ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପହଲଗାମ୍‌ ଆକ୍ରମଣ:ମୁଜାଫରାବାଦ ଓ କରାଚୀ ସେଫ୍ ହାଉସ୍ ଟଚ୍‌ରେ ଥିଲେ ଆତଙ୍କୀ, ଡିଜିଟାଲ ଫୁଟ୍‌ପ୍ରିଣ୍ଟରୁ ପାକ୍‌ର ହୀନ ଚକ୍ରାନ୍ତ ହେଲା ପର୍ଦ୍ଦାଫାଶ

Published By : Harapriya Biswal | April 23, 2025 4:25 PM

ନୂଆଦିଲ୍ଲୀ,୨୩।୪:  ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଛି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। ପର୍ଯ୍ୟଟକଙ୍କୁ ଆଖିବୁଜା ଗୁଳିମାଡ଼ କରି ନିର୍ମମ ଭାବରେ ହତ୍ୟା କରିଛନ୍ତି ଆତଙ୍କୀ। ଏହି ଆକ୍ରମଣର ଡିଜିଟାଲ ପ୍ରମାଣ ପାକିସ୍ତାନ ସହିତ ଜଡିତ ଥିବା ମନେ ହେଉଛି। ଭାରତୀୟ ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ, ଆକ୍ରମଣର ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଡିଜିଟାଲ୍ ଫୁଟପ୍ରିଣ୍ଟ ଓ ଫରେନସିକ୍ ଲିଙ୍କ୍ ମୁଜାଫରାବାଦ ଏବଂ କରାଚୀ ସ୍ଥିତ ସେଫ୍ ହାଉସ୍‌ ପର୍ଯ୍ୟନ୍ତ ରହିଛି। ଯାହାକି ଏହି ଆକ୍ରମଣର ସୀମାପାର ଲିଙ୍କ୍ ର ପ୍ରମାଣ ପ୍ରଦାନ କରେ। ଉଲ୍ଲେଖନୀୟ ଯେ, ଏହି ଆକ୍ରମଣରେ ଏପର୍ଯ୍ୟନ୍ତ୨୮ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇସାରିଛି, ସେଭଳି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଗୁଇନ୍ଦା ସୁତ୍ର ଅନୁସାରେ, ଘଟଣାସ୍ଥଳରୁ ଜବତ ଫରେନସିକ୍ ଆନାଲିସିସ୍ ଓ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କଠାରୁ ସୂଚନା ଆଧାରରେ ଜଣାପଡିଛି। ଆତଙ୍କବାଦୀମାନେ ସେନା ଦ୍ବାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ଏହାର ଅର୍ଥ ଆକ୍ରମଣକାରୀ ସମ୍ପୂର୍ଣ୍ଣ ଭାବରେ ପ୍ରଶିକ୍ଷିତ ଏବଂ ସବୁ ଜରୁରୀ ହତିଆର ନେଇ ଆସିଥିଲେ। ଭାରତୀୟ ଏଜେନ୍ସି ଘଟଣାସ୍ଥଳରୁ ଆଡଭାନ୍ସ ସଞ୍ଚାର ଉପଗ୍ରହ ଜବତ କରିଛନ୍ତି। ଏଥିରୁ ସଙ୍କେତ ମିଳୁଛି ଯେ, ଆତଙ୍କବାଦୀଙ୍କୁ ବାହାରୁ ଲଜିଷ୍ଟିକ୍ ସପୋର୍ଟ ଓ ସହଯୋଗ ମିଳୁଥିଲା। ଆତଙ୍କବାଦୀମାନେ ପାକିସ୍ତାନରେ ଥିବା ଅପରେଟିଭ୍‌ଙ୍କ ସହ ପ୍ରତ୍ୟକ୍ଷ ଭାବରେ ଯୋଗାଯୋଗରେ ଥିଲେ। 

ପହଲଗାମ୍ ଆକ୍ରମଣର ସନ୍ଦିଗ୍ଧଙ୍କ ଡିଜିଟାଲ କନେକ୍ସନ ପାକିସ୍ତାନ ସ୍ଥିତ ମୁଜଫରାବାଦ ଓ କରାଚୀର ‘ସେଫ୍ ହାଉସ’ରେ ସହ ମିଳିଛି। ଯାହାଫଳରେ ସୀମାପାର ଆତଙ୍କବାଦୀଙ୍କ ସଂସ୍ପର୍ଶରେ ସାକ୍ଷ୍ୟ ମଜବୁତ ହୋଇଥିଲା। ସୁରକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ, ଅସ୍ତ୍ରଶସ୍ତ୍ରର ପ୍ରକୃତି ଓ ଆକ୍ରମଣର ସଠିକତାରୁ ଜଣାପଡୁଛି ଆତଙ୍କବାଦୀମାନେ ତାଲିମପ୍ରାପ୍ତ ସଞ୍ଚାଳକଙ୍କଠାରୁ ସାମରିକ ସହାୟତା ନେଇଥିଲେ। ଏପରିକି ନିଜ ପିଠିରେ ବଡ଼ ବଡ଼ ବ୍ୟାଗ୍ ଲଦିଥିଲେ। ଯେଉଁଥିରେ ଡ୍ରାଏ ଫ୍ରୁଟସ୍, ମେଡିସିନ୍ ଏବଂ ସଞ୍ଚାର ଉପକରଣ ରହିଥିଲା। ୬-୭ ଆତଙ୍କବାଦୀ ଏକ ଗୋଷ୍ଠୀ ଜଙ୍ଗଲରେ ଲୁଚି ରହିଥିଲା। ସେମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ପହଲଗାମ୍‌ରେ ରେକି କରିଥିଲେ। ୩-୪ ଆତଙ୍କୀ ଏକେ-୪୭ ରାଇଫଲରେ ଲଗାତାର ଫାୟାରିଂ କରିଥିଲେ। ଏହି ସମୟରେ ୨ ପାକିସ୍ତାନୀ ଆତଙ୍କବାଦୀ ଥିଲେ, ସେମାନେ ପସ୍ତୋ ଭାଷାରେ କଥା ହେଉଥିଲେ। ତାଙ୍କ ସହ ୨ ସ୍ଥାନୀୟ ଆତଙ୍କୀ ଆଦିଲ ଓ ଆସିଫ୍ ମଧ୍ୟ ଥିଲେ। ପାକିସ୍ତାନୀ ଆତଙ୍କୀ ବଡି କ୍ୟାମେରା ପିନ୍ଧି ପ୍ରଥମେ ସବୁ ରେକର୍ଡିଂ କରିଥିଲେ। ତାଙ୍କର ଉଦେଶ୍ୟ ଥିଲା ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି କିଛି ବଡ଼ ହମଲା କରିବା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.