ପ୍ରମୂଖ ଖବର
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ପାକିସ୍ତାନରେ ଆତଙ୍କୀ ହମ୍‌ଲା, ହାଇସ୍କୁଲରେ ଆଇଡି ବିସ୍ଫୋରଣ କଲେ ଆତଙ୍କବାଦୀ

Published By : Rasmita Pradhan | August 11, 2025 9:27 AM

ନୂଆଦିଲ୍ଲୀ, ୧୧/୦୮ : ପାକିସ୍ତାନର ଖୈବର ପଖତୁନଖ୍ଵା ପ୍ରାନ୍ତରେ ଆତଙ୍କୀ ହମ୍‌ଲା। ସରକାରୀ ହାଇସ୍କୁଲକୁ ଟାର୍ଗେଟ୍ କରି ଆଇଡି ବିସ୍ଫୋରଣ କଲେ ଆତଙ୍କବାଦୀ। ରବିବାର ଏଭଳି ଘଟଣା ଘଟିଛି। ଏହି ଆତଙ୍କୀ ହମ୍‌ଲାରେ ସ୍କୁଲର ଶ୍ରେଣୀ ଗୃହ ଓ ବାଉଣ୍ଡରୀ ୱାଲ୍ ଛିନଛତ୍ର ହୋଇଯାଇଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଏହି ଆତଙ୍କୀ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶିକ୍ଷାଦାନ ପ୍ରକ୍ରିୟା ପ୍ରଭାବିତ ହୋଇଛି। 

ଏହି ମଧ୍ୟରେ ଆଉ ଏକ ବିସ୍ଫୋରଣର ଖବର ଆସିଛି। ୱାନା-ଅଜମ ବାରସାକ ହାଇୱେରେ ବିସ୍ଫୋରଣ କରି ଆତଙ୍କବାଦୀମାନେ ୩ଟି ବ୍ରିଜ୍ ଧ୍ଵଂସ କରି ଦେଇଛନ୍ତି। ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକମାନେ ଯା-ଆସ କରିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ଏହା ପୂର୍ବରୁ ଜୁନ ୬ ତାରିଖରେ କିଛି ଅଜ୍ଞାତ ଲୋକ ଟ୍ୟାଙ୍କ ଜିଲ୍ଲା ଗୁଲ ଇମାମ ଥାନା ଅକବରୀ ଗାଁରେ ଥିବା ଏକ ସରକାରୀ ହାଇସ୍କୁଲରେ ବିସ୍ଫୋରଣ କରିଥିଲେ। ଏହି ଆକ୍ରମଣରେ କିଛି କ୍ଲାସ୍ ରୁମ୍ ନଷ୍ଟ ହୋଇଯାଇଥିଲା। ସ୍ଥାନୀୟ ଏନଜିଓ ଗୁଡ଼ିକ ଦ୍ଵାରା ଦିଆଯାଇଥିବା ତଥ୍ୟ ମୁତାବକ, ୨୦୧୫-୨୫ ମଧ୍ୟରେ ୪୫୦ଟି ସ୍କୁଲରେ ଏଭଳି ବିସ୍ଫୋରଣ ହୋଇଛି। ଏହି କାରଣରୁ ବହୁ ଛାତ୍ରଛାତ୍ରୀ ପାଠପଢାରେ ଡୋରି ବାନ୍ଧିଦେଇଛନ୍ତି। ବାଳିକା ଶିକ୍ଷାକୁ ବିରୋଧ କରି ତହରିକ-ଏ-ତାଲିବାନ ପାକିସ୍ତାନର ଆତଙ୍କୀମାନେ ଏଭଳି ସ୍କୁଲ ଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ୨୦୧୯ ସୁଦ୍ଧା, ପାକିସ୍ତାନରେ ବାଳିକା ବିଦ୍ୟାଳୟ ଉପରେ ଅନେକ ଆକ୍ରମଣ ହୋଇଛି। ବିଶେଷକରି ସ୍ୱାତ ଉପତ୍ୟକା ଏବଂ ଉତ୍ତର-ପଶ୍ଚିମ ପାକିସ୍ତାନର ଅନ୍ୟାନ୍ୟ ଅଞ୍ଚଳରେ ସ୍କୁଲ ଗୁଡ଼ିକୁ ଟାର୍ଗେଟ୍ କରାଯାଉଛି। ଏହି ସବୁ ଅଞ୍ଚଳରେ ପାକିସ୍ତାନୀ ତାଲିବାନ ଦୀର୍ଘ ସମୟ ଧରି ନିୟନ୍ତ୍ରଣ ରଖିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.