ପ୍ରମୂଖ ଖବର
  • ସମ୍ବଲପୁର : ନୂଆଁଖାଇ ପାଇଁ ଲଗ୍ନ ନିର୍ଘଣ୍ଟ, ୨୮ରେ ଲାଗି ହେବ ନବାନ୍ନ
  • ||
  • ରବିବାର ଭାରତରେ ପହଞ୍ଚିବେ ମହକାଶଚାରୀ ଶୁଭାଂଶୁ ଶୁକ୍ଳା
  • ||
  • ଅଗଷ୍ଟ ୧୮ରେ ଭାରତ ଆସୁଛନ୍ତି ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି
  • ||
  • ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ , ପାସ୍‌ ହାର ୫୬.୨୩ ପ୍ରତିଶତ
  • ||
  • ବୌଦ୍ଧ ଗସ୍ତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ
  • ||
  • ନୂଆପଡ଼: ରାସ୍ତାରୁ ଗୋରୁଙ୍କୁ ଘଉଡ଼ାଇବା ବେଳେ ପିଟିଲା ପିକ୍ଅପ୍‌ ଭ୍ୟାନ୍; ଜଣେ ମୃତ, ଜଣେ ଗୁରୁତର
  • ||
  • ଦୟୀନଦୀରେ ନାବାଳକ ବୁଡ଼ିଯିବା ଘଟଣା, ୬ କିମି ଦୂରରୁ ଛାତ୍ରଙ୍କ ମୃତଦେହ ଠାବ
  • ||
  • କାଲିମେଳା : ଲଗାଣ ବର୍ଷାରେ ବୁଡ଼ିଲା ଏମ୍‌ଭି ୯୬ ପୋଲ, ଯାତାୟାତ ଠପ୍
  • ||
  • ଢେଙ୍କାନାଳ : ସୁଇମିଂ ପୁଲ୍‌ରୁ ଉତ୍ତରାଖଣ୍ଡ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ୍ : ଧରାପଡ଼ିଲେ ସ୍କର୍ପିଓ ଡ୍ରାଇଭର ଓ ସହଯୋଗୀ, ଥାର୍ ମାଲିକଙ୍କ ମିଳୁନି ପତ୍ତା
  • ||
  • ବାଲିପାଟଣାରେ ଯୁବକଙ୍କୁ ଜୀଅନ୍ତା ଜାଳିଦେବା ଘଟଣା: ବାପା ଏବଂ ସାବତ ଭାଇ ଗିରଫ, ପୁଲିସର ଖୋଳତାଡ଼
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୫ ଦିନ ଛେଚିବ ବର୍ଷା, ଆଜି ୨୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||
  • ଆଲାସ୍କାରେ ଟ୍ରମ୍ପ-ପୁଟିନ୍‌ଙ୍କ ମଧ୍ୟରେ ୩ ଘଣ୍ଟା ଧରି ଆଲୋଚନା,ବାହାରିଲାନି ନିଷ୍କର୍ସ, ବନ୍ଦ ହେବନି ଋଷ-ୟୁକେନ୍ ଯୁଦ୍ଧ
  • ||

ଭୀଷଣ ବନ୍ୟାରେ ବେହାଲ ପାକିସ୍ତାନ, ବନ୍ୟା ଏବଂ ଭୂସ୍ଖଳନରେ ଗଲାଣି ୨୦୦ରୁ ଉର୍ଦ୍ଧ୍ୱ ଜୀବନ

Published By : Swapna Ray | August 16, 2025 3:52 PM

ନୂଆଦୀଲ୍ଲୀ, ୧୬।୮: ପାକିସ୍ତାନରେ ପ୍ରବଳ ମୌସୁମୀ ବର୍ଷା ଲାଗି ରହିଛି । ସେଠାକାର ବିପର୍ଯ୍ୟୟ ପରିଚାଳନା ସଂସ୍ଥା କହିଛି ଯେ, ମାତ୍ର ୨୪ ଘଣ୍ଟା ମଧ୍ୟରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ବର୍ଷା ଯୋଗୁଁ ବନ୍ୟା, ଭୂସ୍ଖଳନ ଏବଂ ଘର ଭାଙ୍ଗିବା ଯୋଗୁଁ ଏତେ ସଂଖ୍ୟକ ମୃତ୍ୟୁ ଘଟିଛି । ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ଖାଇବର ପଖତୁନଖ୍ୱା ପ୍ରଦେଶ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । କେବଳ ବୁନେର ଜିଲ୍ଲାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ବନ୍ୟା ଯୋଗୁଁ କିଛି ଗାଁ ସମ୍ପୂର୍ଣ୍ଣ ବୁଡ଼ିଯାଇଛି । ରାସ୍ତା ଏବଂ ପୋଲ ଭାଙ୍ଗି ଯାଇଛି । ସ୍ୱାତ ଏବଂ ବାଜୌର ଭଳି ଅଞ୍ଚଳରେ ମଧ୍ୟ ପରିସ୍ଥିତି ଖରାପ । ସେଠାକାର ଉଦ୍ଧାରକାରୀ ଦଳ ହେଲିକପ୍ଟରରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଖରାପ ପାଗ ଯୋଗୁଁ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । କହିରଖୁ କି, ଜୁନ୍ ଶେଷରୁ ପାକିସ୍ତାନରେ ମୌସୁମୀ ଆରମ୍ଭ ହୋଇଥିଲା ଏବଂ ଏପର୍ଯ୍ୟନ୍ତ ମୋଟ୍ ମୃତ୍ୟୁ ସଂଖ୍ୟା ୫୦୦ ଅତିକ୍ରମ କରିସାରିଲାଣି ।

ଅନ୍ୟପଟେ ବନ୍ୟାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି । ସ୍ୱାତରେ ୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । କିନ୍ତୁ, ରାସ୍ତା ବନ୍ଦ ଥିବାରୁ ସାହାଯ୍ୟ ଯୋଗାଇବା କଷ୍ଟକର ହେଉଛି । ସ୍ଥାନୀୟ ଲୋକମାନେ ମଧ୍ୟ ପରସ୍ପରକୁ ସାହାଯ୍ୟ କରୁଛନ୍ତି । ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଉଛି, ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ । ୨୦୨୨ ମସିହାରେ ମଧ୍ୟ ପାକିସ୍ତାନରେ ସମାନ ବନ୍ୟା ଆସିଥିଲା, ଯେଉଁଥିରେ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.