଦ୍ରୀୟ ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଏହି ହମଲାର ଦୃଢ ନିନ୍ଦା କରିଥିଲେ। ଘାଟି ଅଞ୍ଚଳରେ ପାଖାପାଖି ୭ କିଲୋମିଟର ଦୂରତାର ଏହି ସୁଡ଼ଙ୍ଗ, ଶ୍ରୀନଗରକୁ ବର୍ଷା ସାରା କୌଣସି ବି ପାଗରେ କାରଗିଲ୍ ସହ ଯୋଡ଼ିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇଛି। ଥଣ୍ଡା ପାଗରେ ଏହା ଆହୁରି ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ।