ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

Pahalgam Terror attack: ଆହତଙ୍କୁ ପିଠିରେ ବୋହିଲେ ଜଣେ କାଶ୍ମୀରୀ, ଭିଡ଼ିଓ ଭାଇରାଲ

Published By : Ankita S | April 25, 2025 9:22 AM

ନୂଆଦିଲ୍ଲୀ,୨୫/୦୪: ଦେଶକୁ ସ୍ତବ୍ଦ କରି ଦେଇଛି ପହଲଗାମ ବୈସରନ ଘାଟିରେ ହୋଇଥିବା ଆତଙ୍କୀ ଆକ୍ରମଣ । ସବୁଠି କୋହ ଆଉ କ୍ରୋଧ । ପହଲଗାମରେ ବୋହିଥିବା ଲହୁ ଓ ଲୁହର ପ୍ରତିଶୋଧ ନେବାକୁ ଦେଶବାସୀ ଦାବି କରିଛନ୍ତି । ଏତେ ବଡ଼ ବିପତ୍ତି ଭିତରେ ବି କିଛି ଭଲ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ମଣିଷପଣିଆ ମାନବିକତା ଏବେ ବି ବଞ୍ଚିଥିବାର ପ୍ରମାଣ ଦେଇଛି । ପହଲଗାମ ଆତଙ୍କୀ ଆକ୍ରମଣର ଜଣେ ଆହତଙ୍କୁ କାନ୍ଧରେ ବୁହାଇ ହସ୍ପିଟାଲରେ ପହଞ୍ଚାଇଛନ୍ତି ଜଣେ କାଶ୍ମୀରୀ । ସୋସିଆଲ ମିଡ଼ିଆରେ ଉକ୍ତ ସମୟରେ ଭିଡ଼ିଓ ଭାଇରାଲ ହୋଇଛି ।

ପହଲଗାମ ଆତଙ୍କୀ ଆକ୍ରମଣ ପରେ ମୁସଲମାନଙ୍କୁ ଟାର୍ଗେଟ କରାଯାଇଛି । ହେଲେ ସାମାଜିକ ଗଣମାଧ୍ୟମରେ କିଛି ସକରାତ୍ମକ ଭିଡିଓ ସାମ୍ନକୁ ଆସିଛି । କାଶ୍ମୀରର ସଜାଦ ଅହମ୍ମଦ ଭଟ୍ଟ ଆକ୍ରମଣ ସ୍ଥଳରୁ ଆହତଙ୍କୁ ପିଠିରେ ବୋହି ହସ୍ପିଟାଲ ନେଉଥିବା ଦେଖିବାକୁ ମିଳିଛି । ଜାତୀୟ ଗଣମାଧ୍ୟମକୁ ସାକ୍ଷତକାର ଦେଇ ସଜାଦ ଅହମ୍ମଦ ଭଟ୍ଟ କହିଛନ୍ତି, ''ମୁଁ ଘରେ ବସିଥିଲି । ଏହି ଦୁର୍ଘଟଣାର ଖବର ଜାଣିବାକୁ ପାଇଥିଲି । ସେଠାରେ ଲୋକଙ୍କୁ ସାହାଯ୍ୟ ଦରକାର ଥିଲା । ଏହା ଶୁଣିବା ମାତ୍ରେ ମୁଁ ଯାଇଥିଲି । କିଛି ଲୋକ ସେଠାରେ କାନ୍ଦୁଥିଲେ ଭାଇ ଆମକୁ ବଞ୍ଚାଅ ବଞ୍ଚାଅ ବୋଲି କହୁଥିଲେ । ଆମେ ସ୍ଥାନୀୟ ଲୋକ ବୋଲି କହିଥିଲୁ ତାଙ୍କୁ ପାଣି ଦେଇଥିଲୁ । ଡରନ୍ତୁ ନାହିଁ ବୋଲି କହିବା ସହିତ କାନ୍ଧରେ ଉଠାଇ ଆହତଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲୁ । ମୋ ଛଡା ବି ଅନେକ ଲୋକ ଥିଲେ ପର୍ଯ୍ୟଟକଙ୍କୁ କାନ୍ଧରେ ଉଠାଇ ଡାକ୍ତରଖାନା ନେଇଥିଲେ । ମୋର ଭିଡ଼ିଓ ଭାଇରାଲ ହୋଇଛି । '' 

ଏହା ବି ପଢନ୍ତୁ...Pahalgam Attack: ସୟଦ ଅଦିଲ ହୁସେନ ଶାହଙ୍କ ବୀରତ୍ୱ; ଆତଙ୍କବାଦୀଙ୍କ ରାଇଫଲ ଛଡ଼ାଇବାକୁ ଚେଷ୍ଟା କରି ହାରିଲେ ଜୀବନ

ଖାଲି ସଜାଦ ଅହମ୍ମଦ ନୁହନ୍ତି, ସେ ଦିନ ସ୍ଥାନୀୟ ତଟୁ ଘୋଡା ଚାଳକ ସୟଦ ଅଦିଲ ହୁସେନ ଶାହଙ୍କ ଅସାଧାରଣ ସାହସିକତା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ସୟଦ ଅଦିଲ ଆତଙ୍କବାଦୀଙ୍କ ରାଇଫଲ ଛଡ଼ାଇ ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଗୁଳିମାଡ଼ରେ ପ୍ରାଣ ହରାଇଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.