ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ପହଲଗାମ୍ ଆତଙ୍କୀ ହମ୍‌ଲାର ଫାଇଦା ଉଠାଉଛି ଏୟାରଲାଇନ୍ସ, ୨ ଗୁଣା ବଢିଲା ବିମାନ ଭଡ଼ା, ଶ୍ରୀନଗରରୁ ଇନ୍ଦୋର ଟିକଟ ୧୮ ହଜାର

Published By : Rasmita Pradhan | April 26, 2025 1:07 PM

ନୂଆଦିଲ୍ଲୀ, ୨୬/୦୪ : ପହଲଗାମ୍ ଆତଙ୍କୀ ହମ୍‌ଲାର ଫାଇଦା ଉଠାଉଛି ଏୟାରଲାଇନ୍ସ। ଦୁଇ ଗୁଣା ବଢିଲା ବିମାନ ଭଡ଼ା। ଶ୍ରୀନଗରରୁ ପର୍ଯ୍ୟଟକଙ୍କ ଫ୍ଲାଇଟ୍ ବୁକିଂ ଯେତିକି ବଢୁଛି ଏରାଲାଇନ୍ସ କମ୍ପାନୀ ସେତିକି ଦର କଷୁଛନ୍ତି। ଶ୍ରୀନଗରରୁ ଦିଲ୍ଲୀ ଯାଏଁ ବିମାନ ଭଡ଼ା ୨୫ ହଜାର ଟଙ୍କା ଯାଏଁ ପହଞ୍ଚିଲାଣି। ସରକାର କମ୍ପାନୀଗୁଡ଼ିକୁ ଭଡ଼ା ସ୍ୱାଭାବିକ ରଖିବାକୁ କହିଥିଲେ ବି ଏହାର ସୁଯୋଗ ଉଠାଉଛନ୍ତି କମ୍ପାନୀ। ମଧ୍ୟପ୍ରଦେଶର ଜଣେ ପର୍ଯ୍ୟଟକ ବିଶ୍ୱାସ ବୋରାଡେ କହିଛନ୍ତି ଯେ, ସେ ଶ୍ରୀନଗରରୁ ଇନ୍ଦୋରକୁ ୩୮୦୦୦ ଟଙ୍କାରେ ଦୁଇଟି ଟିକେଟ କିଣିଛନ୍ତି। ଆକ୍ରମଣ ପୂର୍ବରୁ ଦୁଇଟି ଟିକଟର ଦାମ୍ ୧୮ ହଜାର ଥିଲା। କେବଳ ସେତିକି ନୁହେଁ, ଜାମ୍ମୁ, ଅମୃତସର, ଚଣ୍ଡିଗଡ଼, ଶ୍ରୀନଗର ଭଳି ନିକଟବର୍ତ୍ତୀ ସହର ଗୁଡ଼ିକୁ ମଧ୍ୟ ବିମାନ ଭଡ଼ା ୧୦ ରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଲାଣି। 

ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ କାଶ୍ମୀରରେ ଫସି ରହିଥିବା ଲୋକମାନେ ଏବେ ନିଜ ନିଜ ସହରକୁ ଫେରୁଛନ୍ତି। ଭୂସ୍ଖଳନ ଯୋଗୁଁ ଜମ୍ମୁ ରାଜପଥ ପାଞ୍ଚ ଦିନ ପାଇଁ ବନ୍ଦ ରହିଥିଲା। ଏହାକୁ ଆଂଶିକ ଭାବରେ ଖୋଲାଯାଉଛି। ଅଧିକାଂଶ ପର୍ଯ୍ୟଟକ ଟ୍ରାଫିକ୍ ଜାମ୍‌ରେ ଫସିବା ଆଶଙ୍କା କରି ବିମାନ ଯୋଗେ ନିଜ ଘରକୁ ଫେରିବାକୁ ପସନ୍ଦ କରୁଛନ୍ତି। ଶୁକ୍ରବାର ଦିନ, ଶ୍ରୀନଗର ବିମାନବନ୍ଦରରେ ରେଳ ଷ୍ଟେସନ ପରି ଭିଡ଼ ଦେଖିବାକୁ ମିଳିଥିଲା। ବ୍ୟାଗେଜ୍ ଯାଞ୍ଚ ଠାରୁ ଆରମ୍ଭ କରି ବୋର୍ଡିଂ ପର୍ଯ୍ୟନ୍ତ ଲମ୍ବା ଧାଡ଼ି ଲାଗିଥିଲା। ଯାତ୍ରୀମାନେ ସେମାନଙ୍କ ବିମାନ ମିସ୍ ହେବା ଭୟରେ ନିର୍ଦ୍ଧାରିତ ବୋର୍ଡିଂ ସମୟର ବହୁତ ପୂର୍ବରୁ ବିମାନବନ୍ଦରରେ ପହଞ୍ଚିଯାଉଥିଲେ।

ପହଲଗାମ୍ ଆଟାକ୍ ପରେ କାଶ୍ମୀର ପର୍ଯ୍ୟଟନ ଗଭୀର ଭାବେ ପ୍ରଭାବିତ ହୋଇଛି। ହୋଟେଲ୍, ଗାଡି ବୁକିଂ ଧଡ଼ାଧଡ଼ କ୍ୟାନ୍ସଲ୍ ହେଉଛି। ଡଲ ଲେକ୍‌ର ହାଉସ୍ ବୋଟ୍ ବୁକିଂ ୮୦ ପ୍ରତିଶତ କ୍ୟାନସଲ୍ ହୋଇଗଲାଣି। ଡଲ୍ ଲେକ୍‌ରେ ୧୨୨୦ଟି ହାଉସ୍ ବୋଟ୍ ରହିଛି। ଏହା ଉପରେ ପ୍ରାୟ ଏକ ହଜାର ପରିବାର ନିର୍ଭର କରୁଛନ୍ତି। ଆତଙ୍କବାଦୀଙ୍କ ଭୟ କାରଣରୁ ଏବେ ଏଠାକୁ ପର୍ଯ୍ୟଟକ ଆସିବାକୁ ଡରୁଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ସିନ୍ଧୁର ପାଣି ବହିବ ନ ହେଲେ ତାଙ୍କ ରକ୍ତ...ଜଳ ଚୁକ୍ତିକୁ ନେଇ ଭାରତକୁ ବିଲାୱଲ ଭୁଟୋଙ୍କ ଧମକ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.