• ଭାରତରେ ଅପରେସନ ସିନ୍ଦୂରରେ ଡ଼ରି ଯାଇଥିଲା ପାକିସ୍ତାନ

  • ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କୁ ବଙ୍କରରେ ଲୁଚିବାକୁ କହିଥିଲା

  • ଜର୍ଦ୍ଦାରୀ କହିଥିଲେ ଲିଡର ଲୁଚେ ନାହିଁ

  • ବଙ୍କରରେ ଲୁଚିବାକୁ ଜର୍ଦ୍ଦାରୀ ମନା କରି ଦେଇଥିଲେ

ଇସଲାମାବାଦ : ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ , ମେ ମାସରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ଏଥିରେ ପିଓକେ ଓ ପାକିସ୍ତାନରେ ଥିବା ଅନେକ ଆତଙ୍କୀ ସଙ୍ଗଠନକୁ ଧ୍ୱଂସବିଧ୍ୱଂସ କରି ଦେଇ ଥିଲା ଭାରତୀୟ ସେନା ଏବଂ ପାକିସ୍ତାନୀ ଏୟାରବେସ୍ ଉପରେ ମଧ୍ୟ କରିଥିଲା ଖୁବ୍ ବଡ଼ ହମଲା। ଏହି ଆକ୍ରମଣରେ ପାକିସ୍ତାନ ଏତେ ଡ଼ରି ଯାଇଥିଲା ଯେ, ସେ ରାଷ୍ଟ୍ରପତିଙ୍କୁ ମଧ୍ୟ ବଙ୍କରରେ ଲୁଚିବାକୁ ପରାମର୍ଶ ଦେଇଥିଲା।

​​​​​​​ଶନିବାର ଆୟୋଜିତ ଏକ ଇଭେଣ୍ଟରେ ପାକିସ୍ତାନୀ ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦ୍ଦାରୀ ଏହିକଥାର ଖୁଲାସା କରିଥିଲେ। ସେ କହିଥିଲେ - ମେ ମାସରେ ହୋଇଥିବା ଭାରତର ହମଲା ପରେ , ତାଙ୍କର ମିଲିଟାରୀ ସେକ୍ରେଟାରୀ ତାଙ୍କୁ ସୁରକ୍ଷା ପାଇଁ ତୁରନ୍ତ ବଙ୍କରକୁ ଯିବାକୁ କହିଥିଲେ। ହେଲେ ଜର୍ଦ୍ଦାରୀ ଏମିତି କରିବାକୁ ତାଙ୍କ ସେନାକୁ ମନା କରିଦେଇ ଥିଲେ। ।

ପାକିସ୍ତାନୀ ରାଷ୍ଟ୍ରପତି ଜର୍ଦ୍ଦାରୀ କହିଥିଲେ – ମୋ ମିଲିଟାରୀ ସେକ୍ରେଟାରୀ ସେଠାରେ ଥିଲେ। ସେ ମୋ ପାଖକୁ ଆସିଲେ ଏବଂ କହିଲେ , ସାର୍ , ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ମୁଁ ପ୍ରକୃତରେ ଚାରି ଦିନ ପୂର୍ବରୁ ହିଁ ତାଙ୍କୁ କହିଥିଲି ଯେ, ଯୁଦ୍ଧ ହେବାକୁ ଯାଉଛି , କିନ୍ତୁ ସେ ମୋ ପାଖକୁ ଆସିଲେ ଏବଂ କହିଲେ , ସାର୍, ଚାଲନ୍ତୁ ବଙ୍କରକୁ ପଳାଇ ଯିବା। ମୁଁ କହିଥିଲି , ଯଦି ଆତଙ୍କ ଆସୁଛି ତ ଆସିବାକୁ ଦିଅ। ଡ଼ରିବା ନାହିଁ। ଲିଡରର ମୃତ୍ୟୁ ବଙ୍କରରେ ହୁଏ ନାହିଁ। ସେ ଯୁଦ୍ଧ ମୈଦାନରେ ହିଁ ମରିଥାଏ। ସେ ବଙ୍କରରେ ବସି ବସି ମରି ଯାଏ ନାହିଁ।

ଏହାସହ ମଧ୍ୟ ପଢନ୍ତୁ : ‘ଅପରେସନ ସିନ୍ଦୂର’ ସରିନାହିଁ...

ଜର୍ଦ୍ଦାରୀ କହିଥିଲେ ଯେ, ତାଙ୍କର ପାକିସ୍ତାନୀ ପୁପଲ୍ସ ପାର୍ଟିର ପ୍ରତି କର୍ମକର୍ତ୍ତା ଦେଶ ପାଇଁ ନିଜର ପ୍ରାଣବଳି ଦେବାକୁ ପ୍ରସ୍ତୁତ। ସେ ପିଏମ୍ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନକୁ ଦିଆଯାଇ ଥିବା ଚେତାବନୀ , ରୁଟି ଖାଅ, ନୁହେଁତ ମୋ ଗୁଳି ତ ଅଛି , ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ ଏବଂ କହିଥିଲେ – ଗୁଳି ପାକିସ୍ତାନ ହିଁ ଚଲାଇବ।