ପ୍ରମୂଖ ଖବର
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ : ରୋଗ ପୀଡ଼ାଠୁ ବଳି ପଡ଼ୁଛି ଧାଡ଼ିରେ ଛିଡ଼ା ହେବା ଯନ୍ତ୍ରଣା

Published By : Prameya | March 28, 2025 12:26 AM

ବାଲେଶ୍ୱର,୨୭ା୩(ସିଟି): ତାତି ଯେତେ ବଢ଼ୁଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯନ୍ତ୍ରଣା ସେତେ ବଢ଼ୁଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀ ଗରମ, ଗୁଳୁଗୁଳିରେ ଧାଡ଼ିରେ ଛିଡ଼ା ହୋଇ ଡାକ୍ତର ଦେଖାଉଛନ୍ତି । ଏଠାରେ ରୋଗ ପୀଡ଼ାଠାରୁ ବଳି ପଡ଼ୁଛି ଧାଡ଼ିରେ ଛିଡ଼ା ହେବା ଯନ୍ତ୍ରଣା । ଖରାରେ ଛିଡ଼ା ହୋଇ ପାଦ ପୋଡ଼ି ଯାଉଥିବାବେଳେ ମୁଣ୍ଡ ଝାଇଁ ଝାଇଁ ହୋଇଯାଉଛି । ଯେଉଁଠିକୁ ଗଲେ ସବୁଠି ଧାଡ଼ି । ଟିକେଟ୍‌ କରିବାଠାରୁ ଆରମ୍ଭ କରି ଔଷଧ ଆଣିବା ଯାଏ ସବୁଠି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଦେଖିବାକୁ ମିଳୁଛି । 

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପରାମର୍ଶ ପାଇଁ ପ୍ରଥମେ ଟିକେଟ୍‌ କରିବାକୁ ପଡ଼ିଥାଏ । ଏହା ପରେ ଡାକ୍ତର ଚିକିତ୍ସା କରି ଔଷଧ ଦେଇଥାନ୍ତି । ବହିର୍ବିଭାଗକୁ ଯିବା ପାଇଁ ଟିକେଟ୍‌ କରିବାକୁ ଗଲେ ଲମ୍ବା ଧାଡ଼ି, ଟିକେଟ୍‌ କରିବା ପରେ ଡାକ୍ତର ଦେଖାଇବାକୁ ଲମ୍ବା ଧାଡ଼ ି, ଡାକ୍ତର ପରାମର୍ଶ ପରେ ଔଷଧ ପାଇଁ ଧାଡ଼ ି, ରକ୍ତ ପରୀକ୍ଷା ପାଇଁ ଧାଡ଼ ି, ରିପୋର୍ଟ ଆଣିବା ପାଇଁ ଧାଡ଼ି, ଅଲଟ୍ରାସାଉଣ୍ଡ ପାଇଁ ଧାଡି, ଏକ୍ସ-ରେ ପାଇଁ ଧାଡ଼ି, ସିଟି ସ୍କାନ୍‌ ପାଇଁ ଧାଡ଼ି³ ଶେଷରେ ଆହାର କେନ୍ଦ୍ର ଆଗରେ ଖାଇବା ପାଇଁ ମଧ୍ୟ ଧାଡ଼ିରେ ଦୀର୍ଘ ସମୟ ଧରି ଛିଡ଼ା ହେବାକୁ ପଡ଼ୁଛି । ଡାକ୍ତରଖାନାରେ ଯେଉଁଠିକୁ ଚାହିଁଲେ ରୋଗୀ ଉତ୍ତମ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି । ଅନ୍ୟ ଦିନ ତୁଳନାରେ ଖରା ଦିନରେ ଏହି ଧାଡ଼ି ଯନ୍ତ୍ରଣା ବଢ଼ି ଚାଲିଛି । ଅପର ପକ୍ଷରେ ରୋଗୀ ପ୍ରତୀକ୍ଷା କରିବା ପାଇଁ ସେମିତି ବିଶେଷ ବ୍ୟବସ୍ଥା ମଧ୍ୟ ନାହିଁ । ଯଦିଓ ପ୍ରତୀକ୍ଷାଗାର ନିର୍ମାଣ ହୋଇଛି ୫୦ ଲୋକ ବସିବା କଷ୍ଟକର । 

ଏପଟେ ବାଲେଶ୍ୱର, ମୟୂରଭଞ୍ଜ, ପଡ଼େ ।ଶୀ ରାଜ୍ୟରୁ ବହିବି ର୍ଭାଗରୁ ପ୍ରତ୍ୟେକ ଦିନ ୨ହଜାରରୁ ଅଧିକ ଲୋକ ଆସୁଛନ୍ତି । କିନ୍ତୁ ସେମାନେ ଅପେକ୍ଷା କରିବାକୁ ଜାଗା ଟିକେ ପାଉନାହାନ୍ତି । ଫଳରେ ଖରାରେ ହନ୍ତସନ୍ତ ହେଉଛନ୍ତି । ସଜନାଗଡ଼ ଅଞ୍ଚଳର ଜିନା ସେଠୀ କହିଛନ୍ତି ଯେ ଏତେ ଦୂରରୁ ବସ୍‌ରେ ଆସି ଡାକ୍ତରଖାନାରେ ପହଞ୍ଚିବା ବେଳକୁ ସମୟ ୯ଟା ହେଲାଣି । ସେତେବେଳକୁ ଅନେକ ଲୋକ ଛିଡ଼ା ହୋଇସାରିଥିଲେ । ପାଖାପାଖି ୫୦ ଲୋକଙ୍କ ପରେ ଦିନ ୧୦ଟାରେ ମୋର ପାଳି ପଡ଼ିଲା । ଟିକେଟ୍‌ ନେଇଯିବା ପରେ ସେଠାରେ ଡାକ୍ତର ଦେଖାଇବାକୁ ଅପେକ୍ଷା କଲି, ଡାକ୍ତର ଦେଖିବା ପରେ ରକ୍ତ ପରୀକ୍ଷା ପାଇଁ ଗଲି ସେଠାରେ ମଧ୍ୟ ଗହଳି ଲାଗିଥିଲା । ଥରୁଟିଏ ଡାକ୍ତରଖାନା ଆସିଲେ ଦିନ ତମାମ ବିତି ଯାଉଛି । ଖରା ଦିନ ସକାଳ ୧୦ଟା ବେଳକୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି, ତେଣୁ ସକାଳୁ ଡାକ୍ତର ଦେଖାଇବା ପାଇଁ ୭ଟାରୁ ମୁଁ ଛିଡ଼ା ହୋଇଛି । ୮ଟା ୩୦ରେ ଟିକେଟ୍‌ କେନ୍ଦ୍ର ଖୋଲା ହେଲା । ଏଠାରୁ ଟିକେଟ୍‌ କରି ଯିବାବେଳକୁ ଡାକ୍ତର ଆସିନାହାନ୍ତି । ସେଠାରେ ଅପେକ୍ଷା କରିବାର ଘଣ୍ଟାଏ ପରେ ଡାକ୍ତର ଆସିଥିବା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜେନ୍ଦ୍ର ପ୍ରଧାନ । ଏଭଳି ଅବ୍ୟବସ୍ଥା ଭିତରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗତି କରୁଥିବାବେଳେ ଚିନ୍ତାରେ ରୋଗୀ, ସମ୍ପର୍କୀୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.