ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମିଥୁନଙ୍କୁ ପାକିସ୍ତାନ ଡନ୍‌ଙ୍କ ଚେତାବନୀ: ତୁରନ୍ତ କ୍ଷମା ମାଗନ୍ତୁ, ନହେଲେ...

Published By : Swapna Ray | November 11, 2024 1:13 PM

ମୁମ୍ୱାଇ, ୧୧।୧୧: ସଲମାନ ଓ ଶାହାରୁଖଙ୍କ ପରେ ଏବେ ଯୋଡ଼ି ହେଲା ମିଥୁନଙ୍କ ନାଁ । ମିଥୁନଙ୍କୁ ପାକିସ୍ତାନ ଡନ୍‌ଙ୍କ ଚେତାବନୀ । ଭିଡିଓ ମାଧ୍ୟମରେ ମିଥୁନଙ୍କୁ ସର୍ବସାଧାରଣ ଧମକ । ୧୦-୧୫ ଦିନ ଭିତରେ ଏକ ଭିଡିଓ ଛାଡ଼ି ତୁରନ୍ତ କ୍ଷମା ମାଗନ୍ତୁ, କ୍ଷମା ମାଗିନେବା ତାଙ୍କ ପାଇଁ ଭଲ । 

ନିକଟରେ ବଲିଉଡ ଅଭିନେତା ସଲମାନ ଖାନ ଓ ଶାହାରୁଖ ଖାନଙ୍କୁ ଧମକ ଆସିଥିଲା । ଏବେ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦୁବାଇରେ ଥିବା ଜଣେ ପାକିସ୍ତାନୀ ମିଥୁନଙ୍କୁ ଧମକ ଦେଇଛନ୍ତି । ପାକିସ୍ତାନୀ ଡନ୍ ଶାହାଜାଦ ଭଟ୍ଟୀ ଏକ ଭିଡିଓ ଜାରି କରି ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ବାସ୍ତବରେ ଦୁବାଇରେ ଥିବା ପାକିସ୍ତାନୀ ଡନ୍ ଏକ ଭିଡିଓ ମାଧ୍ୟମରେ କରି ମିଥୁନଙ୍କୁ ସର୍ବସାଧାରଣରେ ଧମକ ଦେଇଛନ୍ତି । ଏହି ଭିଡିଓରେ ଶାହଜାଦ କହିଛନ୍ତି,  ଆପଣ ୧୦-୧୫ ଦିନ ମଧ୍ୟରେ ଏକ ଭିଡିଓ ମାଧ୍ୟମରେ କ୍ଷମା ମାଗନ୍ତୁ । କ୍ଷମା ମାଗିବା ଆପଣଙ୍କ ପାଇଁ ଭଲ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । 

ଗତ ମାସରେ ମିଥୁନ ଚକ୍ରବର୍ତ୍ତୀ ଉତ୍ତର ୨୪ ପରଙ୍ଗନା ଜିଲ୍ଲାରେ ଏକ ଦଳୀୟ କାର୍ଯ୍ୟକ୍ରମ ସମୟରେ ଏକ ଭାଷଣ ଦେଇଥିଲେ । ଯାହାକୁ ନେଇ ଏତଲା ଦାଏର କରାଯାଇଥିଲା । ସେ କହିଥିଲେ, ମୁଁ ଜଣେ ଅଭିନେତା ନୁହଁ ବରଂ ୬୦ ଦଶକର ମିଥୁନ ଚକ୍ରବର୍ତ୍ତୀ ଭାବରେ କହୁଛି । ରାଜନୀତିର କୌଣସି କୌଶଳ ମୋ ପାଇଁ ନୂଆ ନୁହେଁ, ମୁଁ ରକ୍ତ ରାଜନୀତି କରିସାରିଛି । ମିଥୁନ ଆହୁରି କହିଛନ୍ତି, ମୁଁ ଜାଣେ, ମୁଁ କ‘ଣ କଲେ କ’ଣ ହୋଇପାରିବ । ମୁଁ କେନ୍ଦ୍ର ଗୃହମନ୍ତ୍ରୀ  ଅମିତ ଶାହାଙ୍କୁ ମଧ୍ୟ କହିଛି ଯେ, ଏଥିପାଇଁ ଯାହା ଦରକାର ତାହା କରିବି । ଏଠାରେ ଜଣେ ନେତା କହିଥିଲେ ଯେ, ହିନ୍ଦୁମାନଙ୍କୁ ବଧ କରି ଭାଗିରଥୀରେ ଭସାଇ ଦିଆଯିବ । ମୁଁ ଭାବିଲି ସିଏମ୍ କିଛି କହିବେ । କିନ୍ତୁ କିଛି ହେଲା ନାହିଁ । ବର୍ତ୍ତମାନ ମୁଁ କହୁଛି ତୁମକୁ ତୁମ ଭୂମିରେ କବର ଦେବି । ତେବେ କିଛି ଦିନ ହେବ ସଲମାନ ଖାନଙ୍କୁ କ୍ରମାଗତ ଭାବେ ଧମକ ଆସୁଛି । ସଲମାନଙ୍କ ପରେ ନିକଟରେ ଶାହାରୁଖ ଖାନଙ୍କୁ ମଧ୍ୟ ଧମକ ମିଳିଥିଲା ଏବଂ ବର୍ତ୍ତମାନ ମିଥୁନଙ୍କ ନାଁ ମଧ୍ୟ ଏହି ତାଲିକାରେ ଯୋଡ଼ି ହୋଇଛି । ମିଥୁନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.