ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍

Published By : prameya | May 9, 2025 8:25 AM

ନୂଆଦିଲ୍ଲୀ,୦୯/୦୫: ପାକିସ୍ତାନ ବିରୋଧରେ ଭାରତର ଆକ୍ରମଣ ଜାରି ରଖିଛି । ଭାରତକୁ ଏକ ବଡ଼ ସଫଳତା ମିଳିଛି । ଭାରତ ପାକିସ୍ତାନର ଦୁଇ ଜଣ ପାଇଲଟଙ୍କୁ ଜୀବନ୍ତ ଧରିବାରେ ସଫଳ ହୋଇଛି । ରାଜସ୍ଥାନର ଜୟସେଲମେରରେ ଖସିଥିବା ଏଫ-୧୬ର ପାଇଲଟକୁ ଧରିଛି ଭାରତୀୟ ସେନା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା ।  ଅନ୍ୟ ଏକ ରିପୋର୍ଟ ଅନୁସାରେ ଜମ୍ମୁ ଓ କଶ୍ମୀରର ଅଖନୁର ସେକ୍ଟରରେ ଖସିଥିବା ପାକିସ୍ତାନୀ ବିମାନରୁ ଆଉ ଜଣେ ପାଇଲଟଙ୍କୁ ଜୀବନ୍ତ ଧରା ଯାଇଛି।

ସେହିପରି ଭାରତୀୟ ସୁରକ୍ଷା ବାହିନୀ କିଛି ପାକିସ୍ତାନୀ ଯୁଦ୍ଧ ବିମାନକୁ ଧ୍ୱଂସ କରିଛି। ଏଥିରେ ପାକିସ୍ତାନର ସବୁଠାରୁ ଆଧୁନିକ ବିମାନ F-16 ଏବଂ JF-17 ମଧ୍ୟ ରହିଛି। ଏପର୍ଯ୍ୟନ୍ତ ପାକିସ୍ତାନର ଅତି କମରେ ୫ ରୁ ୬ଟି ଯୁଦ୍ଧ ବିମାନକୁ ଆକ୍ରମଣ କରି ଖସାଇ ଦିଆଯାଇଛି।ପାକିସ୍ତାନ ଦ୍ୱାରା ଭାରତ ଉପରେ ଅନେକ ଆକ୍ରମଣ କରାଯାଇଛି। ଭାରତ ପାକିସ୍ତାନର ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରିସାରିଛି। ଜମ୍ମୁ ନିକଟରେ ଆଠଟି କ୍ଷେପଣାସ୍ତ୍ରକୁ ପ୍ରତିହତ କରାଯାଇଛି। ଭାରତ ପଞ୍ଜାବରେ ପାକିସ୍ତାନର ବାୟୁ ସତର୍କତା ପ୍ରଣାଳୀକୁ ନଷ୍ଟ କରିଦେଇଛି। ଭାରତ ପାକିସ୍ତାନର ତିନୋଟି ପ୍ରମୁଖ ସହର କରାଚୀ, ଇସଲାମାବାଦ ଏବଂ ଲାହୋରରେ ପ୍ରତିଶୋଧ ନେଇଛି। ଏହା ସହିତ, ଏହାର ସାମରିକ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.