ପ୍ରମୂଖ ଖବର
  • ଇସ୍କନ ଅଦିନିଆ ରଥଯାତ୍ରାକୁ ନେଇ ଇସ୍କନ ଗଭର୍ଣ୍ଣିଂ ବଡି ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା
  • ||
  • କୋରାପୁଟ : ଜଲାପୁଟ ଜଳଭଣ୍ଡାରକୁ ଡେଇଁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
  • ||
  • ଅଣାୟତ୍ତ ଡାଇରିଆ ସ୍ଥିତି; ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା, ଗୃହ ଏବଂ ନଗର ଉନ୍ନୟନ ବିଭାଗର ଆଲର୍ଟ
  • ||
  • ରଥଯାତ୍ରାକୁ ନେଇ କଠୋର ହେଲେ ସରକାର, ରଥ ଉପରକୁ ଅଣସେବାୟତ ଚଢିଲେ ହେବେ ଗିରଫ
  • ||
  • ସୁନ୍ଦରଗଡ଼ରେ ଲୁଟେରାଙ୍କ ଆତଙ୍କରାଜ, ବନ୍ଧୁକ ଦେଖାଇ ନେଇଗଲେ ଅଳଙ୍କାର ଓ ନଗଦ ଟଙ୍କା
  • ||
  • ଅଣସର ଦର୍ଶନର ଚତୁର୍ଥ ଦିନ, ରଜ ସଂକ୍ରାନ୍ତି ପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
  • ||
  • ଇସ୍ରାଏଲ-ଇରାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି, ତେହେରାନରେ ପ୍ରତିରକ୍ଷା ମନ୍ତ୍ରଣାଳୟ କୋଠା ଓ ପରମାଣୁ ମୁଖ୍ୟାଳୟ ଧ୍ୱଂସ
  • ||
  • କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା, ୬ ମୃତ
  • ||
  • ନାଇଜେରିଆରେ ଗୁଳିମାଡ କଲେ ବନ୍ଧୁକଧାରୀ, ୧୦୦ ଜଣଙ୍କର ମୃତ୍ୟୁ
  • ||
  • ଆଗେଇବ ମୌସୁମୀ ବାୟୁ, ୨୦ ଲଘୁଚାପରେ ଆଗକୁ ହେବ ଅଗ୍ରସର: ଆଜି ଦକ୍ଷିଣ ଓଡ଼ିଶାର ୪ ଜିଲ୍ଲାକୁ ଆଲର୍ଟ
  • ||

‘ଅପରେସନ ସିନ୍ଦୂର’ରେ କ୍ଷତି ହୋଇଥିବା ସ୍ୱୀକାର କଲା ପାକିସ୍ତାନ, ନିଜର ସବୁ ରାଜ୍ୟକୁ ମାଗିଲା ରିପୋର୍ଟ

Published By : Prameya | May 14, 2025 5:58 PM

ନୂଆଦିଲ୍ଲୀ : ପହଲଗାମ ଆତଙ୍କୀ ହମଲାର ଜବାବରେ ଭାରତ ଯେଉଁ ଜୋରଦାର ଏୟାରଷ୍ଟ୍ରାଇକ୍‌ କରିଥିଲା, ଏଥିରେ ହୋଇଥିବା କ୍ଷତିକୁ ପାକିସ୍ତାନ ମଧ୍ୟ ନିରବରେ ସ୍ୱୀକାର କରିଛି। ଏବେ ପାକିସ୍ତାନୀ ସରକାର ନିଜର ସବୁ ରାଜ୍ୟକୁ ଆଦେଶ ଦେଇଛି ଯେ, ସେ ଭାରତର ଏୟାର ହମଲାରେ ହୋଇଥିବା କ୍ଷତିର ଆକଳନ କରନ୍ତୁ। ଏହି ସମ୍ୱନ୍ଧରେ ପଞ୍ଜାବ , ଖୈବର ପଖତୁନଖ୍ୱା ,ସିନ୍ଧ ଓ ବଲୁଚିସ୍ତାନକୁ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ଏହା ବ୍ୟତୀତ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଗିଲଗିତ ବାଲ୍ଟିସ୍ତାନରୁ ମଧ୍ୟ ରିପୋର୍ଟ ମଗା ଯାଇଛି। ଏହି ରିପୋର୍ଟରେ ପାକିସ୍ତାନ ସରକାର ଏହି ଫଳ ବାହାର କରିବେ ଯେ, ପ୍ରକୃତରେ କେତେ କ୍ଷତି ହୋଇଛି। ପ୍ରଧାନମନ୍ତ୍ରୀ ସଚିବାଳୟ ପକ୍ଷରୁ ସବୁ ରାଜ୍ୟକୁ ଏମିତି ନିର୍ଦ୍ଦେଶ ମିଳିଛି।

ଭାରତୀୟ ସେନା ପକ୍ଷରୁ କୁହାଯାଇ ଥିଲା ଯେ, ରହିମ୍ ୟାର ଖାନ ବେସ୍‌ରୁ କାର୍ଯ୍ୟାନୁଷ୍ଠାନରେ କ୍ଷତି ହୋଇଛି। ଏହା ବ୍ୟତୀତ ପିଓକେରୁ ନେଇ ପଞ୍ଜାବ ଯାଏ ୯ ଆତଙ୍କୀ ଠିକଣାକୁ ଧ୍ୱଂସବିଧ୍ୱଂସ କରିଦିଆ ଯାଇଛି। ୬ ଓ ୭ ମେ’ର ରାତିରେ ହୋଇଥିବା ହମଲାରେ ମୁରିଦକେ ଠାରୁ ନେଇ ବହାବଲପୁର ଯାଏ ସବୁକୁ ଟାର୍ଗେଟ୍‌ କରାଯାଇ ଥିଲା। ଏହି ସମୟରେ ଜୈସ-ଏ-ମହମ୍ମଦର ଠିକଣାର କ୍ଷତି ହୋଇଥିବା ବେଳେ ଅନ୍ୟପଟେ ମୁରିଦକେରେ ଲସ୍କରର ଠିକଣା ମଧ୍ୟ ଧ୍ୱଂସ ହୋଇଛି। ଏଥିରୁ ଗୋଟିଏ ଆତଙ୍କୀ ଠିକଣା ତ ଏମିତି ବି ଥିଲା , ଯେଉଁଠି ମୁମ୍ୱାଇ ଆତଙ୍କୀ ହମଲାରେ ସାମିଲ ଆଜମଲ କସାବଙ୍କୁ ମଧ୍ୟ ଟ୍ରେନିଂ ଦିଆଯାଇ ଥିଲା ଏବେସୁଦ୍ଧା ପାକିସ୍ତାନ ସରକାର ଭାରତୀୟ ହମଲାରେ ହୋଇଥିବା କ୍ଷତିକୁ ଏଡେଇ ଚାଲି ଥିଲା , କିନ୍ତୁ ଯେବେ ସବୁ ରାଜ୍ୟରୁ ରିପୋର୍ଟ ମଗାଗଲା ତ ବଡ଼ କ୍ଷତି ହୋଇଥିବା ସ୍ପଷ୍ଟ ହୋଇଛି।

ଭାରତର ହମଲାରେ କେତେ ଘର ଧ୍ୱଂସ ବିଧ୍ୱଂସ ହୋଇଛି , ଏହା ଦର୍ଶାଇବା ପାଇଁ ସ୍ଥାନୀୟ ପ୍ରଶାସନକୁ କୁହାଯାଇଛି। କେତେ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ କେତେ ସଂସ୍ଥା ସବୁ କ୍ଷତି ହୋଇଛି , ପ୍ରତି ଜିଲ୍ଲାର ଡେପୁଟୀ କମିଶନରଙ୍କୁ ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଶେଷକରି ଘର , ସ୍କୁଲ ଓ ହସ୍ପିଟାଲରେ ହୋଇଥିବା କ୍ଷତିର ଆକଳନ କଥା କୁହାଯାଇଛି। ସୂତ୍ରାନୁସାରେ, ଏହିସବୁ ହମଲାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ କିଏ ଆହତ ହୋଇଛନ୍ତି। ଏହାର ପୂରା ତାଲିକା ମଗା ଯାଇଛି। ଏହାର ପୂରା ଡିଟେଲ ଆସିବା ପରେ ଯେଉଁ ତାଲିକା ପ୍ରସ୍ତୁତ ହେବ, ଏହାକୁ ଅନ୍ତରାଷ୍ଟ୍ରୀୟ ସଂସ୍ଥା ସହ ମଧ୍ୟ ସେୟାର କରାଯାଇଛି। ଏହି ରିପୋର୍ଟ ଆଧାରରେ ଲୋକଙ୍କ ସୁରକ୍ଷା ଓ ପୁନଃସ୍ଥାପନର ପ୍ରସ୍ତୁତି କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.