ନୂଆଦିଲ୍ଲୀ ୨୧/୦୧: ପାକିସ୍ତାନର ଶାସକ ଦଳ ପିଏମ୍ଏଲ୍-ଏନ୍ର ବରିଷ୍ଠ ନେତା ମରିୟମ୍ ଔରଙ୍ଗଜେବ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଲାହୋରରେ ଅନୁଷ୍ଠିତ ଏକ ବିବାହରେ ତାଙ୍କର ପରିବର୍ତ୍ତିତ ରୂପ ସମସ୍ତଙ୍କୁ ଚକିତ କରିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କ ନାତୀ ଓ ମରିୟମ ନୱାଜଙ୍କ ପୁଅ ଜୁନୈଦ ସଫଦରଙ୍କ ବିବାହ ଥିଲା । ମରିୟମ ଔରଙ୍ଗଜେବ ଏଥିରେ ଅତିଥି ରୂପେ ଯୋଗ ଦେଇଥିଲେ । ବିବାହଠୁ ଅଧିକ ଚର୍ଚ୍ଚା ମରିୟମଙ୍କ ଲୁକ୍କୁ ନେଇ ହେଉଥିଲା । ସୋସିଆଲ ମିଡିଆରେ ଭାଇରାଲ ଫଟୋରେ ମରିୟମ ପୂର୍ବାପେକ୍ଷା ଅଧିକ ପତଳା ହୋଇଛନ୍ତି । ତାଙ୍କ ଲୁକ୍ ପୂରାପୂରି ବଦଳି ଯାଇଛି । ଲୋକେ ତାଙ୍କୁ ଚିହ୍ନି ପାରୁନାହାନ୍ତି । ପ୍ରକୃତରେ ସେ ମନ୍ତ୍ରୀ ମରିୟମ କି ନୁହେଁ, ଲୋକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ୟୁଜର୍ ତାଙ୍କ ଉଜ୍ଜ୍ୱଳ ଚେହେରା ଓ ଫିଟ୍ନେସ୍କୁ ପ୍ରଶଂସା କରୁଛନ୍ତି ।
ଅନ୍ୟପକ୍ଷେ, କିଛି ୟୁଜର୍ କହିଛନ୍ତି ଯେ ମରିୟମ ପ୍ଲାଷ୍ଟିକ୍ ସର୍ଜରି କରାଇଛନ୍ତି । ତେବେ ଏ ନେଇ ମରିୟମଙ୍କ ତରଫରୁ କୌଣସି ବୟାନ ଆସିନାହିଁ । ୪୫ ବର୍ଷୀୟା ମରିୟମ ୨୦୧୩ରୁ ପାକିସ୍ତାନ ମୁସ୍ଲିମ୍ ଲିଗ୍ ନୱାଜ ସହ ଜଡ଼ିତ । ଏବେ ସେ ପଞ୍ଜାବ ସରକାରରେ ବରିଷ୍ଠ ମନ୍ତ୍ରୀ ଅଛନ୍ତି ।