ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବିବାଦ ମଧ୍ୟରେ ଭାରତୀୟ ଯବାନଙ୍କୁ କଷ୍ଟଡିରେ ନେଲା ପାକିସ୍ତାନ, ଭୁଲରେ ପାର କରିଯାଇଥିଲେ ସୀମା

Published By : Prameya | April 24, 2025 7:29 PM

ନୂଆଦିଲ୍ଲୀ,୨୪।୪: ପହଲଗାମ୍‌ରେ ହୋଇଥିବା ଆତଙ୍କୀ ହମଲା କାରଣରୁ ଭାରତ ଓ ପାକିସ୍ତାନ ଭିତରେ ଉତ୍ତେଜନା ବଢିଛି। ଏହା ମଧ୍ୟରେ ସୀମା ସୁରକ୍ଷା ବଳ(ବିଏସଏଫ୍)ର ଜଣେ ଯବାନ ଭୁଲରେ ପଞ୍ଜାବ ସୀମା ପାର କରିବା ପରେ ପାକିସ୍ତାନ ରେଞ୍ଜର୍ସ ତାଙ୍କୁ କଷ୍ଟଡିରେ ନେଇଛନ୍ତି। ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି। ଅଧିକାରୀଙ୍କ କିବା ଅନୁସାରେ, ଯବାନ ଜଣକଙ୍କର ମୁକ୍ତି ପାଇଁ ଦୁଇ ଦେଶର ସୁରକ୍ଷାବଳଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। 

ସେ କହିଛନ୍ତି, ୧୮୨ ବାଟାଲିୟନର କନଷ୍ଟେବଳ ପିକେ ସିଂହ ବୁଧବାର ଫିରୋଜପୁର ସୀମା ପାରରୁ ପାକିସ୍ତାନ ରେଞ୍ଜର୍ସଙ୍କୁ କଷ୍ଟଡିରେ ନେଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ, ଯବାନମାନେ ବର୍ଦ୍ଦିରେ ଆସିଥିଲେ। ତାଙ୍କ ପାଖରେ ସର୍ଭିସ ରାଇଫଲ ଥିଲା। ସେମାନେ କହିଛନ୍ତି, ବିଏସ୍‌ଏଫ୍ ଯବାନ କୃଷକଙ୍କ ସହ ଥିଲେ ଏବଠ ଛାଇରେ ଟିକେ ଆରାମ କରିବାକୁ ଆଗକୁ ବଢିଥିଲେ। ଏହାପରେ ତାଙ୍କୁ ପାକିସ୍ତାନୀ ରେଞ୍ଜର୍ସ ଧରି ନେଇଥିଲେ।

ଅଧିକାରୀଙ୍କ କହିବା ଅନୁସାରେ, ବିଏସ୍‌ଏଫ୍‌ ଯବାନଙ୍କ ମୁକ୍ତି ପାଇଁ ଦୁଇ ଦେଶର ସେନା ମଧ୍ୟରେ ‘ଫ୍ଲାଗ ମିଟିଂ’ ଜାରି ରହିଛି। ଏଭଳି ଘଟଣା ନୂଆ ନୁହେଁ, ପୂର୍ବରୁ ବି ଘଟି ସାରିଛି। ତେବେ ପହଲଗାମ୍ ଆତଙ୍କୀ ହମଲା ପରେ ଏହା ପ୍ରଥମ ଥର ହୋଇଛି। କାରଣ ଭାରତ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଛି। ଏହା ସହ ପାକିସ୍ତାନୀ ନାଗରିକଙ୍କ ଭିସାକୁ ମଧ୍ୟ ତୁରନ୍ତ ରଦ୍ଦ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.