ପ୍ରମୂଖ ଖବର
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବିଶ୍ବର ସବୁଠୁ ବିପଦଜନକ ଆତଙ୍କବାଦୀ ଶକ୍ତି ପାକିସ୍ତାନ, ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ଓ ଆଶ୍ରୟ ଦେବାରେ ପାକିସ୍ତାନର ରେକର୍ଡ...

Published By : Swapna Ray | May 1, 2025 1:39 PM

ନୂଆଦିଲ୍ଲୀ, ୧।୫: ବିଶ୍ବର ସବୁଠୁ ବିପଦଜନକ ଆତଙ୍କବାଦୀ ଶକ୍ତି ହେଉଛି ପାକିସ୍ତାନ । କାବୁଲରୁ ଲଣ୍ଡନ ପର୍ଯ୍ୟନ୍ତ ସବୁଠି ପାକ୍‌ ସରକାର ପ୍ରାୟୋଜିତ ଆକ୍ରମଣ ଯୋଜନା ରହିଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ଓ ଆଶ୍ରୟ ଦେବାରେ ପାକିସ୍ତାନର ରେକର୍ଡ ରହିଛି । ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ସୀମାପାର ଆତଙ୍କୀ ଘଟଣାରେ ପାକିସ୍ତାନ ସରକାରଙ୍କ ଭୂମିକା ଥିବା ନିଜ ବୟାନରେ ସ୍ୱୀକାର କରିଛନ୍ତି ପାକିସ୍ତାନର ଏକାଧିକ ବରିଷ୍ଠ ନେତା ।  

ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଆକ୍ରମଣର ସପ୍ତାହକ ପରେ ସରକାରୀ ସୂତ୍ରର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ଓ ଆଶ୍ରୟ ଦେବାର ରେକର୍ଡ ପାକିସ୍ତାନର ରହିଛି । କେବଳ ଏତିକି ନୁହେଁ, ଏହା ବିଶ୍ୱର ସବୁଠାରୁ ବିପଦଜନକ ଆତଙ୍କବାଦୀ ଶକ୍ତି ମଧ୍ୟରୁ ଗୋଟିଏ । ବିଶେଷ କରି ୨୦୧୧ ମସିହାରେ ଆମେରିକାର ଏକ ସାମରିକ ଅଭିଯାନରେ ଅଲକାଏଦା ନେତା ଓସାମା ବିନ୍ ଲାଡେନକୁ ପାକିସ୍ତାନର ଆବୋଟାବାଦରେ ଠାବ କରାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ଜେନେରାଲ ପରଭେଜ ମୁସାରଫଙ୍କ ସମେତ ପାକିସ୍ତାନର ବରିଷ୍ଠ ରାଜନେତାଙ୍କ ବୟାନରେ ସେମାନେ ସ୍ୱୀକାର କରିଛନ୍ତି ଯେ, ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ସୀମାପାର ଆତଙ୍କୀ ଘଟଣାରେ ସେମାନଙ୍କ ସରକାରଙ୍କ ଭୂମିକା ରହିଛି । 

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ସମ୍ପର୍କରେ ପଚରାଯିବାରୁ ପାକିସ୍ତାନର ଜଣେ ବରିଷ୍ଠ ମନ୍ତ୍ରୀ କହିଛନ୍ତି ଯେ, ତାଙ୍କ ଦେଶ ଆମେରିକା ପାଇଁ ତୁଚ୍ଛ କାମ କରିଛି । ୨୦୦୮ ଓ ୨୦୧୧ରେ କାବୁଲରେ ଥିବା ଭାରତୀୟ ଓ ଆମେରିକୀୟ ଦୂତାବାସ ଉପରେ ଆକ୍ରମଣ, ୨୦୨୪ରେ ମସ୍କୋର ଏକ କନ୍‌ସର୍ଟ ହଲରେ ହୋଇଥିବା ଆକ୍ରମଣ ଏବଂ ୨୦୦୫ରେ ଲଣ୍ଡନରେ ହୋଇଥିବା ବୋମା ବିସ୍ଫୋରଣ ଭଳି ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏକାଧିକ ମାମଲାରେ ଆତଙ୍କବାଦୀମାନଙ୍କୁ ପାକ୍ ନେଟୱର୍କର ଲଜିଷ୍ଟିକ୍ କିମ୍ବା ଆଦର୍ଶଗତ ସମର୍ଥନ ମିଳିଥାଇପାରେ ବୋଲି ତଦନ୍ତରୁ ଜଣାପଡ଼ିଛି । ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ସହ ଇସଲାମାବାଦ ଓ ପାକ୍ ସେନାମାନଙ୍କୁ ଦକ୍ଷିଣ ଏସିଆରେ ଦଶନ୍ଧି ଧରି ‘ଜିହାଦୀ ନେତା’ରେ ପରିଣତ କରାଯାଇଛି । ୨୦୧୯ ଫେବୃଆରୀରେ ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଲସ୍କର ଓ ଜୈସ-ଏ-ମହମ୍ମଦ ସମେତ ଏକାଧିକ ଆତଙ୍କବାଦୀ ସଙ୍ଗଠନ ପାଇଁ ପାକିସ୍ତାନ ତା’ର ଅଞ୍ଚଳରେ ଏକାଧିକ ପ୍ରଶିକ୍ଷଣ ଶିବିର ସ୍ଥାପନ କରିବା ସହ ପାଣ୍ଠି ଯୋଗାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.