ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆତଙ୍କୀଙ୍କ ସୁରକ୍ଷାକୁ ପାକ୍‌ର ସ୍ୱୀକାର; 'ଆତଙ୍କବାଦୀଙ୍କୁ ପାଳିବା ଗୁପ୍ତ କଥା ନୁହେଁ', ମୁଖା ଖୋଲିଲେ ବିଲାୱାଲ ଭୁଟ୍ଟୋ

Published By : Ankita S | May 2, 2025 1:56 PM

ନୂଆଦିଲ୍ଲୀ,୦୨/୦୫: ଆତଙ୍କୀଙ୍କ ସୁରକ୍ଷାକୁ ସ୍ୱୀକାର କରିଛି ପାକିସ୍ତାନ । ଆତଙ୍କବାଦୀଙ୍କୁ ପାଳିବା ଗୁପ୍ତ କଥା ନୁହେଁ । ପାକିସ୍ତାନରେ ଆତଙ୍କବାଦୀଙ୍କ ଇତିହାସ ବହୁ ପୁରୁଣା । ଏହା କହି ପାକିସ୍ତାନର ମୁଖା ଖୋଲିଛନ୍ତି ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ । ଏମିତି କହି ସେ ପାକିସ୍ତାନର ଦୋଷକୁ ଦୁନିଆ ସାମ୍ନାକୁ ନେଇ ଆସିଛନ୍ତି ।

ପାକିସ୍ତାନ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଗତ କିଛି ଦିନ ହେବ ଭାରତ ବିରୋଧରେ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ । ସିନ୍ଧୁ ଜଳ ଚୁକ୍ତିନାମା ରଦ୍ଦ ହେବା ପରେ ପାଣି ନଦେଲେ ରକ୍ତ ବୋହିବ ବୋଲି କହିଥିଲେ । ତାଙ୍କର ଏହି ଟିପ୍ପଣୀକୁ ନେଇ ଚର୍ଚ୍ଚା ହୋଇଥିଲା । ଏବେ ଆଉ ଏକ ଟିପ୍ପଣୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ବିଲାୱାଲ । ସେ କହିଛନ୍ତି, ''ପାକିସ୍ତାନ ଆତଙ୍କବାଦର ସମର୍ଥନ କରି ଆସୁଛି । ଆମେ ପାଖାପାଖି ତିନି ଦଶକ ଯାଏ ଆମେରିକା ଏବଂ ପଶ୍ଚିମ ଦେଶ ପାଇଁ ଏହି କାମ କରୁଛୁ । ଆମେ ଆତଙ୍କବାଦୀଙ୍କୁ ପାଳିବା ଏବଂ ସେମାନଙ୍କୁ ଟ୍ରେନିଂ ଦେଇଛୁ । ବ୍ରିଟେନ ପାଇଁ ମଧ୍ୟ ଏମିତି କାମ କରିଛୁ ।''

ଅଧିକ ପଢନ୍ତୁ...NIA ରିପୋର୍ଟରେ ବଡ ଖୁଲାସା: 'ଆଇଏସଆଇରୁ ମିଳିଥିଲା ନିର୍ଦ୍ଦେଶ, ବେତାବ ଘାଟିରେ ଲୁଚାଇ ରଖାଯାଇଥିଲା ଅସ୍ତ୍ରଶସ୍ତ୍ର

ବିଲାୱାଲ ଭୁଟ୍ଟୋ ସ୍କାଏ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଆହୁରି କହିଛନ୍ତି, ରକ୍ଷାମନ୍ତ୍ରୀଙ୍କ ବୟାନରୁ ମୋତେ ଲାଗୁ ନାହିଁ ଆତଙ୍କୀଙ୍କୁ ପାଳିବା କିଛି ଗୁପ୍ତ କଥା । ପାକିସ୍ତାନର ଇତିହାସରେ ଏହା ରହିଛି । ଏହାର ପରିଣାମ ମଧ୍ୟ ଆମକୁ ଭୋଗିବାକୁ ପଡିଛି। ଏଥିରୁ ଆମକୁ କିଛି ଶିକ୍ଷା ବି ମିଳିଛି । ଏହି ସମସ୍ୟାରୁ ମୁକୁଳିବାକୁ କିଛି ଅନ୍ତର୍ଜାତୀୟ ସୁଧାର ବି ଆଣିଛୁ । ଏହା ସତ କି ପାକିସ୍ତାନରେ ଏହି କ୍ରୁରତା ଇତିହାସ ରହିଛି  ଯାହାକୁ ଅଣଦେଖା କରାଯାଇପାରିବ ନାହିଁ । ମାତ୍ର ଏବେ ଆମେ ଏହାଠୁ ଆଗକୁ ବଢିଛୁ ।''

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.