ନୂଆଦିଲ୍ଲୀ- ମୋଗଲ ସାମ୍ରାଜ୍ୟ ସମୟରୁ ଚାଲି ଆସୁଥିବା ‘ଥ୍ରୋନ୍ ଅର୍ କଫିନ ‘ର ଲୋକକଥା ପାକିସ୍ତାନର ବର୍ତ୍ତମାନର ସ୍ଥିତି ସହ ପୂରା ସାମଞ୍ଜସ୍ୟ ରହିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ସମୟରେ ଜେ ଅଛନ୍ତି ଏବଂ ତାଙ୍କର ଘନିଷ୍ଠ ସହାୟକ ସେନା ଜେନେରାଲ ଫୈଜ ହମିଦଙ୍କୁ ପାକିସ୍ତାନ ଆର୍ମିର କୋର୍ଟ ୧୪ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସିର ପ୍ରମୁଖ ଥିବା ଫୈଜ ହମିଦ କୌଣସି ସମୟରେ ପାକିସ୍ତାନୀ ସେନାର ଚିଫ୍ ହେବାର ସମ୍ଭାବିତ ନାମ ମଧ୍ୟରେ ସାମିଲ ଥିଲେ , କିନ୍ତୁ ପୁଣି ସ୍ଥିତି ବଦଳି ଗଲା ଏବଂ ଇମ୍ରାନ ଖାନଙ୍କ ସମେତ ସେ ଜେଲରେ ପହଞ୍ଚି ଯାଇଛନ୍ତି।

ଜେଲ୍ରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତନ ଆଇଏସଆଇ ଚିଫ୍ ଲେଫ୍ଟେନାଣ୍ଟ ଜେନେରାଲ (ରିଟାୟର) ଫୈଜ ହମିଦଙ୍କୁ ୧ ୪ ବର୍ଷର କଡ଼ା ସଜା ଶୁଣାଯାଇଛି। ପାକିସ୍ତାନୀ ସେନାର ସାର୍ବଜନିକ ମାମଲାର ଶାଖା , ଆଇଏସପିଆର ଗୁରୁବାର ଏହାର ସୂଚନା ଦେଇ କହିଛନ୍ତି , ଏକ ସାମରିକ କୋର୍ଟ ଫୈଜ ହମିଦଙ୍କ ଉପରେ କଦାଚାର , ସାମରିକ ସେବା ନିୟମରେ ଉଲ୍ଲଙ୍ଘନ ରାଜୀତିକ ଗିତିବିଧି ଗୁଡ଼ିକରେ ସାମିଲ ହେବା ଓ ଅଧିକାର ଓ ସରକାରୀ ସମ୍ୱଳର ଦୁରୁପଯୋଗ , ବ୍ୟକ୍ତଙ୍କୁ ଭୁଲ୍ ଉପାୟରେ କ୍ଷତି ପହଞ୍ଚାଇବା ଓ ରାଷ୍ଟ୍ରୀୟ ସୁରକ୍ଷାକୁ କ୍ଷତି ପହଞ୍ଚାଇବାର ଅଭିଯୋଗରେ ସଜା ଶୁଣାଇଛନ୍ତି।

ଆଇଏସପିଆର କହିଛି ଯେ, ପୂର୍ବତନ ଆଇଏସଆଇ ଚିଫ୍ ହମିଦଙ୍କୁ ନେଇ ଏକ୍ ଲମ୍ୱା ଓ କଠିନ ଶୁଣାଣି ପରେ ସାମରିକ କୋର୍ଟ ତାଙ୍କୁ ସବୁ ଅଭିଯୋଗରେ ଦୋଷୀ କରାଇଛନ୍ତି। ଏହି ଅନୁସାରେ ୧୧ ଡିସେମ୍ୱରରେ ଅଫିସିଆଲି ଭାବେ ଫୈଜଙ୍କୁ ୧୪ ବର୍ଷ କଡ଼ା ଦଣ୍ଡ ଶୁଣାଯାଇଛି।

ଉଲ୍ଲେଖନୀୟ ଯେ, ହମିଦ ସେହି ସମୟରେ ବୈଶ୍ୱିକ ହେଡଲାଇନ୍ରେ ଆସିଥିଲେ,ଯେବେ ଆଇଏସଆଇ ଚିଫ୍ ରୂପେ ସେ ୨୦୨୧ରେ ଆମେରିକାର ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ସହ ବୈଠକ କରିବାକୁ କାବୁଲରେ ପହଞ୍ଚି ଥିଲେ। ଏଠାରେ ତାଙ୍କର ଚା ପିଇବାର ଏକ ଫଟୋ ଭାଇରାଲ ହୋଇଥିଲା , ଯାହାର ଚର୍ଚ୍ଚା ପରେ ପୂରା ଦୁନିଆରେ ହୋଇଥିଲା। ଇମ୍ରାନ ଖାନଙ୍କ ସରକାର ଥିବା ବେଳେ ତାଙ୍କୁ ପାକିସ୍ତାନୀ ସେନା ଓ ସରକାରଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗସୂତ୍ର ମନେକରାଯାଉ ଥିଲା। ଏହା ବ୍ୟତୀତ ଯେବେ ତତ୍କାଳୀନ ଜେନେରାଲ ବାଜୱାଙ୍କ ରିଟାୟର ହେବାର ଖବର ସାମ୍ନାକୁ ଆସିଲା ତ ସେନା ପ୍ରମୁଖଙ୍କ ପାଇଁ ମଧ୍ୟ ଫୈଜ ହମିଦଙ୍କ ନାଁ ଆଗରେ ଥିଲା।