ପ୍ରମୂଖ ଖବର
  • ଚନ୍ଦନେଶ୍ଵର: କଟକଣା ନମାନିବା ପଡ଼ିଲା ମହଙ୍ଗା, ୨ବୋଟ ସହ ମାଲିକକୁ ଧରିଲା ପୁଲିସ
  • ||
  • ମାଲକାନିରି: ପୁଣି ୧୭ ମାଓବାଦୀଙ୍କ ଆତ୍ମସମର୍ପଣ, ୫୦ ହଜାର ଚେକ୍ ପ୍ରଦାନ କଲେ ଏସ୍‌ପି
  • ||
  • ପାକିସ୍ତାନରେ ଭୂକମ୍ପ ଝଟକା , ରେକ୍ଟର ସ୍କେଲରେ ୪.୨ ତୀବ୍ରତା ରେକର୍ଡ
  • ||
  • ବହୁର୍ଚ୍ଚିତ ନବ ଦାସ ହତ୍ୟା ଘଟଣା, ଗାନ୍ଧି ଛକ ଫଣ୍ଡିରେ କ୍ରାଇମ୍‌ବ୍ରାଞ୍ଚ ଖୋଳତାଡ଼
  • ||
  • ୩ ବର୍ଷ ପରେ ଅଙ୍କିତାଙ୍କୁ ମିଳିଲା ନ୍ୟାୟ; ୩ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
  • ||
  • 'ପାକିସ୍ତାନ କାଶ୍ମୀରକୁ ଭୁଲିବନି କି ଛାଡ଼ିବନି '; ପାକ୍‌ ସେନାମୁଖ୍ୟ ଆସିମ୍‌ ମୁନୀରଙ୍କ ମୁହଁଫୁଟାଣି
  • ||
  • ସୁନ୍ଦରଗଡ଼ : ପ୍ଲାଣ୍ଟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା ଆଇରନ୍‌ ବୋଝେଇ ଟ୍ରକ୍, କ୍ଷତିପୂରଣ ଦାବିରେ ଉତ୍ତେଜନା
  • ||
  • ରାୟଗଡ଼ା :ଯୁବ ବ୍ୟବସାୟୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କା ସହ ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସିକ୍କିମ ଦୁର୍ଘଟଣାରେ ବିଜେପି ନେତ୍ରୀ ଇତିଶ୍ରୀ ଜେନାଙ୍କ ପରିବାର ନିଖୋଜ
  • ||
  • ସମ୍ୱଲପୁର : ବସ୍‌କୁ ପଛରୁ ପିଟିଲା କୋଇଲା ବୋଝେଇ ଟ୍ରକ୍‌, ୨୦ ଆହତ
  • ||
  • ସିକ୍କିମରେ ଟୁରିଷ୍ଟ ଗାଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଯାତ୍ରୀଙ୍କ ସୁରକ୍ଷା ଓ ଚିକିତ୍ସା ପରିଚାଳନା ପାଇଁ ଓଡ଼ିଶାରୁ ଯିବ ଟିମ୍
  • ||
  • ନୟାଗଡ଼ : ବାଣୁଆ ଗୁଳିରେ ଆମ୍ୱ ଗୋଟାଳି ମୃତ, ଶିକାରୀକୁ ଅଟକ ରଖିଲେ ଗ୍ରାମବାସୀ
  • ||
  • ଶୁକ୍ରବାର ବିଏମ୍‌ସି ବୈଠକ: ଉଠିବ ବିଧାୟକଙ୍କ ପାଇଁ ଏସ୍‌ଓପି ଦାବି, ବିଜେଡି କର୍ପୋରେଟର ହୋ ହଲ୍ଲା କରିବେ
  • ||
  • ବଲାଙ୍ଗୀର : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
  • ||
  • IPL 2025: ଆଜି ମୁମ୍ବାଇ-ଗୁଜରାଟ ଏଲିମିନେଟର ଲଢ଼େଇ, ପରାଜିତ ଦଳ ହେବ ବିଦା
  • ||
  • ‘ଅପରେସନ ସିଲ୍ଡ’, ଆଜି ପାକିସ୍ତାନ ସୀମାରେ ଦ୍ୱିତୀୟ ନାଗରିକ ସୁରକ୍ଷା ମକ୍‌ଡ୍ରିଲ
  • ||
  • ଅନୁଗୁଳ : ଭିଜିଲାନ୍ସ ପଞ୍ଝାରେ RD ବିଭାଗର ମୁଖ୍ୟଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକଙ୍କର ଦେହାନ୍ତ, ରାଜ୍ୟର ପ୍ରଥମ ବିଜେପି MLA ଥିଲେ
  • ||
  • ଗଭୀର ଅବପାତ ପଳେଇଲା, ବଡ଼ ବର୍ଷା ହେଲାନି: ଆଜିଠୁ କମିବ ବର୍ଷା, ଜୁନ୍ ୧ରୁ ୩ ଯାଏ ବଢ଼ିବ ତାପମାତ୍ରା
  • ||
  • ପାଣି ଟାଙ୍କିରେ ପଡ଼ି ନାବାଳିକା ମୃତ୍ୟୁ ଘଟଣା: ରାତି ଅଧରେ ହେଲା ଶବ ବ୍ୟବଚ୍ଛେଦ
  • ||

ଗାଜା ପାଇଁ ଜାତିସଂଘରେ ପାକିସ୍ତାନର କୁମ୍ଭୀର କାନ୍ଦଣା, କହିଲା- ଆମେ ଚୁପ୍ ରହିଲେ ଇତିହାସ କ୍ଷମା କରିବନି...

Published By : Harapriya Biswal | May 29, 2025 1:29 PM

ନୂଆଦିଲ୍ଲୀ,୨୯।୫: ଭାରତ ବିରୋଧରେ ଆତଙ୍କୀ ଆକ୍ରମଣ। ହେଲେ ସେପଟେ ଜାତିସଂଘରେ ନିଜର ଛବି ସୁଧାରୁଛି ପାକିସ୍ତାନ। ଗାଜାର ସ୍ଥିତିକୁ ନେଇ ଜାତିସଂଘର ସୁରକ୍ଷା ପରିଷଦରେ ପାକ୍‌ର କୁମ୍ଭୀର କାନ୍ଦଣା। କହିଲା, ଗାଜାର କରୁଣ ଚିତ୍କାରକୁ ଚପାଇଦେଲେ ଇତିହାସ ଆମକୁ କେବେ କ୍ଷମା କରିବନି। ନିରିହ ଲୋକଙ୍କ ଜୀବନକୁ ବଞ୍ଚାଇବାକୁ ସାରା ଦୁନିଆକୁ ଏକାଠି ହେବାକୁ ପଡିବ।’

ଅନ୍ତର୍ଜାତୀୟ ମଞ୍ଚରେ ପାକିସ୍ତାନର ଦୋମୁହାଁ ନୀତି। ଆତଙ୍କର ଜନ୍ମଭୂମି ପାକିସ୍ତାନ ଏବେ ଗାଜା ପ୍ରସଙ୍ଗରେ ନିଜର ଆତଙ୍କୀ ଭାବମୂର୍ତ୍ତିକୁ ସୁଧାରିବାର କରୁଛି ଜୋରଦାର ଚେଷ୍ଟା। ପାକିସ୍ତାନର ସ୍ଥାୟୀ ପ୍ରତିନିଧି ଅସୀମ ଇଫତିଖାତ ଅହମ୍ମଦ କହିଛନ୍ତି ତୁରନ୍ତ ଅସ୍ତ୍ରବିରତି, ବନ୍ଧକଙ୍କ ମୁକ୍ତି, ଏବଂ ନିର୍ଦୋଷ ନାଗରିକଙ୍କ ସୁରକ୍ଷା ଦିଆଗାଉ।  ଗାଜାରେ ପାଲେଷ୍ଟାନୀୟଙ୍କ ହତ୍ୟା, ଅନାହାର ଏବଂ ଧ୍ବଂସଲୀଳାର ସାରା ଦୁନିଆ ମୁକଦର୍ଶକ। ଗାଜର ଚିତ୍କାର ଚପାଇ ହେବନି। ଏବେ ସମୟ ଆସିଛି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଆସନ୍ତା ମାସ ଜୁନ୍‌ରେ ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦକୁ ନେଇ ‘ଟୁ ଷ୍ଟେଟ୍ ସଲ୍ୟୁସନ୍’ ଉପରେ ଏକ ସ୍ବତନ୍ତ୍ର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ କରିଛି ଏଭଳି ଅପିଲ। ସେପଟେ ଗାଜାରେ ସେନା କାର୍ଯ୍ୟାନୁଷ୍ଠାନକୁ ନେଇ ଇସ୍ରାଏଲକୁ ଚାରିଆଡେ ସମାଲୋଚନା କରାଯାଉଛି। ଆଉ ଏହି ବାହାନରେ ପାକିସ୍ତାନ ମଧ୍ୟ ନିଜର ଛବିକୁ ଦୁନିଆ ଆଗରେ ସଫା ରଖିବାର ଚେଷ୍ଟା କରୁଛି। 

ସେପେଟେ ଗାଜାରେ ମଧ୍ୟ ଇସ୍ରାଏଲ ସେନାର ଜୋରଦାର ହମଲା ଜାରି ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ ଗାଜାରେ ୧୦ ପାଲେଷ୍ଟାନୀୟଙ୍କୁ ହତ୍ୟା ଅଭିଯୋଗ ହୋଇଛି। ଏହି ସମସ୍ତେ  ରିଲିଫ୍ ସାମଗ୍ରୀ ନେବା  ବେଳେ ତାଙ୍କୁ ଗୁଳିମାଡ଼ ହୋଇଛି। କେବଳ ସେତିକି ନୁହେଁ ଇସ୍ରାଏଲୀ ସୈନିକଙ୍କ ଆକ୍ରମଣରେ ୬୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୋକରେ ଆଉଟୁପାଉଟୁ ହଉଥିବା ଲୋକଙ୍କ ଉପରେ ଏଭଳି ଆକ୍ରମଣକୁ ଚାରିଆଡୁ ନିନ୍ଦା କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.